ETV Bharat / state

ନବଜାତକୁ ମା’ ଛେଉଣ୍ଡ କଲା ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଆଖି ବୁଜିଲେ ମହିଳା

author img

By

Published : Jul 31, 2023, 1:53 PM IST

କ୍ୟାପିଟାଲ ହସ୍ପଟାଲରେ ପ୍ରସୂତି ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ । ୭ଦିନ ତଳେ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Woman dies of dengue
Woman dies of dengue

Woman dies of dengue

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ପ୍ରସୂତୀଙ୍କ ମୃତ୍ୟୁ । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର । ୭ଦିନ ତଳେ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିବା ବେଳେ ଗତକାଲି( ରବିବାର) ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ରାଜ୍ୟରେ ୨ ଜଣଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ଅଭିଯୋଗ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲରେ ୬୨ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ହେଲେ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ମହିଳା ଡେଙ୍ଗୁ ଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଘରୋଇ ହସ୍ପିଟାଲ ଘଟଣାର ବାସ୍ତବତା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରାଯାଉଛି ।

ତେବେ ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଯାଏଁ ୨୦ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତା ଭିତରୁ ଖୋର୍ଦ୍ଧାରେ ଅଧିକ ଥିବା ଡେଙ୍ଗୁ ରୋଗୀ ଥିବା ଜଣାପଡିଛି । କେବଳ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରୁ ଚିହ୍ନଟ ହୋଇଛନ୍ତି ୩୩୬ ଜଣ । ଅନ୍ୟ ୭ ଜିଲ୍ଲାରେ ୧୦ ରୁ ୪୦ ଭିତରେ ରୋଗୀ ଥିବା ବେଳେ ବାକି ୧୨ ଜିଲ୍ଲାରେ ୧୦ ଭିତରେ ସୀମିତ ଅଛନ୍ତି ଡେଙ୍ଗୁ ରୋଗୀ ।

ଏହା ମଧ୍ୟ ପଢନ୍ତୁ - Dengue Menace: ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ BMC କମିଶନର

ଗତ ବର୍ଷ ଏହି ସମୟ ସୁଦ୍ଧା ୧୦ ହଜାର ୧୮୬ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଥିଲା ବେଳେ ୭୫୫ ଜଣ ପଜିଟିଭ ବାହାରିଥିଲେ । ତେଣୁ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି କମ ରହିଛି । ତେଣୁ ଡେଙ୍ଗୁ ଭୟାବହତା କମ ରହିଛି । ଲୋକ ସଚେତନ ହେଲେ ଡେଙ୍ଗୁ ପ୍ରତିକାର କରାଯାଇପାରିବ । ଜ୍ଵର, ଘୋଳାବିନ୍ଧା, ଆଖି ପଛପଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରାନ୍ତୁ । ରାଜ୍ୟର ୪୦ଟି ସେଣ୍ଟରରେ ମାଗଣାରେ ଏଲିଶା ପଦ୍ଧତିରେ ଡେଙ୍ଗୁ ଟେଷ୍ଟ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.