ETV Bharat / state

Kotia Issue: 'କୋଟିଆର ପିନ୍‌କୋଡ ସାଜିବ ଓଡ଼ିଶା ସପକ୍ଷରେ ବଳିଷ୍ଠ ପ୍ରମାଣ'

author img

By

Published : May 27, 2023, 8:50 PM IST

Updated : May 28, 2023, 10:22 AM IST

Etv Bharat
Etv Bharat

କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଛି । କୋରାପୁଟ ଜିଲ୍ଲାରେ ଥିବା ଏହି ଅଞ୍ଚଳକୁ ନିଜର ବୋଲି କହୁଛନ୍ତି ଆନ୍ଧ୍ର ସରକାର । ତେବେ କୋଟିଆର ପିନ କୋଡ ଓଡିଶା ସପକ୍ଷରେ ଏକ ବଳିଷ୍ଠ ପ୍ରମାଣ ହେବ ବୋଲି ଆଶା କରାଯାଇଛି । ଅଧିକ ପଢନ୍ତୁ

କୋଟିଆର ପିନ କୋଡ

କୋରାପୁଟ: ଆନ୍ଧ୍ର ସୀମାରେ ରହିଥିବା ଜିଲ୍ଲାର କୋଟିଆକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଲାଗି ରହିଛି ବିବାଦ । ତେବେ କୋଟିଆର ଆନ୍ଧ୍ରର ନୁହେଁ, ବରଂ ଓଡ଼ିଶାର ବୋଲି ପ୍ରମାଣ କରିବା ଲାଗି ଓଡ଼ିଶାର ନିରନ୍ତର ସଂଗ୍ରାମକୁ ଶକ୍ତି ଦେବା ପାଇଁ ସାମିଲ ହୋଇଛି ଆମ କୋଟିଆ ସଂଗଠନ ସମେତ ଅନେକ ସ୍ଥାନୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ । କୋଟିଆ ଓଡ଼ିଶା ଡିଭିଜନ ରହିଥିବା ନେଇ ଭାରତ ସରକାରଙ୍କ ପୋଷ୍ଟ ଅଫିସ କହୁଛି । କୋଟିଆର ପିନ କୋଡ ଓଡିଶା ସପକ୍ଷରେ ଏକ ବଳିଷ୍ଠ ପ୍ରମାଣ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲାପାଳ ସଞ୍ଜୀବ ହୋତା ।

କୋଟିଆ ଅଞ୍ଚଳ ହେଉଛି ଓଡିଶାର । ଏହାକୁ ଯଦି ସରକାର ସଠିକ ଭାବେ ଉପସ୍ଥାପନ କରି ପାରିଲେ ତେବେ ସମଗ୍ର କୋଟିଆ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ରହିଥିବା ଉଚ୍ଚତମ ନ୍ୟାୟାଳୟରେ ପ୍ରମାଣ ହୋଇପାରିବ। କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ଓଡ଼ିଶାର ନିରନ୍ତର ସଂଗ୍ରାମକୁ ଶକ୍ତି ଦେବା ପାଇଁ ଆମ କୋଟିଆ ସଂଗଠନ ସମେତ ଅନେକ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଓ ସଂଗଠନ ବିଭିନ୍ନ ସମୟରେ ନୂତନ ତଥ୍ୟ ଓ ପ୍ରମାଣ ଯୋଗାଇ ଓଡ଼ିଶାର ଦାବିକୁ ଶକ୍ତି ପ୍ରଦାନ କରିଛନ୍ତି ।

ଆଜି ଏହି ସଂଗ୍ରାମର ଯାତ୍ରାରେ ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ, ଇପିଏର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ବଜିତ ମହାନ୍ତିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଳାପାଳ ସଞ୍ଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ବତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲିଫାଫାର ଉନ୍ମୋଚନ କରି ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲିଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରିଛନ୍ତି ।

ଏହା ବି ପଢନ୍ତୁ- Digital Dialogue: ମନ୍ଦିରରେ ଗଞ୍ଜେଇ ଭୋଗ ଉପରେ କଟକଣା ନ ଲାଗୁ: ସୁର ରାଉତରାୟ

କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ 764039 ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ଇତିହାସକାର ଅନୀଲ ଧୀର ମତବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗର କୋଟିଆକୁ ଓଡ଼ିଶାର ପିନ କୋଡ ପ୍ରଦାନ କରାଯାଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜବୁତ କରିବ ବୋଲି ଇପିଏର ଅନ୍ୟତମ ସଦସ୍ୟ ବିଶ୍ବଜିତ ମହାନ୍ତି ଆଶା କରିଛନ୍ତି ।

କୋଟିଆ ଯେ ଓଡିଶାର ତାହା ସମସ୍ତଙ୍କୁ ଜଣାଇବା ପାଇଁ ଆଜି କୋଟିଆରୁ ସ୍ବତନ୍ତ୍ର ଲିଫାଫାରେ ଚିଠି ପ୍ରେରଣ କରିବାର ଅଭିଯାନ ଆରମ୍ଭ ହୋଇଥିବା ସଞ୍ଜୀବ ହୋତା କହିଛନ୍ତି । ସ୍ବାଧୀନତା ପୂର୍ବରୁ ବ୍ରିଟିଶ ସରକାରଙ୍କ ଦ୍ବାରା ୧୯୪୫ ମସିହାରେ ପାଟନାରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ପଟ୍ଟାଙ୍ଗି-ତାଡିବାଲାସା ହେରିଟେଜ ରୋଡ ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ଯୋଗୁଁ ସମଗ୍ର କୋଟିଆ ଅଞ୍ଚଳ ଓଡିଶା ସୀମା ମଧ୍ୟରେ ରହିଛି ତାହା ସ୍ପଷ୍ଟ ।

କୋଟିଆ ପଞ୍ଚାୟତର ନେରେଡିବାଲାସା, ତାଡିବାଲାସା, ଏଲାଙ୍ଗାବାଲାସା ଭଳି ଗ୍ରାମଗୁଡ଼ିକରେ ଜୟପୁର ଜମିଦାରୀରେ ଖଜଣା ବାନ୍ଧିଥିବା କାଗଜପତ୍ର, ଛୋଟ ବଡ ମାନଚିତ୍ର ଭଳି ପ୍ରମାଣ ଓଡିଶା ସପକ୍ଷରେ ବାରମ୍ବାର ଉପସ୍ଥାପନା କରାଯାଇ କୋଟିଆ ଓଡିଶାର ବୋଲି ଜାହିର କରାଯାଇଛି । ତେଣୁ ଆନ୍ଧ୍ର ସରକାରଙ୍କ ନିକଟରେ ଡାକ ବିଭାଗ ଦ୍ଵାରା ସ୍ବୀକୃତ କୋଟିଆର ପିନ କୋଡ ଭଳି ବଳିଷ୍ଠ ତଥା ସ୍ପଷ୍ଟ ପ୍ରମାଣକୁ ଉପସ୍ଥାପନ କରି କୋଟିଆରେ ଆନ୍ଧ୍ରର ଅନଧିକାର ପ୍ରବେଶକୁ ରୋକିବା ଦିଗରେ ଓଡିଶା ସରକାର ସକ୍ଷମ ହେବେ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, କୋରାପୁଟ

Last Updated :May 28, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.