ଆମ୍ବାନୀ ପରିବାରକୁ ହତ୍ୟା ଧମକ

author img

By

Published : Oct 5, 2022, 5:38 PM IST

ମୁମ୍ବାଇର ରିଲାଏନ୍ସ ଡାକ୍ତରଖାନାକୁ ବମରେ ଉଡାଇଦେବାକୁ ଧମକ

ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ (HN Reliance Foundation Hospital) ଏକ ଅଜଣା ନମ୍ବରରୁ ଧମକ ମିଳିଛି । ବୁଧବାର ଏକ ଅଜଣା ନମ୍ୱରରୁ ଏହି ଫୋନ କଲ ଆସିଥିବା ବେଳେ ହସ୍ପିଟାଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ଦେଇଥିବା ବେଳେ ପରିବରାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣି ଆମ୍ବାନୀ ପରିବାରକୁ ଧମକ । ବିଶିଷ୍ଟ ଉଦ୍ୟୋଗପତିଙ୍କ ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ (HN Reliance Foundation Hospital ) ଏକ ଅଜ୍ଞାତ ନମ୍ବରରୁ ଧମକ ମିଳିଛି । ବୁଧବାର ଏକ ଅଜଣା ନମ୍ୱରରୁ ଏହି ଫୋନ କଲ ଆସିଥିବା ବେଳେ ହସ୍ପିଟାଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ଦିଆଯାଇଛି । ଏହାସହ ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଏବଂ ତାଙ୍କ ଦୁଇ ପୁଅ ଆକାଶ ଅମ୍ୱାନୀ ଏବଂ ଅନନ୍ତ ଅମ୍ୱାନୀଙ୍କୁ ଜୀବନରୁ ମାରିବାକୁ ଧମକ ଦିଆଯାଇଛି(Threat to Ambani family)

ଏନେଇ ମୁମ୍ବାଇ ପୋଲିସ କହିଛି, "ବୁଧବାର ଦିନ ୧୨ଟା ୫୭ରେ ଡାକ୍ତରଖାନାର ଲାଣ୍ଡଲାଇନ ନମ୍ବରକୁ ଅଜ୍ଞାତ ନମ୍ବରରୁ ଫୋନ ଆସିଥିଲା । ଫୋନ ଉଠାଇବା ମାତ୍ରେ ବ୍ୟକ୍ତିଜଣକ ହିସ୍ପାଟଲକୁ ବୋମାରେ ଉଡାଇବା ସହ ଅମ୍ୱାନୀ ପରିବାରକୁ ହତ୍ୟା ଧମକ ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ: ପୁଣି ଅମ୍ବାନୀ ପରିବାରକୁ ଧମକ

ଏନେଇ ଡିବି ମାର୍ଗ ପୋଲିସ ଷ୍ଟେସନରେ (D B Marg police station) ଏକ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ଅମ୍ୱାନୀଙ୍କ ପରିବାରକୁ ହତ୍ୟା ଧମକ ମିଳିଥିଲା । କେହି ଜଣେ ବ୍ୟକ୍ତି ଏଚ.ଏନ ରିଲିୟାନ୍ସ ହସ୍ପିଟାଲ (HN Reliance Foundation Hospital ) ଲ୍ୟାଣ୍ଡ ଲାଇନ ନମ୍ବରରୁ ମୁକେଶ ଆମ୍ବାନୀଙ୍କ ପରିବାରକୁ ଧମକ କଲ କରିଥିଲା । ମୋଟ 8 ଥର କଲ କରିଥିବା ବେଳେ କିଛି ଘଣ୍ଟା ଭିତରେ ବଡ ଅଘଟଣ ଘଟାଇବା ନେଇ କଲରେ କହିଥିଲା ଅଜଣା ବ୍ୟକ୍ତି । ତେବେ ଏହି ଘଟଣାରେ ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିଲା ଡିବି ମାର୍ଗ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଅମ୍ବାନୀଙ୍କ ଆଣ୍ଟିଲିଆ ବାହାରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ମାଲିକର ମୃତ୍ୟୁ

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଅମ୍ବାନୀଙ୍କ ବହୁମହଲା ବାସଭବନ ଆଣ୍ଟିଲିଆ ନିକଟରୁ 25 ଫେବୃଆରୀ ସଂଧ୍ୟାରେ 2.5 କିଲୋର ଜିଲେଟିନ ବିସ୍ଫୋରକ ଜବତ କରାଯାଇଥିଲା । ଏକ ସନ୍ଦିଗ୍ଧ ଗାଡିରେ ରହିଥିଲା ଏହି ଜିଲେଟିନ । ଗାଡିରେ ଏକ ଚିଠି ମଧ୍ୟ ମିଳିଥିବା କୁହାଯାଇଥିଲା, ଯେଉଁଥିରେ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା ବିଷୟରେ ଉଲ୍ଲେଖ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.