Digital Dialogue: ମନ୍ଦିରରେ ଗଞ୍ଜେଇ ଭୋଗ ଉପରେ କଟକଣା ନ ଲାଗୁ: ସୁର ରାଉତରାୟ

By

Published : May 27, 2023, 6:53 PM IST

thumbnail

ଭୁବନେଶ୍ବର: ମନ୍ଦିରରେ ଗଞ୍ଜେଇ ଭୋଗ ଉପରେ କଟକଣା ନ ଲାଗୁ, ଯୁବପିଢୀଙ୍କ ଗଞ୍ଜେଇ ସେବନ ଉପରେ କଟକଣା ଲାଗୁ ।  ଶିବାଳୟରେ ଗଞ୍ଜେଇ ମନା । ଅର୍ଥାତ ଶିବ ମନ୍ଦିରରେ ଆଉ ଭୋଗ ହୋଇପାରିବନି ଗଞ୍ଜେଇ । ଏନେଇ ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି ସବୁ ଜିଲ୍ଲାର ଏସପି ଓ ଜିଲ୍ଲାପାଳମାନଙ୍କୁ । କିନ୍ତୁ ଶିବ ମନ୍ଦିରରେ ଗଞ୍ଜେଇ ଭୋଗ ହେବାକୁ ଅନୁମତି ଦେବା ଦରକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । 

ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ସୁର କହିଛନ୍ତି ନାରାୟଣ ଭାଙ୍ଗ ଖାଆନ୍ତି, ଶିବ କୈଳାସରେ ଗଞ୍ଜେଇ ଟାଣନ୍ତି ଏବଂ ବ୍ରହ୍ମା ଫଳରସ ପିଅନ୍ତି । ନିଶା ସ୍ବର୍ଗ , ମର୍ତ୍ତ୍ୟ , ପାତାଳରେ ଭୋଗ ହୁଏ । ତେଣୁ ଶିବ ମନ୍ଦିରରେ ଭୋଗ ନ ହେବା ନେଇ କଟକଣା ଲାଗିବା ଗ୍ରହଣୀୟ ନୁହେଁ । ବରଂ କଟକଣା ପିଲାମାନଙ୍କ ଉପରେ ଲାଗୁ । ଯେଉଁମାନେ ଗଞ୍ଜେଇ ସେବନ କରୁଛନ୍ତି ସେମାନଙ୍କ ଉପରେ କଟକଣା ଲାଗୁ । ଏବେ ଗଳିକନ୍ଦିରେ ମଦ ଦୋକାନ ଖୋଲିଲାଣି । ସରକାର ତା ଉପରେ କାହିଁକି କଟକଣା ଲଗାଉନାହାଁନ୍ତି । ଯୁବପିଢୀ ବିଶେଷ କରି ମହିଳାମାନେ ମଦ ପିଇବା ସହିତ ଗଞ୍ଜେଇ ସେବନ କରୁଛନ୍ତି । ତା ଉପରେ କଟକଣା ଲାଗିବା ଦରକାର । ତାହା ନ କରି ଶିବ ମନ୍ଦିରରେ ଗଞ୍ଜେଇ ପୂଜା କରିବା ଉପରେ କଟକଣା ଲଗାଇବା ଉଚିତ ନୁହେଁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.