ETV Bharat / state

କୋରାପୁଟ ଜିଲ୍ଲାର 10 ହଜାର ଏକରରେ କରାଯିବ ଆଳୁ ଚାଷ: କୃଷି ସଚିବ

author img

By

Published : Jun 13, 2023, 1:39 PM IST

ଗତକାଲି ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ସଚିବ ଅରବିନ୍ଦ ପାଢୀ କୋରାପୁଟ ଗସ୍ତ କରିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲାରେ 10 ହଜାର ଏକରରେ ଖରିଫ ଆଳୁ ଚାଷ କରାଯିବା ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

agriculture secretary arabinda padhi
agriculture secretary arabinda padhi

agriculture secretary arabinda padhi

କୋରାପୁଟ: ଗତକାଲି କୋରାପୁଟ ଗସ୍ତରେ ଆସିଥିଲେ ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ସଚିବ ଅରବିନ୍ଦ ପାଢୀ । ଏହି ଅବସରରେ 10 ହଜାର ଏକରରେ ଖରିଫ ଆଳୁ ଚାଷ କରାଯିବା ନେଇ ସୂଚନା ଦେଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ରବି ଋତୁରେ ଆଳୁ ଚାଷ ହୋଇଥାଏ । କିନ୍ତୁ କୋରାପୁଟ ଜିଲ୍ଲାରେ କୃଷି ଉପଯୋଗୀ ଜଳବାୟୁ ଯୋଗୁଁ ଚାଷୀ ଖରିଫ ଋତୁରେ ମଧ୍ୟ ଆଳୁ ଚାଷ କରୁଥିବା ଦେଖିବାକୁ ମିଳିଛି । ଗତ କିଛି ବର୍ଷ ଧରି ଖରିଫ ଆଳୁ ଚାଷ କରି ଏହି ଅଞ୍ଚଳର ଅନେକ ଚାଷୀ ଲାଭବାନ ହୋଇଛନ୍ତି । ଏନେଇ ଆଳୁ ଉତ୍ପାଦନ ଦିଗରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପ୍ରୟାସର ଧାରା ଭାବେ ଚଳିତ ବର୍ଷ ବିଭିନ୍ନ ବ୍ଲକରେ 10 ହଜାର ଏକରରେ ଖରିଫ ଆଳୁ ଚାଷ କରାଯିବ ।

କୋରାପୁଟର ୪ଟି କିସମର ସ୍ଥାନୀୟ ମାଣ୍ଡିଆକୁ ରାଜ୍ୟ ସରକାର ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାକୁ ଯାଉଥିବା ବେଳେ କିଛି ସ୍ବତନ୍ତ୍ର କିସମର ସ୍ଥାନୀୟ ଧାନକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏନେଇ ଏହାର ବ୍ୟାପକ ଚାଷ କରିବା ଦିଗରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି ଡ ପାଢୀ ଜଣାଇଛନ୍ତି । ଏଥିସହ କୋରାପୁଟ ଜିଲ୍ଲାର ଅଦା ଓ ବିଭିନ୍ନ ପନିପରିବା ଉତ୍ପାଦନରେ ଅଧିକ ଲାଭ ଚାଷୀଙ୍କୁ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ନନ୍ଦପୁର, ସେମିଳିଗୁଡା, ପଟ୍ଟାଙ୍ଗୀ ଓ ଲମତାପୂତ ବ୍ଲକରେ ଅଦାର ବିଭିନ୍ନ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଜିନିଷ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରାଯିବାର ଯୋଜନା ଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫାର୍ମ ମେକାନାଇଜେସନ ପ୍ରକ୍ରିୟାରେ ଚାଷ କ୍ଷେତ୍ରରେ ଉପଯୋଗୀ ଯାନ୍ତ୍ରିକ ଉପକରଣର ବ୍ୟାପକ ବ୍ୟବହାର କରାଯାଇ ବର୍ତ୍ତମାନ କୃଷି କ୍ଷେତ୍ରରେ ଦେଖାଯାଉଥିବା ମଜୁରିଆଙ୍କ ଅଭାବ କୁ ଦୂର କରାଯିବା ପାଇଁ ପ୍ରଚେଷ୍ଟା କରାଯାଉଛି । ଗତ କିଛି ଦିନ ପୂର୍ବେ ଜଯପୁରଠାରେ ଆୟୋଜିତ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ଅନେକ ଚାଷୀ ଯନ୍ତ୍ରପାତି କିଣି ଉନ୍ନତ ମାନର ଚାଷ ପ୍ରକ୍ରିୟାକୁ ଆପଣାର କରି ପାରିଛନ୍ତି । ସେହିପରି ରାଜ୍ୟରେ ଏହି ପ୍ରକ୍ରିୟାରେ 900 କୋଟି ଟଙ୍କାର କୃଷି ଯନ୍ତ୍ରପାତି ଚାଷୀଙ୍କ ପାଖରେ ପହଞ୍ଚି ପାରିଥିବ ସୂଚନା ଦେଇଛନ୍ତି ।

କୃଷି ସଚିବ ଅରବିନ୍ଦ ପାଢୀ କୋରାପୁଟ ଜିଲ୍ଲା ଗସ୍ତ କରି ନନ୍ଦପୁର ଯାଇ ସେଠାକାର ଚାଷୀଙ୍କ ସହିତ ଆଳୁ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହ ଜୟପୁରରେ ମାଣ୍ଡିଆ ଉଦ୍ୟୋଗୀ ଜଗନ୍ନାଥ ଆଚାରୀଙ୍କ ଆଧୁନିକ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଜୟପୁର ସ୍ଥିତ ସ୍ଵାମୀନାଥନ ଫାଉଣ୍ଡେସନର କୃଷି ଗବେଷଣା କେନ୍ଦ୍ର ଯାଇ ସେଠାରେ ଚାଲିଥିବା ବିଭିନ୍ନ କାମ ଦେଖି ସେଠାକାର ବୈଜ୍ଞାନିକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.