ETV Bharat / state

କାନ୍ଥ ଭାଙ୍ଗୁଥିବା ବେଳେ ବିମ୍ ପଡି ଚାଲିଗଲା ଶ୍ରମିକଙ୍କ ଜୀବନ

author img

By

Published : Aug 3, 2023, 10:23 AM IST

worker died in khordha
worker died in khordha

ଜଟଣୀ ପୌର ପରିଷଦ ଅଧିନ 9 ନମ୍ବର ୱାର୍ଡ ଷଣ୍ଢପୁର ଅଞ୍ଚଳରେ ପୁରୁଣା ଘରର ପଥର କାନ୍ଥ ଭାଙ୍ଗୁଥିବା ବେଳେ ବିମ୍ ପଡି ଶ୍ରମିକ ମୃତ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପୁରୁଣା ଘରର ପଥର କାନ୍ଥ ଭାଙ୍ଗୁଥିବା ବେଳେ ବିମ୍ ପଡି ଶ୍ରମିକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୌର ପରିଷଦ ଅଧିନ 9 ନମ୍ବର ୱାର୍ଡ ଷଣ୍ଢପୁର ଅଞ୍ଚଳରେ । ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଧଉଳିମୁହଁ ଗ୍ରାମର ୩୫ ବର୍ଷୀୟ ମୋହନ ମାଝୀ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ସକାଳୁ ବର୍ଷା ଲାଗି ରହିଥିଲା । ଏହି ସମୟରେ କିଛି ଶ୍ରମିକ ଜଟଣୀ ଷଣ୍ଢପୁର ଅଞ୍ଚଳରେ ଥିବା ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ଘର ଭାଙ୍ଗିବାକୁ ଯାଇଥିଲେ । ଦିନ ପାଖାପାଖି 3ଟା ସମୟରେ ଘର କାନ୍ଥ ଭାଙ୍ଗିବା ସମୟରେ ହଠାତ୍‌ ବିମ ଧସି ଶ୍ରମିକଙ୍କ ଉପରେ ପଡି ଯାଇଥିଲା । ବିମ ବହୁତ ଓଜନ ଥିବାରୁ ପାଖରେ ଥିବା ଅନ୍ୟ ଶ୍ରମିକମାନେ ବିମକୁ ଯେତେ ଚେଷ୍ଟା କରିଥିଲେ ବି ଉଠାଇ ପାରି ନଥିଲେ ।

ଏନେଇ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଜେସିବି ଦ୍ୱାରା ବିମ୍ ଉଠା ଯାଇଥିଲା । ପରେ ତାଙ୍କୁ ଜଟଣୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଜଟଣୀ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅନ୍ୟପଟେ ଶ୍ରମିକର ଜୀବନ ଚାଲି ଯାଇଥିବାରୁ ଉକ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଧଉଳିମୁହଁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଏହା ମଧ୍ୟ ପଢନ୍ତୁ - ସିମେଣ୍ଟ କାରଖାନାରେ ବିସ୍ଫୋରଣ , 3 ଶ୍ରମିକଙ୍କ ମୃତ୍ୟୁ

ପ୍ରକାଶ ଥାଉକି, ସେହିପରି ଗତ ୨୯ ତାରିଖରେ ରାଜଧାନୀର ଶିଶୁପାଳଗଡ଼ ରଘୁନାଥ ନଗର ଲେନ ୨ରେ ନିର୍ମାଣାଧୀନ ଏକ ସ୍ବେରେଜ ଟାଙ୍କି ସେଟ୍‌ରିଂ ଖେଲିବାକୁ ଭିତରେ ପଶିଥିବା ବେଳେ ୨ ଜଣ ଶ୍ରମିକ ଚେତାଶୂନ୍ୟ ହୋଇ ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.