ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, କୋଟିଆରେ ପହଞ୍ଚିଲା ପୋଲିଂ ପାର୍ଟି

author img

By

Published : Feb 16, 2022, 10:23 PM IST

ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, କୋଟିଆରେ ପହଞ୍ଚିଲା ପୋଲିଂ ପାର୍ଟି
ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, କୋଟିଆରେ ପହଞ୍ଚିଲା ପୋଲିଂ ପାର୍ଟି

ଆଉ ଦିନକ ପରେ କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ । ବିଭିନ୍ନ ବୁଥରେ ପହଞ୍ଚିଲେ ପୋଲିଂ ପାଟି । ଅଧିକ ପଢନ୍ତୁ

କୋରାପୁଟ: ଆଉ ଦିନକ ପରେ କୋଟିଆ ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଂଗି, ତାଡ଼ିବାଲାସା, ତଳ ସେମ୍ବୀ, ଉପର ସମ୍ବି, ବାରାବନ୍ଧ, ଥୁରିଆ, କରଞ୍ଜଗୁଡ଼ା, ଟାଉପଦର, ମାତଲାମ୍ବା, କୋଟିଆ ଓ ଗଞ୍ଜେଇପଦର ପ୍ରଭୃତି ସମୁଦାୟ 13ଟି ବୁଥରେ ହେବ ମତଦାନ । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି(ବୁଧବାର) ଏହି ସମସ୍ତ ବୁଥର ନିର୍ବାଚନ ନେଇ ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରୁ ପୋଲିଂ ପାର୍ଟି ବାହାରି କୋଟିଆ ପଞ୍ଚାୟତର ବିଭିନ୍ନ ବୁଥରେ ପହଞ୍ଚିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, କୋଟିଆରେ ପହଞ୍ଚିଲା ପୋଲିଂ ପାର୍ଟି

ଆସନ୍ତା ୧୮ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ କୋରାପୁଟର 5790 ଭୋଟର ମତଦାନ କରିବେ । ଗତକାଲି(ମଙ୍ଗଳବାର) ଜିଲ୍ଲାପାଳ ଅବଦଲ ଅକ୍ତର ପଟ୍ଟାଙ୍ଗି ବିଡ଼ିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ସହ କୋଟିଆ ଉପତ୍ୟକାର ପାହାଡ଼ ଉପରେ ଓ ପାଦଦେଶରେ ଥିବା ଏହି ସମସ୍ତ ବୁଥରେ ପହଞ୍ଚି ସ୍ଥିତି ପରଖିଛନ୍ତି । କୋଟିଆ ଅଞ୍ଚଳରେ ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.