କୋରାପୁଟରେ ଅହିଂସା ରଥକୁ ବିପୁଳ ସ୍ବାଗତ

author img

By

Published : Sep 16, 2022, 8:27 AM IST

କୋରାପୁଟରେ ଅହିଂସା ରଥକୁ ବିପୁଳ  ସ୍ବାଗତ

କୋରାପୁଟରେ ଗଡ଼ିଲା ଅହିଂସା ରଥ । ତ୍ରିରଙ୍ଗାମୟ ହେଲା କୋରାପୁଟ ସହର । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ଅଧିକ ପଢ଼ନ୍ତୁ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ନୀତି, ଶକ୍ତି ଓ ଜନସାଧାରଣଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅହିଂସା ରଥ ସାରା ରାଜ୍ୟ ପ୍ରରିକ୍ରମା କରୁଛି ।

କୋରାପୁଟରେ ଅହିଂସା ରଥକୁ ବିପୁଳ ସ୍ବାଗତ

ଏହି କ୍ରମରେ ଗୁରୁବାର କୋରାପୁଟ ସହରରେ ଅହିଂସା ରଥ ଗଡ଼ିଛି । ଏହାକୁ ନିଆରା ଢଙ୍ଗରେ ସ୍ବାଗତ କରାଯାଇଛି । ସହର ଅନ୍ତର୍ଗତ ସହୀଦ ଲଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଠାର ଅହିଂସା ରଥକୁ କୋରାପୁଟ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିରାଟ ପଟୁଆରରେ ସ୍ବାଗତ କରି ପାଛୋଟି ଅଣାଯାଇଥିଲା ।

କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ରାଜେନ୍ଦ୍ର ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରତିସୁଧା ଜେନା, କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୌର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ପ୍ରମୁଖ କୋରାପୁଟ ଠାରେ ଠାରେ ରଥ ପହଞ୍ଚିବା ପରେ ସହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହାପରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ୍ ଶକ୍ତି ଗୋଷ୍ଠୀର ସଦସ୍ୟ, କୋରାପୁଟର ସାଧାରଣ ଜନତା ନେଇ ଏକ ୭୫ ପୁଟର ଲମ୍ବା ବିଶିଷ୍ଟ ଜାତୀୟ ପତାକା କେନ୍ଦ୍ରୀୟ ବିଦ୍ୟାଳୟ ଦେଇ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା ।

ଏଥିସହ ଗୀତ ନାଚ ବାଦ୍ୟ ଓ ପାରମ୍ପରିକ ନୃତ୍ୟ ସହ ବିଶାଳ ଶୋଭାଯାତ୍ରା ହୋଇଥିଲା । ପରେ ପୌରପରିଷଦ ଅଡିଟୋରିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରାପୁଟ ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ଧିରେନ ପଟ୍ଟନାୟକଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାରୁ ବାହାରିଥିବା ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ହରେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଜଣାଇଛନ୍ତି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରୁଛି । ଏହାସହ ସହିତ ଦେଶପ୍ରେମ ଓ ଅହିଂସାର ବାର୍ତ୍ତା ବାଣ୍ଟୁଛି ଏହି ଅହିଂସା ରଥ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.