କୋରାପୁଟରେ ଲଗାଣ ବର୍ଷା, ଚିନ୍ତାରେ ପରିବା ଚାଷୀ

author img

By

Published : Sep 14, 2021, 7:19 AM IST

କୋରାପୁଟରେ ଲଗାଣ ବର୍ଷା, ଚିନ୍ତାରେ ପରିବା ଚାଷୀ

ଗତକାଲି କୋରାପୁଟ ଜିଲ୍ଲାରେ ୮୭୨ ମିଲିମିଟର ବର୍ଷା ହୋଇଥିବାରୁ ଚିନ୍ତାରେ ପରିବା ଚାଷୀ । ଅଧିକ ପଢନ୍ତୁ...

କୋରାପୁଟ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଗତକାଲି କୋରାପୁଟ ଜିଲ୍ଲାରେ ୮୭୨ ମିଲିମିଟର ବର୍ଷା ହୋଇଥିବା ଜରୁରୀକାଳିନ ଅଧିକାରୀ ଜ୍ଞାନ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ଏହି ମୂଷଳ ଧାରାରେ ବର୍ଷା କାହା ପାଇଁ ଖୁସି ଆଣିଥିବା ବେଳେ ଆଉ କାହା ପାଇଁ କାଳ ହୋଇଛି । କୋରାପୁଟରେ ପ୍ରବଳ ବର୍ଷା ଯୋଗୁଁ ଏବେ ଚାଷୀକୂଳ ବେହାଲ । ଚାଷୀ କ୍ଷେତରେ ଅଦା, ଆଳୁ ,ଭେଣ୍ଡି ଆଦି କ୍ଷେତରେ ଚାଷ କରିଥିବା ବେଳେ ବର୍ଷା ପାଣି ଏବେ କ୍ଷେତରେ ଜମି ରହିଛି ।

କୋରାପୁଟରେ ଲଗାଣ ବର୍ଷା, ଚିନ୍ତାରେ ପରିବା ଚାଷୀ

ଫଳରେ ଅଦା ଓ ଆଳୁ ଗଛର ମୂଳ ପଚି ଯାଇଥିବା ଜିଲ୍ଲାର ମହାଦେଈପୁଟର ଚାଷୀ ସୁରେନ୍ଦ୍ର ମସ୍ତି ଦୁଃଖର ସହ ଜଣାଇଛନ୍ତି । ସେହିପରି ଆଳୁ ଚାଷୀ ହରିଶଚନ୍ଦ୍ର ଗୌଡଙ୍କ କହିବା ଅନୁଯାୟୀ ଚଳିତ ବର୍ଷ କ୍ଷେତରୁ ୫ କ୍ବିଣ୍ଟାଲ ଆଳୁ ମିଳିବାର ଲକ୍ଷ୍ୟ ରଖିଥିଲେ ହେଲେ ବର୍ଷା ଯୋଗୁଁ ବର୍ତ୍ତମାନ ୩ କ୍ଵିଣ୍ଟାଲ ଆଳୁ ମିଳିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଥିବା କହିଛନ୍ତି । ପରିବା ଗଛର ମୂଳ ପଚି ଯିବା ସହ ଗଛରେ ନୂଆ ରୋଗ ଧରିବାର ସମ୍ଭାବନା ରହିଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.