ETV Bharat / state

Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

author img

By ETV Bharat Odisha Team

Published : Nov 3, 2023, 1:37 PM IST

Updated : Nov 3, 2023, 2:18 PM IST

ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ଗଜପତି ମହାରାଜା । ଅଧିକ ପଢନ୍ତୁ

ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ପୁରୀ: ନୂଆବର୍ଷରୁ ନୂତନ ଅନୁଭୂତି ପାଇବେ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁ । ଆସନ୍ତା ଜାନୁଆରୀ 17ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ । ପ୍ରଥମେ ପ୍ରତିଷ୍ଠା ପୂଜା ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଏହାକୁ ଲୋକାର୍ପିତ କରାଯିବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଆଜି(ଶୁକ୍ରବାର) ଏହି ସୂଚନା ଦେଇଛନ୍ତି । ଆଜି ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ତାଙ୍କ ସହ ପୁରୀ ଜିଲ୍ଲାପାଳ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦାୟିତ୍ଵ ନେଇ ଥିବା ଟାଟା ଓ ଓବିସିଶି ଅଧିକାରୀ ଉପସ୍ଥିତ ରହିଥିଲେ । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ଏହାର ପ୍ରତିଷ୍ଠା ସମ୍ପର୍କରେ ଗଜପତି ମହାରାଜା ସୂଚନା ଦେଇଛନ୍ତି ।

ଆଜି ପ୍ରଥମେ ଗଜପତି ମହାରାଜା ଶ୍ରୀଜଗନ୍ନାଥ ବଲ୍ଲଭ ଯାଇଥିଲେ । ସେଠାରେ ନିର୍ମାଣ ହେଉଥିବା ତୀର୍ଥ ଯାତ୍ରୀ କେନ୍ଦ୍ରର ନିର୍ମାଣ ଅଗ୍ରଗତି ସମୀକ୍ଷା କରିଥିଲେ । 230 କୋଟି 62 ଲକ୍ଷ 50 ହଜାର ଟଙ୍କାରେ ଏହି ବିଶାଳ 5 ମହଲା ବିଶିଷ୍ଟ ତୀର୍ଥ ଯାତ୍ରୀ କେନ୍ଦ୍ର ନିର୍ମାଣ ହେଉଛି । ପୁରୀକୁ ଆସୁଥିବା ଭକ୍ତ ସିଧାସଳଖ ଶ୍ରୀସେତୁ ଦେଇ ଏହି ତୀର୍ଥ ଯାତ୍ରୀ କେନ୍ଦ୍ରରେ ପହଞ୍ଚିବେ । ସେଠାର 1420ଟି କାର, 200 ଦୁଇ ଚକିଆ ଯାନ ପାର୍କିଂର ବ୍ୟବସ୍ଥା ରହିଛି । ଭକ୍ତମାନେ ସେଠାରେ ଗାଡି ରଖି କିଛି ସମୟ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ ।

ଏହାମଧ୍ୟ ପଢନ୍ତୁ: VK Pandian Visits Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5ଟି ଅଧ୍ୟକ୍ଷ

ଲୋକଙ୍କ ସୁବିଧା ପାଇଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅଡିଟୋରିୟମ ରହିବ । ମହାପ୍ରଭୁଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାପ୍ରସାଦ ସେବନ ପାଇଁ ସ୍ଵତନ୍ତ୍ର ହଲ ରହିବ । ଭକ୍ତଙ୍କ ସୁବିଧା ପାଇଁ ଫୁଡ୍ କୋର୍ଟ ଏବଂ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିବ । ତେବେ ଏହାର ନିର୍ମାଣ କାର୍ଯ୍ୟ ସରିଲେ ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି ଗଜପତି ମହାରାଜା କହିଛନ୍ତି । ସେହିପରି ଶ୍ରୀମନ୍ଦିରକୁ ଯିବା ପାଇଁ ସ୍ଵତନ୍ତ୍ର ମିନି ବସ୍ ବ୍ୟବସ୍ଥା ରହିବ । ବଡ ଦାଣ୍ଡ ଭିଡ କମାଇବା ପାଇଁ ଆଉ ଏକ ରାସ୍ତା ନିର୍ମାଣ ହେବ । କେବଳ ଭକ୍ତ ସେହି ରାସ୍ତାରେ ଯାତାୟତ କରିବେ ।

ଶ୍ରୀଜଗନ୍ନାଥ ବଲ୍ଲଭ ପରେ ଗଜପତି ମହାରାଜା ଶ୍ରୀସେତୁ ପ୍ରକଳ୍ପ ବୁଲି ଦେଖିଥିଲେ । ଭୁବନେଶ୍ଵର ପଟୁ ଆସୁଥିବା ଭକ୍ତ ଆଉ ବାଟ ମଙ୍ଗଳା ଦେଇ ପୁରୀ ପ୍ରବେଶ ନ କରି ତା' ପୂର୍ବରୁ ଥିବା ମଙ୍ଗଳା ଘାଟ ବାଇପାସ୍ ଦେଇ ଗାଡିରେ ସିଧା ସଳଖ ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ରରେ ପହଞ୍ଚି ପାରିବେ । ଏହାଦ୍ବାରା ରାସ୍ତାରେ ଗହଳି କମିବ ।

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି: ପରେ ଗଜପତି ମହାରାଜା ଶ୍ରୀମନ୍ଦିର ଯାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଆଗାମୀ ଶ୍ରୀମନ୍ଦିର ପରିଚଳନା କମିଟିରେ ଏନେଇ ଆଲୋଚନା ପରେ ଜାନୁଆରୀ 17 ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟ ନେଇ ପ୍ରସ୍ତୁତି ଆରମ୍ଭ ହେବ । ତେବେ ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ ହେଲେ ଭକ୍ତ ଉପକୃତ ହେବେ ବୋଲି ଗଜପତି ମହାରାଜା ଆଶା ପ୍ରକଟ କରିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ସବୁ ଉଦ୍ୟମ ହେଉଥିବା ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି । କିଛି ଦିନ ପୂର୍ବରୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଥଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆସନ୍ତା ଡ଼ିସେମ୍ବର 15 ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବା ପାଇଁ ଟାଟା, ଓବିସିସି ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭକ୍ତଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଅଧିନରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ, ଲଗେଜ ରଖିବା ପାଇଁ କ୍ଲକ୍ ରୁମ୍, ଏଟିଏମ୍, ପୋଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯାଉଛି । ଗତ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ସରକାର ୩୩୧ କୋଟି ୨୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦେଇଛନ୍ତି। ତେବେ କୋଭିଡ ମହାମାରୀ ଯୋଗୁଁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଆଗେଇ ଥିଲେ ମଧ୍ୟ କେତେକ ସମସ୍ୟା ପାଇଁ କିଛି ଦିନ ହେବ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି।

ଇଟିଭି ଭାରତ, ପୁରୀ

Last Updated : Nov 3, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.