ETV Bharat / state

‘ଗୁଲାବ’ ପ୍ରଭାବ: କୋରାପୁଟରେ ଧସିଲା ମାଟି ଅତଡା, ଭାଙ୍ଗିଲା ଘର

author img

By

Published : Sep 27, 2021, 8:50 AM IST

Updated : Sep 27, 2021, 10:25 AM IST

ଗୁଲାବ ପ୍ରଭାବ: କୋରାପୁଟରେ ଭାଙ୍ଗିଲା ଗଛ, ଧସିଲା ପାହାଡ
ଗୁଲାବ ପ୍ରଭାବ: କୋରାପୁଟରେ ଭାଙ୍ଗିଲା ଗଛ, ଧସିଲା ପାହାଡ

ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । ସୁଙ୍କିର ହସ୍ପିଟାଲ ନିକଟସ୍ଥ ପାହାଡ ଉପରୁ ମାଟି ଅତଡା ଓ ପଥର ଖସିଛି । ଅଧିକ ପଢନ୍ତୁ....

କୋରାପୁଟ : ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । କିନ୍ତୁ ଗୁଲାବର ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଆଜି ସକାଳେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ସୁଙ୍କିର ହସ୍ପିଟାଲ ନିକଟସ୍ଥ ପାହାଡ ଉପରୁ ମାଟି ଅତଡା ଓ ପଥର ଖସିଛି ।

ଗୁଲାବ ପ୍ରଭାବ: କୋରାପୁଟରେ ଭାଙ୍ଗିଲା ଗଛ, ଧସିଲା ପାହାଡ

ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଯାଇଛି । ଗମନାଗମନ ବାଧାପ୍ରାପ୍ତ ହୋଇଛି । ସେହି ବ୍ଲକର ରାଲ୍ଲାଗାଡ଼ା ପଞ୍ଚାୟତର ବିଭିନ୍ନ ଗାଁରେ 5ଟି ଘର ବର୍ଷା ପବନ ଦ୍ୱାରା ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତେବେ ପଟ୍ଟାଙ୍ଗିରେ ଅବସ୍ଥାପିତ ଏନଡିଆରଏଫ ଟିମ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ.ଶାନ୍ତାକାର , ଇଟିଭି ଭାରତ

Last Updated :Sep 27, 2021, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.