ETV Bharat / state

କୋଟିଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

author img

By

Published : Mar 8, 2021, 9:11 PM IST

କୋଟିଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
କୋଟିଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କୋରାପୁଟର କୋଟିଆରେ ମହିଳାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହିଳାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଅଧିକ ପଢ଼ନ୍ତୁ...

କୋରାପୁଟ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କୋରାପୁଟର କୋଟିଆରେ ମହିଳାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହିଳାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

କୋଟିଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କୋଟିଆର ବିକାଶ ପାଇଁ ଓଡିଶା ସରକାର ବଦ୍ଧ ପରିକର । ଗାଁ ଗଣ୍ଡାକୁ ରାସ୍ତାଘାଟ ପହଞ୍ଚାଇବା ସହ ପରିବାରର ଜୀବନ ଜୀବିକା, ସ୍ବାସ୍ଥ୍ୟ ଓ ବିଶେଷ କରି ଓଡ଼ିଆରେ ପିଲାଙ୍କ ଶିକ୍ଷା ଗ୍ରହଣ ଉପରେ ସରକାରଙ୍କ ବିଶେଷ ଦୃଷ୍ଟି ରହିଛି । ଏହି ସବୁ କ୍ଷେତ୍ରରେ ପ୍ରଶାସନର ସ୍ବପ୍ନକୁ ସାକାର କରିବା ପାଇଁ ମହିଳାଙ୍କ ସକ୍ରିୟ ଯୋଗଦାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ କହିଛନ୍ତି।

ସେହିଭଳି କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଆନୁକୂଲ୍ୟରେ ମହିଳା ଚାଷୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏହି ସଭାରେ ଆଦିବାସୀ ମହିଳା ଚାଷୀ କିପରି ପରସ୍ପର ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବେ ଓ ନିଜେ ସ୍ବାବଲମ୍ବୀ ହୋଇ ଉନ୍ନତମାନର ଚାଷ କରିପାରିବେ ସେ ସଂକ୍ରାନ୍ତରେ ଆଲୋଚନା ହୋଇଛି। ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋଚନା କରିଥିଲେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.