ETV Bharat / state

AP Train Tragedy: ଦୁର୍ଘଟଣାସ୍ଥଳରେ କୋରାପୁଟ ODRAF ଟିମ, କଲେ ସଫଳ ସହାୟତା

author img

By ETV Bharat Odisha Team

Published : Oct 30, 2023, 5:00 PM IST

Koraput ODRAF team
Koraput ODRAF team

ଆନ୍ଧ୍ରପ୍ରଦେଶ ଟ୍ରେନ ଟ୍ରାଜେଡି । ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ କୋରାପୁଟ ODRAF ଟିମ । ଅଧିକ ପଢନ୍ତୁ

କୋରାପୁଟ: ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କଣ୍ଟାପାଲି ରେଳ ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି କୋରାପୁଟ ଓଡ୍ରାଫ ଟିମ । ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଓ ଉଦ୍ଧାର କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ ଦଳ ସହିତ ଗୋଟିଏ ଅଗ୍ନିଶମ ବିଭାଗର ଦଳକୁ ରେଳ ଦୁର୍ଘଟଣା ସ୍ଥଳୀକୁ ପଠାଯାଇଛି ।

AP Train Tragedy
କୋରାପୁଟ ODRAF ଟିମ

ଗତକାଲି (ରବିବାର) ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ବେଳଏ ମଧ୍ୟରାତ୍ରୀରୁ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି କୋରାପୁଟର ଏହି ନିର୍ଭୀକ ଉଦ୍ଧାରକାରୀ ଦଳ । ଏହାର ସଦସ୍ୟମାନେ ଅନେକ ବ୍ୟକ୍ତିଙ୍କୁ ରେଳ ବଗି ମଧ୍ୟରୁ ଉଦ୍ଧାର କରିଥିବା ସହ ୪ ଗୋଟି ମୃତଦେହକୁ ମଧ୍ୟ ଠାବ କରି ବାହାର କରିଥିବା ଜଣାପଡ଼ିଛି । କୋରାପୁଟ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ଦ୍ବାରା ଯଥାସମ୍ଭବ ସହାୟତା ପ୍ରଦାନ କରି ଏହି ଦଳର ସଦସ୍ୟମାନେ କୋରାପୁଟ ଜିଲ୍ଲା ଓ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଛନ୍ତି ।

AP Train Tragedy
ଆନ୍ଧ୍ରପ୍ରଦେଶ ଟ୍ରେନ ଟ୍ରାଜେଡି

ଏହା ବି ପଢନ୍ତୁ- AP Train Accident: ସରିଲା ରେସ୍କ୍ୟୁ ଅପରେସନ୍‌, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କହିଲେ CPRO

ସେ ବାତ୍ୟା, ବନ୍ୟା ହେଉ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ । କୋରାପୁଟର ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ସର୍ବଦା ଜନମାନବ ଓ ପ୍ରାକୃତିକ ସମ୍ପଦକୁ ନଷ୍ଟ ହୋଇଯିବାରୁ ସୁରକ୍ଷା ପ୍ରଦାନ କରି ଆସିଛନ୍ତି । କୋଭିଡ ସମୟରେ ମଧ୍ୟ ପ୍ଲେଟଲେଟ ଦାନ କରି ରାଜ୍ୟରେ ସୁନାମ ଅର୍ଜନ କରିଥିବା ଓଡ୍ରାଫର ଯୁବ ପ୍ରତିଭା କୋରାପୁଟକୁ ଆଜି ମଧ୍ୟ ନିଜ କାର୍ଯ୍ୟ ମାଧ୍ୟମରେ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।

AP Train Tragedy
ଉଦ୍ଧାର କାର୍ଯ୍ୟରେ ଲାଗିଲା କୋରାପୁଟ ODRAF ଟିମ

ଏହା ବି ପଢନ୍ତୁ- AP Train Accident: ଷ୍ଟେସନରେ ହେଲ୍ପଡେସ୍କ୍, ଟ୍ରେନ ବିଳମ୍ବକୁ ନେଇ ଚିନ୍ତାରେ ଯାତ୍ରୀ

ତେବେ ସୂଚନା ଥାଉ କି ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କଣ୍ଟାପାଲି ରେଲୱେ ଷ୍ଟେସନ ମଧ୍ୟରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଶାଖାପାଟନମ-ରାୟଗଡ଼ା ଯାତ୍ରୀବାହୀ ଟ୍ରେନ, ପଲାସା ଟ୍ରେନ ଓ ଅନ୍ୟ ଏକ ମାଲବାହୀ ଟ୍ରେନ ମଧ୍ୟରେ ଘଟିଥିଲା ଏହି ଦୁର୍ଘଟଣା । ସଦ୍ୟ ସୂଚନା ଅନୁସାରେ ଏଯାବତ ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଲାଇନ୍‌ କ୍ଲିୟର ହେବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ସେପଟେ ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ୪୫ଟି ଟ୍ରେନ ବାତିଲ୍‌ କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.