ETV Bharat / state

ଦୁଲୁକିବ କୋରାପୁଟ, ଆରମ୍ଭ ହେଲା 'ପରବ ମହୋତ୍ସବ'

author img

By ETV Bharat Odisha Team

Published : Nov 4, 2023, 8:40 AM IST

ଆରମ୍ଭ ହେଲା କୋରାପୁଟର 'ପରବ ମହୋତ୍ସବ '
ଆରମ୍ଭ ହେଲା କୋରାପୁଟର 'ପରବ ମହୋତ୍ସବ '

ଆରମ୍ଭ ହୋଇଛି 26 ତମ 'ପରବ ମହୋତ୍ସବ '। ଜିଲ୍ଲାରେ ଦୀର୍ଘ ୧ ମାସ ଧିରି ଚାଲିବ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା । 'ପରବ' କେବଳ ସାଂସ୍କୃତିକ ଉତ୍ସବ ହୋଇ ନାହିଁ,ଏହା ଅଞ୍ଚଳର ଜୀବନ ଧାରାର ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା କୋରାପୁଟର 'ପରବ ମହୋତ୍ସବ '

କୋରାପୁଟ: ଜିଲ୍ଲାରେ ଆରମ୍ଭ ହେଲା 26 ତମ 'ପରବ ମହୋତ୍ସବ' । ଗତକାଲି(ଶୁକ୍ରବାର) କୋରାପୁଟ ନିଶାଣୀମୁଣ୍ଡା ଠାରେ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ମହୋତ୍ସବକୁ ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ 26 ତମ ସୋପାନରେ ପହଞ୍ଚିଛି ପରବ ମହୋତ୍ସବ । 1996 ମସିହାରେ ଆରମ୍ଭ ହୋଇଥିବା ଏହି ପରବ ଉତ୍ସବ କେବଳ ଏକ ସାଂସ୍କୃତିକ ଉତ୍ସବ ହୋଇନାହିଁ,ଏହା ଅଞ୍ଚଳର ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ।

ଗତକାଲି ବୋରିଗୁମ୍ମାରେ ରାଜ୍ୟସ୍ତରୀୟ ଆଦୀଵାସୀ ମହୋତ୍ସବ ପରବର ଶୁଭାରମ୍ଭ କରାଯାଇଛି । ବୋରିଗୁମ୍ମାର ଆରାଧ୍ୟା ଦେବୀ ମା' ଭୈରବୀଙ୍କ ମନ୍ଦିରରୁ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ପରବ ମଶାଲକୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉଦଘାଟନୀ ଉତ୍ସବ ମଞ୍ଚ ନିକଟକୁ ନିଆଯାଇଛି । ଏହା ପରେ ପରବ ପତାକା ଉତ୍ତୋଳନ, ପରବ ଶପଥ ଗ୍ରହଣ ଏବଂ ପରବ ପୋଷ୍ଟର ଓ ଷ୍ଟିକର ଉନ୍ମୋଚନ କରାଯାଇଥିଲା ।


ଏହା କାର୍ଯ୍ୟକ୍ରମରେ କୋରାପୁଟ ସାଂସଦଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ,ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଏବଂ ହଜାର ହଜାର କଳା ପ୍ରେମୀ ସାମିଲ ହୋଇଥିଲେ । ଅତିଥିମାନେ ପରବର ଗୌରବ ଗାଥା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କୋରାପୁଟ ମାଟି ଖେଳକୁଦର ମାଟି । ଏହି ମାଟିରୁ ଯୁବକ ଯୁବତୀମାନେ ଦୌଡ଼,ଫୁଟବଲ,ଭାରୋତ୍ତଳନ ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ।

ଏହା ମଧ୍ୟ ପଢନ୍ତୁ....Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଗତକାଲି ଠାରୁ ଆସନ୍ତା ଏକ ମାସ ବ୍ୟାପୀ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତି ବ୍ଲକ ଓ ପୋରଞ୍ଚଳରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ମାନ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଏହି ଉତ୍ସବ ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଏକ ମଞ୍ଚ ଦେଇ ଉଚିତ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ 1996ରେ ଆରମ୍ଭ କରାଯାଇଥିଲା । 'ପରବ' ଆଜି ଅନେକ ଦିଗରେ ସଫଳତା ଆଣିଦେଇଛି ବୋଲି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ମତ ରଖିଛନ୍ତି । କୋରାପୁଟ ଜିଲ୍ଲାରୁ ଖେଳାଳି ବର୍ତ୍ତମାନ ଜାତୀୟସ୍ତରରେ କ୍ରୀଡା କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିବା ପଛରେ ପରବ ଭଳି ଉତ୍ସର ଯଥେଷ୍ଟ ଭୂମିକା ରହିଛି ବୋଲି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ କହିଛନ୍ତି ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.