ETV Bharat / state

କୋରାପୁଟରେ ଦ୍ବିତୀୟ ସଂଗ୍ରହାଳୟ ଦାବି, ଜନଜାତିଙ୍କ ଜୀବନଶୈଳୀ ଜାଣିବେ ପର୍ଯ୍ୟଟକ

author img

By

Published : Jul 4, 2021, 7:43 PM IST

ଜୈବ ବିବିଧତାରେ ଭରା କୋରାପୁଟ ଜିଲ୍ଲା । ପ୍ରାକୃତିକ ଭରା ପରିବେଶ ସମେତ ଆଦିବାସୀ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଦ୍ବିତୀୟ ସଂଗ୍ରହାଳୟ ଦାବି କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

କୋରାପୁଟରେ ଜୈବ ବିବିଧତାକୁ ନେଇ ସଂଗ୍ରହାଳୟ ଆବଶ୍ୟକ: ପରିବେଶବିତ୍
କୋରାପୁଟରେ ଜୈବ ବିବିଧତାକୁ ନେଇ ସଂଗ୍ରହାଳୟ ଆବଶ୍ୟକ: ପରିବେଶବିତ୍

କୋରାପୁଟ: ପ୍ରାଚୀନ ଜୀବନଧାରା ସ୍ମୃତିକୁ ୧୯୯୨ ମସିହାରେ ପ୍ରତିଷ୍ଠିତ କରି ରଜତ ଜୟନ୍ତୀ ପାଳନ କରିଛି କୋରାପୁଟ ଆଦିବାସୀ ସଂଗ୍ରହାଳୟ । ଆଉ ତାର ସଫଳତାକୁ ଅନେକାଂଶରେ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ସମର୍ଥ ହୋଇପାରିଛି ବୋଲି ସଂଗ୍ରହାଳୟର ନିର୍ଦ୍ଦେଶକ ଗଦାଧର ପରିଡା ମତ ରଖିଛନ୍ତି । ଜିଲ୍ଲାରେ ଜୈବ ବିବିଧତାରେ ଭରା କୋରାପୁଟ, ଜୟପୁର, କୁନ୍ଦୁରା ଓ ଗୁପ୍ତେଶ୍ଵର ଅଞ୍ଚଳ । ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଜଗତର ବିବିଧତାକୁ ଅତି ପାଖରୁ ଦେଖି ହୁଏ ବୋଲି ପରିବେଶବିତ୍ ମିହିର ଜେନା ସୂଚନା ଦେଇଛନ୍ତି । ପ୍ରତ୍ୟେକ ସ୍ଥାନରେ ଦେଖାଯାଉଥିବା ସ୍ଵତନ୍ତ୍ର ବିବିଧତାକୁ ନେଇ ପ୍ରକୃତି ମଧ୍ୟରେ ଜୀବନ୍ତ ସଂଗ୍ରହାଳୟ ସ୍ଥାପନ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି ।

କୋରାପୁଟରେ ଜୈବ ବିବିଧତାକୁ ନେଇ ସଂଗ୍ରହାଳୟ ଆବଶ୍ୟକ: ପରିବେଶବିତ୍

ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଲେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନର ସାର୍ଥକତା ରହିପାରନ୍ତା ବୋଲି ତାଙ୍କର ମତ। କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ରୁରୁତ୍ବପୂର୍ଣ୍ଣ । ଆଉ ଅନେକ ଆଦିବାସୀ ଅଞ୍ଚଳ ଏବେବି ଲୋକଙ୍କ ଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ହୋଇ ପଡି ରହିଛି ।

ଏପର୍ଯ୍ୟନ୍ତ ଜିଲ୍ଲାରେ ହୋଇଥିବା କାରୁକାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ସମଗ୍ର କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଥିବାବେଳେ ଏହି ସଂଗ୍ରହାଳୟକୁ ଚାଲୁ ରଖିବା ନେଇ ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ବ ପାଲଟିଛି ।

ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ, କୋରାପୁଟ ଜିଲ୍ଲାର ପରଜା , କନ୍ଧ, ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା , ଚାଲି ଚଳଣି , ନାଚ ଗୀତ , ବସ୍ତ୍ର , ଅସ୍ତ୍ରଶସ୍ତ୍ର , ଗହଣା ପ୍ରଭୃତି ବୈଭବ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏହା ଅନନ୍ୟ ହୋଇପାରିଛି ।

ସହରାଞ୍ଚଳର ପର୍ଯ୍ୟଟକ ଆଦିବାସୀ ଜୀବନକୁ ସମୃଦ୍ଧ କରିଥିବା ବେଳେ ରୀତିନୀତିକୁ ପାଖରୁ ଦେଖି ସେମାନଙ୍କ ନିକଟକୁ ଯିବା ପାଇଁ ଆକୃଷ୍ଟ ହେବା ସହ କୋରାପୁଟ ଅଞ୍ଚଳର ଗିରି କନ୍ଦର ମଧ୍ୟରେ ବସବାସ କରୁଥିବା ପ୍ରତିଟି ମଣିଷ ପ୍ରତି ସମ୍ମାନ ବୃଦ୍ଧି ପାଇବାରେ ସହାୟକ ହେବ । ତେବେ ଏଠାରେ ଦିନକୁ ଦିନ ବିସ୍ତୃତ ହେଉଥିବା ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଗ୍ୟାଲେରୀ ଓ ଆର୍ଥିକ ସହଯୋଗର ଆବଶ୍ୟକତା ରହିଥିବା ନେଇ ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାରେ ସଂସ୍କୃତିର ପ୍ରଚାର ପ୍ରସାର ସହ ଜୈବ ବିବିଧତାକୁ ସାଇତି ରଖିବାକୁ ହେଲେ ଜିଲ୍ଲାରେ ଏକ ସଂଗ୍ରହାଳୟର ଆବଶ୍ୟକତା ରହିଥିବା ନେଇ ଜିଲ୍ଲାବାସୀଙ୍କ ସମେତ ପରିବେଶବିତ୍ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.