ETV Bharat / state

କୋଟିଆ ପଞ୍ଚାୟତ: ଛାତ୍ରଛାତ୍ରୀଙ୍କୁ ମିଳୁଛି ସ୍କୁଲବ୍ୟାଗ, ମହିଳାଙ୍କୁ 13 ପ୍ରକାରର ବିହନ

author img

By

Published : Mar 17, 2021, 10:01 PM IST

କୋଟିଆରେ ପିଲାଏ ପାଉଛନ୍ତି ସ୍କୁଲ ବ୍ୟାଗ ଓ ମହିଳାଙ୍କୁ ମିଳୁଛି ପରିବା ବିହନ
କୋଟିଆରେ ପିଲାଏ ପାଉଛନ୍ତି ସ୍କୁଲ ବ୍ୟାଗ ଓ ମହିଳାଙ୍କୁ ମିଳୁଛି ପରିବା ବିହନ

ଚଳିତ ମାସ ଆଠ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରେ ଓଡିଶା ଜୀବିକା ମିଶନ ତରଫରୁ କୋଟିଆ ପଞ୍ଚାୟତର ସ୍କୁଲ ପିଲାଙ୍କୁ ବାଣ୍ଟିଛନ୍ତି ସ୍କୁଲ ବ୍ୟାଗ । ଏହାସହ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ମାଆ ମାନଙ୍କୁ ବଣ୍ଟାଯାଇଛି ପରିବା ବିହନ । ଅଧିକ ପଢନ୍ତୁ...

କୋରାପୁଟ: ଚଳିତ ମାସ ଆଠ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରେ ଓଡିଶା ଜୀବିକା ମିଶନ ତରଫରୁ କୋଟିଆ ପଞ୍ଚାଯତର ସ୍କୁଲ ପିଲାଙ୍କୁ ବାଣ୍ଟିଛନ୍ତି ସ୍କୁଲ ବ୍ୟାଗ । ଏହାସହ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ମାଆଙ୍କୁ ବଣ୍ଟାଯାଇଛି ପରିବା ବିହନ ।

କୋଟିଆରେ ପିଲାଏ ପାଉଛନ୍ତି ସ୍କୁଲ ବ୍ୟାଗ ଓ ମହିଳାଙ୍କୁ ମିଳୁଛି ପରିବା ବିହନ

ସେମାନଙ୍କ ପ୍ରାଥମିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମରେ ଆଜି ସୁଦ୍ଧା 198 ଜଣ ମହିଳାଙ୍କୁ ବାଡି ବଗିଚାରେ ପୁଷ୍ଟିକର ପରିବା ଗଛ ଲଗାଇବା ପାଇ 13 ପ୍ରକାରର ବିହନ ପ୍ରଦାନ କରିଛି ଓଡିଶା ଜୀବିକା ମିଶନ । ଏଥିସହିତ ସେହି ମହିଳାମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଖାଇବା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ମଦର୍ଶ ହରଲିକ୍ସ ଦିଆଯାଇଥିବା ଜୀବିକା ମିଶନର ଜିଲ୍ଲା ଅଧିକାରୀ ସସ୍ମିତା ସାମନ୍ତରାୟ ଜଣାଇଛନ୍ତି ।

ସେହିପରି କୋଟିଆ ପଞ୍ଚାୟତରେ ଚୟନ କରାଯାଇଥିବା 17ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟକୁ ଯିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍କୁଲ ବ୍ୟାଗ ଏବଂ ଗୋଟେ ହଳ ଜୋତା ଓ ମୋଜା ପ୍ରଦାନ କରାଯାଉଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.