ETV Bharat / city

Low pressure; ସାମ୍ଭାବ୍ୟ ବର୍ଷା ନେଇ ସରକାର ସଜାଗ

author img

By

Published : Nov 29, 2021, 9:51 PM IST

ସମ୍ଭାବ୍ୟ ବର୍ଷାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ଜିଲ୍ଲାପାଳ (All Dist Collector) ଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ( Special Relief Commissioner) SRC ଏସଆରସି ପ୍ରଦୀପ ଜେନା (Pradeep Jena) । ଅଧିକ ପଢନ୍ତୁ

Pradeep Jena
Pradeep Jena

ଭୁବନେଶ୍ବର: ସମ୍ଭାବ୍ୟ ବର୍ଷାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ( Special Relief Commissioner SRC ) ଏସଆରସି ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଦୀପ ।

Photo
Low pressure; ସାମ୍ଭାବ୍ୟ ବର୍ଷାକୁ ନେଇ ସରକାର ସଜାଗ

ବର୍ଷା ଶେଷରେ ବାତ୍ୟା ଆଶଙ୍କା । ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ଦେଖାଇପାରେ ନାଲିଆଖି । 30ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଲଘୁଚାପ ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା । ପାଣିପାଗ ବିଭାଗର ଏପରି ଆକଳନ ପରେ ଆକ୍ସନ ମୁଡକୁ ଆସିଛନ୍ତି ରାଜ୍ୟ ସରକାର । ଜମିରେ ଧାନ ପାଚିଲା ବେଳକୁ ବର୍ଷା ଦାଉ ସାଧିବ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିବା ସହ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି ।

Photo
Low pressure; ସାମ୍ଭାବ୍ୟ ବର୍ଷାକୁ ନେଇ ସରକାର ସଜାଗ

ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ବଙ୍ଗୋପସାଗର (Bay of Bengal ) ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଡିସେମ୍ବର 2 ରୁ ଲଗାଣ ବର୍ଷା ଆଶଙ୍କା ରହିଛି ।

Photo
Low pressure; ସାମ୍ଭାବ୍ୟ ବର୍ଷାକୁ ନେଇ ସରକାର ସଜାଗ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.