ETV Bharat / state

କୋଟିଆରେ ବିଜୁ ପକ୍କା ଘର ଦଖଲ କରିବାକୁ ବସିଥିଲା ଆନ୍ଧ୍ର, ପୋଷ୍ଟ ଅଫିସ ଖୋଲିବା ଚକ୍ରାନ୍ତକୁ ପଣ୍ଡ କଲା ଓଡିଶା

author img

By ETV Bharat Odisha Team

Published : Dec 2, 2023, 10:23 AM IST

andhra again enters in kotia
andhra again enters in kotia

Kotia Andhra Dispute: କୋଟିଆରେ ପୋଷ୍ଟ ଅଫିସ ଖୋଲିବାକୁ ଯୋଜନା କରିଥିଲା ଆନ୍ଧ୍ର । ଏପରି ଚକ୍ରାନ୍ତକୁ ପଣ୍ଡ କଲେ ପଟ୍ଟାଙ୍ଗୀ ବ୍ଲକ ଅଧିକାରୀ । ଅଧିକ ପଢନ୍ତୁ

କୋରାପୁଟ: କୋଟିଆ ପଞ୍ଚାୟତକୁ ନିଜର କରିବା ପାଇଁ କଳେ ବଳେ ଲାଗିପଡିଛି ଆନ୍ଧ୍ର । କିନ୍ତୁ ଆନ୍ଧ୍ରର ଗୋଟିଏ ପରେ ଗୋଟିଏ ଯୋଜନା ପଣ୍ଡ କରୁଛି ଓଡିଶା । କୋଟିଆ ପଞ୍ଚାୟତର ସେମ୍ବିରେ ନିର୍ମାଣ ହୋଇଥିବା ବିଜୁ ପକ୍କା ଘରକୁ ଦଖଲ କରି ଫୋଷ୍ଟ ଅଫିସ ଖୋଲିଥିଲା ଆନ୍ଧ୍ର । ବିଜୁ ପକ୍କା ଘରେ ପୋଷ୍ଟ ଅଫିସ କର୍ମକର୍ତ୍ତା ଲାଲ ରଙ୍ଗ ବୋଳି ତେଲୁଗୁରେ ପୋଷ୍ଟ ଅଫିସର ବିସ୍ତୃତ ବିବରଣୀ ମଧ୍ୟ ଲେଖାଯାଇଥିଲା । କିନ୍ତୁ ଆନ୍ଧ୍ରର ଏହି ଚକ୍ରାନ୍ତକୁ ପଣ୍ଡ କରିଛନ୍ତି ପଟ୍ଟାଙ୍ଗୀ ବ୍ଲକ ଅଧିକାରୀ । ଘଟଣା ସ୍ଥଳରେ ପହଞ୍ଚି ବିଜୁ ପକ୍କା ଘରେ ନାଲି ରଙ୍ଗ ଉପରେ ଧଳା ରଙ୍ଗ ମାରି ଆନ୍ଧ୍ର ଅଧିକାରୀଙ୍କ ଏପରି ଅନୈତିକ ଅନୁପ୍ରବେଶକୁ ଶକ୍ତ ବିରୋଧ କରଛନ୍ତି ବ୍ଲକ ଅଧିକାରୀ ।

andhra again enters in kotia
andhra again enters in kotia

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଲାଗି ରହିଛି । କୋଟିଆ ସୀମାରେ ଅନୁପ୍ରବେଶ କରି ଗୋଟିଏ ପରେ ଗୋଟିଏ ବିଶୃଙ୍ଖଳା ଆଚରଣ କରିଚାଲିଛି ଆନ୍ଧ୍ର । ଏବେ ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁକୁ ଆନ୍ଧ୍ରପ୍ରଦେଶରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର । ଏନେଇ ଖବର ପାଇବା ପରେ ଶୁକ୍ରବାର ପଟ୍ଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ବ ନିରୀକ୍ଷକ, କୋଟିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଆନ୍ଧ୍ର ଦ୍ବାରା ଲଗାଯାଇଥିବା ପୋଷ୍ଟ ଅଫିସର ନାମ ଫଳକକୁ ହଟାଇବା ସହ ଲାଲ ରଙ୍ଗ ଉପରେ ପୁଣି ଧଳା କଲର ଦେଇ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-Kotia Dispute: ପ୍ରତିଶୋଧ ନେଲା ଆନ୍ଧ୍ର, କାଲି ତଡାଖାଇବା ପରେ ଆଜି ଯୋଗାଇଲା ସ୍ୱାସ୍ଥ୍ୟସେବା

andhra again enters in kotia
andhra again enters in kotia

କୋଟିଆ ଉପରେ ଓଡ଼ିଶାର ଦାବିକୁ ଦୃଢ଼ କରିବା ପାଇଁ ଗତ କିଛି ମାସ ପୂର୍ବେ ସେଠାରେ ଥିବା ପୋଷ୍ଟ ଅଫିସରେ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରାଯାଇଥିଲା । ଏହାପରେ ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରାଯାଇଥିଲା । ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ, ଇପିଏର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତି ଓ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଳାପାଳ ସଞ୍ଜିବ ହୋତା କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରିଥିଲେ ।

ଏହି ସମୟରେ ଅନୀଲ ଧୀର କହିଥିଲେ ଯେ, କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋର୍ଡ 764039 ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗରେ କୋଟିଆକୁ ଓଡ଼ିଶାର ପିନ କୋଡ଼ ପ୍ରଦାନ କରାଯାଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜଭୁତ କରିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.