ETV Bharat / state

କୋଟିଆରେ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ସମର୍ଥକଙ୍କ ଷଡଯନ୍ତ୍ର

author img

By

Published : Oct 12, 2021, 10:07 PM IST

Andhra supporters conspire to fail panchayat elections in Kotia
କୋଟିଆରେ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ସମର୍ଥକଙ୍କ ଷଡଯନ୍ତ୍ର

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ ଅଞ୍ଚଳରେ ଥିବା 10 ଖଣ୍ଡ ଗ୍ରାମବାସୀଙ୍କୁ ସେହି ଅଞ୍ଚଳରେ ରହୁଥିବା ଆନ୍ଧ୍ର ସମର୍ଥକ ମାନେ ଏହି ନିର୍ବାଚନକୁ ବହିଷ୍କାର କରାଇବାକୁ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା ସରକାର ସଜବାଜ ହେଉଥିବା ବେଳେ ପୁଣି ଚିନ୍ତା ବଢାଇଛି କୋଟିଆ । ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ ଅଞ୍ଚଳରେ ଥିବା 10 ଖଣ୍ଡ ଗ୍ରାମବାସୀଙ୍କୁ ସେହି ଅଞ୍ଚଳରେ ରହୁଥିବା ଆନ୍ଧ୍ର ସମର୍ଥକ ମାନେ ଏହି ନିର୍ବାଚନକୁ ବହିଷ୍କାର କରାଇବାକୁ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ।

ଆଜି(ମଙ୍ଗଳବାର) ଫଗୁଣସିନେରୀ ବାସିନ୍ଦା ତଥା ଆନ୍ଧ୍ରପ୍ରଦେଶର କୋଡ଼ମା ପଞ୍ଚାୟତ ଏମପିଟିସିଙ୍କ ସ୍ବାମୀ ଚୋଡପଲ୍ଲୀ ବିଶୁ ସାଲୁରରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଏହି ସୂଚନା ଦେଇଛନ୍ତି । ବାପା ଅଜା ଅମଳରୁ ଅଞ୍ଚଳବାସୀଙ୍କୁ ଆନ୍ଧ୍ର ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଆସୁଥିବା ବେଳେ ଗତ କିଛି ଦିନ ଧରି ସେମାନଙ୍କ ମନ ଜିଣିବା ପାଇଁ ଚାଲିଥିବା ଓଡିଶା ସରକାରଙ୍କ ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଜଣାଇଛନ୍ତି ।

ଆସନ୍ତା କିଛି ମାସ ମଧ୍ୟରେ ଓଡିଶା ସରକାରଙ୍କ ଦ୍ବାରା ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ବିଫଳ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି । ନିର୍ବାଚନ ହେବାକୁ ଥିବା ଦିନ ସମସ୍ତ ଗ୍ରାମବାସୀ ନିଜ ନିଜ କର୍ମକ୍ଷେତ୍ରକୁ ଚାଲିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଗ୍ରାମକୁ ନ ଫେରିବା ପାଇଁ ଲୋକଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି ।

ବିଗତ ଦିନରେ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ସଫଳତାର ସହ ଅନୁଷ୍ଠିତ କରିଥିଲେ । ଆସନ୍ତା ଦିନରେ ଓଡିଶା ସରକାର କୋଟିଆ ପଞ୍ଚାୟତର ସମସ୍ତ 21ଟି ଗ୍ରାମରେ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଅଞ୍ଚଳବାସୀଙ୍କ ମଧ୍ୟରେ ବିରୋଧାଭାଷ ସୃଷ୍ଟି କରିବା ପାଇଁ ଆନ୍ଧ୍ର ସମର୍ଥଙ୍କ ଏହି ଷଡଯନ୍ତ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନ କିପରି ପଣ୍ଡ କରି ନିର୍ବାଚନ କରିବାରେ ସମର୍ଥ ହେବ ତାରି ଉପରେ ସମସ୍ତଙ୍କ ନଜର । ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.