ETV Bharat / state

ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା, ଉଠିଲା କୋଟିଆ ବିବାଦ ସମାଧାନ ଦାବି

author img

By

Published : Nov 8, 2021, 7:39 PM IST

ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା, ଉଠିଲା କୋଟିଆ ବିବାଦ ସମାଧାନ ଦାବି
ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା, ଉଠିଲା କୋଟିଆ ବିବାଦ ସମାଧାନ ଦାବି

ଭୁବନେଶ୍ୱରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ପୋଲାଭରମ ସମେତ ଅନ୍ୟାନ୍ୟ ନଦୀବନ୍ଧ ଯୋଜନାର ସୁପରିଚାଳନା ପାଇଁ ଆଲୋଚନା ହେବ । ଅଧିକ ପଢ଼ନ୍ତୁ...

କୋରାପୁଟ: ଆସନ୍ତାକାଲି(ମଙ୍ଗଳବାର) ଭୁବନେଶ୍ୱରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ପୋଲାଭରମ ସମେତ ଅନ୍ୟାନ୍ୟ ନଦୀବନ୍ଧ ଯୋଜନାର ସୁପରିଚାଳନା ପାଇଁ ଆଲୋଚନା ହେବ । ଏହାସହ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଥିବା କୋଟିଆ ସୀମା ବିବାଦକୁ ନେଇ ଆଲୋଚନାକୁ ଗୁରୁତ୍ୱ ଦେବା ପାଇଁ କୋରାପୁଟ ଜିଲ୍ଲା ବୁଦ୍ଧିଜୀବୀ ଓ ନେତାମାନେ ଦାବି କରିଛନ୍ତି ।

ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା, ଉଠିଲା କୋଟିଆ ବିବାଦ ସମାଧାନ ଦାବି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିବାଦର ସମାଧାନ ବିଷୟରେ ଆଲୋଚନା କରିବା ନିତାନ୍ତ ଆବଶ୍ୟକ । ଓଡ଼ିଶାର ସ୍ୱାର୍ଥ ରକ୍ଷା କରି ବର୍ତ୍ତମାନ ଆଲୋଚନା କରିବା ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେପଟେ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା କୋଟିଆ ବିବାଦକୁ ସମାଧାନ କରିବା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାରେ ସହାୟକ ହେବ । କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା କୋଟିଆ ସଂଗଠନର ଆବାହକ ଗଦାଧର ପରିଡ଼ା କିଛି ଏଭଳି ଆଶା ବାନ୍ଧି ରହିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.