ETV Bharat / state

ରାବଣ ପୋଡି ସହ ଐତିହାସିକ ଜୟପୁର ଦଶହରା ସମ୍ପନ୍ନ

author img

By

Published : Oct 5, 2022, 7:15 PM IST

ରାବଣ ପୋଡ଼ି ସହ ଐତିହାସିକ ଜୟପୁର ଦଶହରା ସମ୍ପନ୍ନ
ରାବଣ ପୋଡ଼ି ସହ ଐତିହାସିକ ଜୟପୁର ଦଶହରା ସମ୍ପନ୍ନ

ଜୟପୁରରେ ରାବଣ ପୋଡ଼ି ସହ ଐତିହାସିକ ଜୟପୁର ଦଶହରା ସମ୍ପନ୍ନ ହୋଇଯାଇଛି । ୯ ଦିନରେ ୯ଟି ରେ ରୂପରେ ମା'ଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । ଅଧିକ ପଢନ୍ତୁ

କୋରାପୁଟ: ଦକ୍ଷିଣ ଓଡିଶାର ଦ୍ବିତୀୟ ବୃହତ୍ତମ ସହର ଜୟପୁରରେ ବେଶ ଧୁମ ଧାମରେ ଦଶହରା ପର୍ବ ପାଳନ ହୋଇଯାଇଛି । ରାଜା ରାଜୁଡା ଅମଳରୁ ଜୟପୁର ସହରରେ ମା’ ଭଗବତୀ ଓ ରାଜ ଉଆସରେ ପୂଜା ପାଉଥିବା କନକଦୁର୍ଗା ମନ୍ଦିରରେ ମଙ୍ଗଳବାର ଦିନ ହଶହରା ପୂଜା କରାଯିବା ସହ ସହର ଉପକଣ୍ଠ ପଡ଼ିଆରେ ରାବଣ ପୋଡ଼ି କରାଯାଇଥିଲା । ତେବେ ଆଜି (ବୁଧବାର) ସକାଳ ସମୟରେ ମା’ ଦୁର୍ଗାଙ୍କ ଅପରାଜିତା ପୂଜା ସମ୍ପନ୍ନ ହୋଇଥିଲା । ୯ ଦିନରେ ୯ଟି ରେ ରୂପରେ ମା'ଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ ।

ରାବଣ ପୋଡ଼ି ସହ ଐତିହାସିକ ଜୟପୁର ଦଶହରା ସମ୍ପନ୍ନ

ଏହା ମଧ୍ୟ ପଢନ୍ତୁ: ଆମ୍ବାନୀ ପରିବାରକୁ ହତ୍ୟା ଧମକ

ପରମ୍ପରା ଅନୁଯାୟୀ ଦୂରଦୂରାନ୍ତରୁ ନିଜ ନିଜ ଗ୍ରାମ ଦେବୀଙ୍କ ପ୍ରତିନିଧି ଭାବେ ଲାଠିକୁ ଧରି ଆସିଥିବା ଶ୍ରଦ୍ଧାଳୁଙ୍କୁ ଜୟପୁର ରାଜ ପରିବାରର ଉତ୍ତରାଧିକାରୀଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅକ୍ତର ଏବଂ ଏସପି ବରୁଣ ଗୁଣ୍ଟପାଲ୍ଲୀଙ୍କ ଉପସ୍ଥିତିରେ ଏହି ଐତିହାସିକ ଉତ୍ସବ ବିନା ବାଧାବିଘ୍ନର ସହକାରେ ପାଳିତ ହୋଇଯାଇଛି । ଏହି ଐତିହାସିକ ଉତ୍ସବରେ ସମଗ୍ର ଅଞ୍ଚଳର ଶ୍ରଦ୍ଧାଳୁ ଜୟପୁରରେ ଏକାଠି ହେବା ଓ ସେମାନଙ୍କ ଉପସ୍ଥିତିରେ ଲାଠୀଯାତ୍ରା ଓ ରାବଣ ପୋଡ଼ି ସମ୍ପନ୍ନ ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ଦିର୍ଘ ୨ ବର୍ଷ ହେଲା ନିମଡାମ୍ବର ଭାବେ କଟକଣାରେ ପୂଜା କରାଯାଇଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ପୂଜାକୁ ନେଇ ବେଶ ଆନନ୍ଦିତ ଥିଲେ ସହରବାସୀ ।

ଏନେଇ ଜୟପୁରର ସଂସ୍କୃତି ଗବେଷକ ପରେଶ ରଥ କହିଛନ୍ତି ଯେ, "ଜୟପୁରର ଦଶହରା ଏକ ଐତିହାସିକ ଦଶହରା । ସୂର୍ଯ୍ୟବଂଶୀ ରାଜାଙ୍କ ଶାସନ କାଳରୁ ଏଠାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ଦଶହରା ଦିନ ଏଠାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି । କୋରାପୁଟ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କର ପ୍ରତୀକ ଆସି ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି ।ସବରା ସାହିର ପଟୁଆର ହିଁ କୋରାପୁଟର ଶୋଭା ବର୍ଦ୍ଧନ କରିଥାଏ । ଯେତେବେଳେ ଦଶହରାର ପୁର୍ନରୁଧାର ହେଲା ରାମଲିଳୀ ଓ ରାବଣ ପୋଡି ଆରମ୍ଭ ହୋଇଥିଲା । ମଙ୍ଗଳବାର କୋରାପୁଟରେ ଧୁମଧାରରେ ରାବଣ ପୋଡି ସହ ଦଶହରା ପୂଜା ସମ୍ପର୍ଣ୍ଣ ହୋଇଛି ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.