ETV Bharat / state

ଚାଷୀର ମୁଣ୍ଡରେ ସମ୍ଭାବ୍ୟ ବର୍ଷା ଚଡକ ! ବର୍ଷକ ଅମଳ ସୁରକ୍ଷା ଚିନ୍ତା

author img

By

Published : Nov 30, 2021, 7:19 PM IST

farmers tension
ସମ୍ଭାବ୍ୟ ବର୍ଷାର ଚଡକ ପଡିଲା ଚାଷୀର ମୁଣ୍ଡରେ, ବର୍ଷକର ଅମଳକୁ କେମିତି କରିବେ ସୁରକ୍ଷା

ଚାଷୀର ମୁଣ୍ଡରେ ପଡିଛି ଚଡକ । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେ ନେଇ ଚିନ୍ତାରେ ଚାଷୀ। କୋରାପୁଟ ବ୍ଲକର ତଳଲିମକା ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ଘରର ସମସ୍ତେ ଲାଗି ଧାନ ଅମଳ କରିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ

କୋରାପୁଟ: ସମ୍ଭାବ୍ୟ ବର୍ଷାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ( Special Relief Commissioner SRC ) । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଆଣ୍ଡାମାନ ସମୁଦ୍ରରେ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । କୋରାପୁଟ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ସତର୍କ କରିଛନ୍ତି ଏସଆରସି ।

ସମ୍ଭାବ୍ୟ ବର୍ଷାର ଚଡକ ପଡିଲା ଚାଷୀର ମୁଣ୍ଡରେ, ବର୍ଷକର ଅମଳକୁ କେମିତି କରିବେ ସୁରକ୍ଷା

ଆଜିଠାରୁ କୋହଲା ପାଗକୁ ଦେଖି ଚାଷୀର ମୁଣ୍ଡରେ ଚଡକ ପଡିଛି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । କୋରାପୁଟ ବ୍ଲକର ତଳଲିମକା ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ଘରର ସମସ୍ତେ ଲାଗି ଧାନ ଅମଳ କରିବାରେ ଲାଗିଛନ୍ତି । ତେବେ ସରକାର ତିଆରି କରିଥିବା ପିଣ୍ଡିରେ ଖୋଲା ଆକାଶ ତଳେ ଧାନ କିପରି ସୁରକ୍ଷା ରହିବ ସେ ନେଇ ପ୍ରଶ୍ନ କରିଛନ୍ତି । ଏହା ସହ ଧାନ ମାଣ୍ଡିଆକୁ ଘୋଡାଇ ରଖିବା ପାଇଁ ବଡ ପଲିଥିନର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଚାଷୀ ମାନେ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ; Low pressure; ସାମ୍ଭାବ୍ୟ ବର୍ଷା ନେଇ ସରକାର ସଜାଗ

ସେପଟେ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଲଘୁଚାପ ବର୍ଷାକୁ ସାମନା କରିବା ପାଇଁ ପ୍ରସ୍ତୁତି କରୁଛି । ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ତଥା ଜମିରେ ଅମଳ ହେବାକୁ ଥିବା ଫସଲର ସୁରକ୍ଷା ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.