ଫୁଲ ଚାଷରେ ଭାରତର ପ୍ରମୁଖ କେନ୍ଦ୍ର ପାଲଟିବ କୋରାପୁଟ

author img

By

Published : Sep 15, 2021, 12:16 PM IST

ଫୁଲ ଚାଷରେ ଭାରତ ବର୍ଷର ଏକ ପ୍ରମୁଖ କେନ୍ଦ୍ର ହେବ କୋରାପୁଟ

କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ଜଳବାୟୁ ବିଭିନ୍ନ ରକମର ଫୁଲ ଚାଷ ପାଇଁ ଉପଯୁକ୍ତ ବୋଲି ଆଇସିଏଆରର ବରିଷ୍ଠ ବୈଜ୍ଞାନିକ କେଜେଏସ ସିଂ ମତାପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ: ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ ଜଙ୍ଗଲ ଓ କୃଷି ( ପରିବର୍ତ୍ତିତ କୃଷି ସମେତ ) ଉପରେ ଆଧାରିତ । ଏଠାରେ ଲୋକମାନଙ୍କର ଦୈନନ୍ଦିନ ଚାହିଦା ମେଣ୍ଟାଇ ଥାଏ ବିଭିନ୍ନ କୃଷିଜାତ ଓ ଜଙ୍ଗଲଜାତ ପଦାର୍ଥ । ଉଦ୍ୟାନ ଭିତ୍ତିକ କୃଷି ପାଇଁ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅତ୍ୟନ୍ତ ଅନୁକୂଳ । କଫି, କାଜୁ, କପା, ଧୂଆଁପତ୍ର, ପନିପରିବା ଓ ଫଳ ଚାଷ ପାଇଁ ମାଟି ଓ ଜଳବାୟୁର ଉପଯୁକ୍ତତା ଏବଂ ଏସବୁର ଉତ୍ପାଦନ ହିଁ ଜିଲ୍ଲା ଅର୍ଥବ୍ୟବସ୍ଥାର ମୂଳ ଶକ୍ତି ।

ଫୁଲ ଚାଷରେ ଭାରତ ବର୍ଷର ଏକ ପ୍ରମୁଖ କେନ୍ଦ୍ର ହେବ କୋରାପୁଟ

ଏପଟେ କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ଜଳବାୟୁ ବିଭିନ୍ନ ରକମର ଫୁଲ ଚାଷ ପାଇଁ ଉପଯୁକ୍ତ ବୋଲି ଆଇସିଏଆରର ବରିଷ୍ଠ ବୈଜ୍ଞାନିକ କେଜେଏସ ସିଂ ମତପ୍ରକାଶ କରିଛନ୍ତି । ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଅରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ମହିଳା ସ୍ଵୟଂ ସହାୟକ ଦଳ ଏବଂ ଫୁଲ ଚାଷୀଙ୍କୁ ସ୍ଵତନ୍ତ୍ର ତାଲିମ ଦେବା ସମୟରେ ଶ୍ରୀ ସିଂ ଏହି ମତ ରଖିଛନ୍ତି । ଏଠାକାର ଚାଷୀଙ୍କୁ ତାଲିମ ପ୍ରଦାନ କରି କୋରାପୁଟକୁ ଏକ ପୁଷ୍ପ ପ୍ରଦର୍ଶନୀର କ୍ଷେତ୍ର ଭାବେ ପରିଚିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ ଜଣାଇଛନ୍ତି ।

ଫୁଲ ଚାଷ କରିବା ଓ ଫୁଲକୁ ସ୍ଥାନୀୟଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ବଜାରରେ ବିକ୍ରି କରିବାର ଦକ୍ଷତା ବିକାଶ କରି ଜିଲ୍ଲାର ମହିଳାଙ୍କ ମାଧ୍ୟମରେ ପରିବାରରେ ଆର୍ଥିକ ପ୍ରଗତି ଆଣିହେବ ବୋଲି କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର ନାୟକ ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.