ଜମି ହଡପ ଅଭିଯୋଗରେ ଉଭୟ ପକ୍ଷ ମୁହାଁମୁହିଁ, ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ କଲେ ଦାୟୀ

author img

By

Published : Sep 15, 2021, 8:49 PM IST

ଜମି ହଡପ ଅଭିଯୋଗରେ ଉଭୟ ପକ୍ଷ ମୁହାଁମୁହିଁ, ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ କଲେ ଦାୟୀ

କୋରାପୁଟ ସେମିଳିଗୁଡାରେ ଜମି ଦଖଲ ଅଭିଯୋଗରେ ମୁହାଁମୁହିଁ ଦୁଇ ପକ୍ଷ । ସାମ୍ବାଦିକ ସମ୍ମିଳନା କରି ପରସ୍ପରକୁ କଲେ ଦାୟୀ । ଅଧିକ ପଢନ୍ତୁ...

କୋରାପୁଟ: ଜମି ହଡପ ଅଭିଯୋଗକୁ ନେଇ ଦୁଇପକ୍ଷ ପରସ୍ପରକୁ ଦାୟୀ କରି ମୁହାଁମୁହିଁ । ଏନେଇ ଦୁଇ ପକ୍ଷ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ପରସ୍ପର ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ ।

ଜମି ହଡପ ଅଭିଯୋଗରେ ଉଭୟ ପକ୍ଷ ମୁହାଁମୁହିଁ, ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ କଲେ ଦାୟୀ

ଏକ ପକ୍ଷରେ ବିଶିଷ୍ଟ ସର୍ବୋଦୟ କର୍ମୀ କୃଷ୍ଣ ସିଂ ଭୂଦାନ ଆନ୍ଦୋଳନ ସମୟରେ ଗ୍ରାମଦାନ ସଂସ୍ଥା ନାମରେ କିଣାଯାଇଥିବା ଏକ ଜମିକୁ ଅନ୍ୟାୟ ଭାବେ ରବିନ ଚାନ୍ଦ ଟାକିରି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ହଡପ କରିଥିବା ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଥିଲେ । କିନ୍ତୁ ତା ପରେ ପରେ ରବିନ ଚାନ୍ଦ ଟାକିରି ଏକ ସାମ୍ବାଦିକ ସମ୍ମିଳନୀ ଡାକି କୃଷ୍ଣ ସିଂ କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସେହି ଜମିକୁ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ କିଣିଛନ୍ତି ବୋଲି ଦାବି କରିଛନ୍ତି ।

ଅନୂରୁପ ଭାବେ କୃଷ୍ଣ ସିଂ ସେମିଳିଗୁଡାର ଭୂଦାନ ଜମିକୁ ନିଜ ଜମି ଭାବେ ପ୍ଲଟିଂ କରି ବିକ୍ରି କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ରବିନ ଚାନ୍ଦ ଟାକିରି । କୃଷ୍ଣ ସିଂ ଯଦି ୨ ମାସ ମଧ୍ୟରେ ସେ ସମସ୍ତ ଜମି ମୂଳ ମାଲିକଙ୍କୁ ଫେରସ୍ତ ନ କରନ୍ତି ତେବେ ତୀବ୍ର ଆନ୍ଦୋଳନ ହେବା ନେଇ ରବିନ ଚାନ୍ଦ ଟାକିରି ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ଦାମନଯୋଡିରେ ନାଲକୋ ଓ ସୁନାବେଡ଼ାରେ ହାଲ ଭଳି ଶିଳ୍ପ ସଂସ୍ଥାର ମଧ୍ୟ ଭାଗରେ ସେମିଳିଗୁଡା ଥିବା ଯୋଗୁଁ ସେଠାରେ ଘରଦ୍ବାର ସଂଖ୍ୟା ବଢିଯିବା ସହ ଉକ୍ତ ଅଞ୍ଚଳରେ ଜମିର ଚାହିଦା ଆକାଶ ଛୁଆଁ ରହିଛି । ତେବେ ଉଭୟ ପକ୍ଷ ନିଜ ନିଜ ଦାବିକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ କାଗଜପତ୍ର ପ୍ରଦର୍ଶନ କରୁଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଯେ ରହିଛି ତାହାର ସନ୍ଦେହ ନାହିଁ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.