ETV Bharat / state

କୋରାପୁଟ ଜିଲ୍ଲାରେ ବ୍ୟାପକ କରାଯିବ ଆଳୁ ଚାଷ: କୃଷି ସଚିବ

author img

By

Published : Jul 25, 2023, 11:37 AM IST

Updated : Jul 25, 2023, 3:28 PM IST

arabinda padhi visits koraput
arabinda padhi visits koraput

ଚାଷୀ ଉପଯୋଗୀ ଜଳବାୟୁ ଯୋଗୁଁ ଖରିଫ ଋତୁରେ ଆଳୁ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଆଳୁଚାଷ ପାଇଁ 4 ହଜାର ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ବେଳେ ସେଥିରେ ରାଜ୍ୟ ସରକାର ହେକ୍ଟର ପ୍ରତି 58000 ଟଙ୍କା ଦେଉଛନ୍ତି ରିହାତି । ଅଧିକ ପଢନ୍ତୁ

arabinda padhi visits koraput

କୋରାପୁଟ: ଓଡ଼ିଶାର ବିଭିନ୍ନ ସ୍ଥାନରେ ରବି ଋତୁରେ ଆଳୁ ଚାଷ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲାରେ କୃଷି ଉପଯୋଗୀ ଜଳବାୟୁ ଥିବା ଯୋଗୁଁ ଚାଷୀ ଖରିଫ ଋତୁରେ ମଧ୍ୟ ଆଳୁ ଚାଷ କରୁଛନ୍ତି । ଗତ କିଛି ବର୍ଷ ଧରି ଖରିଫ ଆଳୁ ଚାଷ କରି ଏହି ଅଞ୍ଚଳର ଅନେକ ଚାଷୀ ଲାଭବାନ ହେଉଛନ୍ତି । ଆଳୁ ଉତ୍ପାଦନ ଦିଗରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଚଳିତ ବର୍ଷ ନନ୍ଦପୁର , ସେମିଳିଗୁଡା , ପଟ୍ଟାଙ୍ଗୀ , ଦଶମନ୍ତପୁର ଏବଂ ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ବ୍ୟାପକ ଭାବେ ଖରିଫ ଆଳୁ ଚାଷ କରାଯିବ । ଏନେଇ କୋରାପୁଟ ଗସ୍ତରେ ଆସିଥିବା ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ତେବେ ଗତକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଗସ୍ତରେ କୃଷି ସଚିବ ଅରବିନ୍ଦ ପାଢ଼ୀ ଆସିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା କୃଷି ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଆତ୍ମ ନିଯୁକ୍ତି ଯୋଜନା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ଗସ୍ତ କରିଥିଲେ କୃଷି ସଚିବ ।

ଉକ୍ତ ଗସ୍ତରେ କୋଟିଆର ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର, କୋଲ୍ଡ ଷ୍ଟୋରେଜ୍‌, ସ୍ଥାନୀୟ ଚାଷୀଙ୍କ ଚାଷ କାର୍ଯ୍ୟ ବିଶେଷ କରି ବର୍ଷା ଦିନିଆ ଆଳୁ ଚାଷ, ଧନିଆ ଚାଷ, ଖମ୍ବ ଆଳୁ ଚାଷ, ବିନ୍ସ ଚାଷଗୁଡ଼ିକୁ ଦେଖିଥିଲେ । ଏହାପରେ ସେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ କୋଟିଆର ରୂପାନ୍ତରଣରେ ଜିଲ୍ଲା ପ୍ରଶାସନର ଭୂମିକାକୁ ସେ ପ୍ରଶଂସା କରିଥିଲେ । ସେହିପରି ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟାଗୁଡ଼ିକୁ ନେଇ ଅବଗତ ହେବା ସହ ଏହାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପଟେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କଫି ଚାଷ ପାଇଁ ଛାୟା ବୃକ୍ଷ ରୋପଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାଷୀଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାରଣ ରାଜ୍ୟ ସରକାର 2 ହେକ୍ଟର ପର୍ଯ୍ୟନ୍ତ ମାଗଣା କିସ୍ତି ଯୋଗାଉଛନ୍ତି l କୋରାପୁଟରେ ବର୍ଷା ଦିନିଆ ଆଳୁ ଚାଷ ପାଇଁ 4 ହଜାର ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ବେଳେ ସେଥିରେ ରାଜ୍ୟ ସରକାର ହେକ୍ଟର ପ୍ରତି 58000 ଟଙ୍କା ରିହାତି ଦେଉଛନ୍ତି । ସେଥି ମଧ୍ୟରୁ କୋଟିଆ ପଞ୍ଚାୟତରେ 150 ହେକ୍ଟର ଜମିରେ ଚାଷ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- କୋରାପୁଟ ଜିଲ୍ଲାର 10 ହଜାର ଏକରରେ କରାଯିବ ଆଳୁ ଚାଷ: କୃଷି ସଚିବ

ଚଳିତ ମାସ 31 ଜୁଲାଇ ସୁଦ୍ଧା ସଂପୂର୍ଣ୍ଣ 4000 ହେକ୍ଟର ଚାଷ କରାଯାଇପାରିବ । ରାଜ୍ୟରେ ଅନ୍ୟୁନ 1000 କ୍ଷୁଦ୍ର ଶିତଳଭଣ୍ଡାର ସ୍ଥାପନା କରିବାର ଲକ୍ଷ୍ୟ ଥିବା ବେଳେ କୋରାପୁଟ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ଏଯାବତ 59ଟି କ୍ଷୁଦ୍ର ଶୀତଳ ଭଣ୍ଡାର ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିବା ଡକ୍ଟର ପାଢ଼ୀ ସୂଚନା ଦେଇଛନ୍ତି । ସେହିପରି କୋଟିଆରେ ସୌର ଶୀତଳଭଣ୍ଡାର ସ୍ଥାପନା ସହିତ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କରିବା ପାଇଁ କୃଷି ଉତ୍ପାଦନ ପୁଞ୍ଜ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ.ଅଖତର ଏବଂ ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କୋରାପୁଟ

Last Updated :Jul 25, 2023, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.