ETV Bharat / state

ପାଣିଟାଙ୍କି ନିକଟରେ ରହି ମଧ୍ୟ ମେଣ୍ଟୁନି ପରିବାରର ଶୋଷ

author img

By

Published : Sep 7, 2020, 10:14 PM IST

କୋରାପୁଟ ରେଳଷ୍ଟେସନ ନିକଟ ପାଣି ଟାଙ୍କି ତଳ ଭାଗରେ ବସବାସ କରୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇନାହିଁ । ଅଧିକ ପଢନ୍ତୁ...

ପାଣି ଟାଙ୍କି ନିକଟରେ ରହି ମଧ୍ୟ ପରିବାରର ଶୋଷ ମେଣ୍ଟୁନି
ପାଣି ଟାଙ୍କି ନିକଟରେ ରହି ମଧ୍ୟ ପରିବାରର ଶୋଷ ମେଣ୍ଟୁନି

କୋରାପୁଟ: ପାଣି ଟାଙ୍କି ନିକଟରେ ରହି ମଧ୍ୟ ପରିବାରର ଶୋଷ ମେଣ୍ଟୁନି । କୋରାପୁଟ ରେଳଷ୍ଟେସନ ନିକଟ ପାଣି ଟାଙ୍କି ତଳ ଭାଗରେ ବସବାସ କରୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପାଣି ଟାଙ୍କି ନିକଟରେ ରହି ମଧ୍ୟ ପରିବାରର ଶୋଷ ମେଣ୍ଟୁନି

କୋରାପୁ଼ଟ ରେଳଷ୍ଟେସନ ନିକଟ ସରକାରୀ ଜାଗାରେ ଘରକରି ରହିବା ପାଇଁ ସରକାର ଅନୁମତି ଦେଇ ପଟ୍ଟା ପ୍ରଦାନ କରିଛନ୍ତି । କିନ୍ତୁ ଏଠାରେ ବସବାସ କରୁଥିବା ଲୋକଙ୍କ ପାଖରେ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ପାରୁ ନାହିଁ । ଡାଙ୍ଗଦେଉଳା ଗ୍ରାମବାସୀ ପ୍ରତିବନ୍ଧକ ସୃଷ୍ଟି କରିବା ସହିତ ବିଭିନ୍ନ ଭାବେ ପରିବାରବର୍ଗଙ୍କୁ ଧମକ ଚମକ କରୁଥିବା ସାହି ବାସିନ୍ଦା ଜଣାଇଛନ୍ତି । ତେବେ ଏ ସଂକ୍ରାନ୍ତରେ ତହସିଲଦାର,ପୋଲିସ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି ଜଣାଇସାରିଥିବା ସତ୍ତ୍ବେ ସମସ୍ୟାର ସମାଧାନ ହୋଇପାରୁନଥିବା ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି ।

ଜିଲ୍ଲାପାଳଙ୍କ ବ୍ୟତୀତ ଆଉ କେହି ନୁହେଁ' ନ୍ୟାୟରେ ସୋମବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲାପାଳ ଏହି ସମସ୍ୟା ବିଷୟରେ ଆରକ୍ଷୀ ଅଧିକ୍ଷକଙ୍କ ସହ ପୁଣିଥରେ କଥାବାର୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.