ETV Bharat / state

୫ଟି ପର୍ଯ୍ୟାୟରେ କୋରାପୁଟରେ ୮୧ ପ୍ରତିଶତ ମତଦାନ

author img

By

Published : Feb 24, 2022, 10:35 PM IST

୫ଟି ପର୍ଯ୍ୟାୟରେ କୋରାପୁଟରେ ୮୧ ପ୍ରତିଶତ ମତଦାନ
୫ଟି ପର୍ଯ୍ୟାୟରେ କୋରାପୁଟରେ ୮୧ ପ୍ରତିଶତ ମତଦାନ

ଲ୍ଲାରେ ୫ଟି ପର୍ଯ୍ୟାୟରେ ସମୁଦାୟ ହାରାହାରି ୮୧ ପ୍ରତିଶତ ମତଦାନ ହୋଇଛି । ଏହାକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କୋରାପୁଟ: ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ସମୁଦାୟ ହାରାହାରି ୮୧ ପ୍ରତିଶତ ମତଦାନ ହୋଇଛି । ଏହାକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଶେଷ ପର୍ଯ୍ୟାୟରେ ଲାମତାପୁଟ ଓ ବୈପାରିଗୁଡ଼ା ବ୍ଲକରେ ମତଦାନ କରିଥିଲେ ଭୋଟର ।

୫ଟି ପର୍ଯ୍ୟାୟରେ କୋରାପୁଟରେ ୮୧ ପ୍ରତିଶତ ମତଦାନ

୪ଟି ପର୍ଯ୍ୟାୟ ଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ସେହିଭଳି ଶେଷ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ବର୍ତ୍ତମାନ ଭୋଟ ବାକ୍ସ ଗୁଡ଼ିକ ଜିଲ୍ଲାର ୧୪ଟି ବ୍ଲକ୍‌ରେ ଥିବା ଷ୍ଟ୍ରଙ୍ଗ୍‌ରୁମରେ ରଖାଯାଇଛି ।

ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଫେବ୍ରୁଆରୀ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.