ETV Bharat / state

ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଆକ୍ରମଣ, ଛୁରୀ ଭୁସି ରକ୍ତାକ୍ତ କଲା ସ୍ବାମୀ

author img

By ETV Bharat Odisha Team

Published : Nov 20, 2023, 9:10 PM IST

woman allegedly stabbed
ରିସେପସନିଷ୍ଟଙ୍କୁ ମରଣାନ୍ତକ ଆକ୍ରମଣ

ଅଫିସରେ ରିସେପସନିଷ୍ଟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ଜଣକ ସମ୍ପୃକ୍ତ ରିସେପସନିଷ୍ଟଙ୍କ ସ୍ବାମୀ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ରିସେପସନିଷ୍ଟଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବରମୁଣ୍ଡାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ରିସେପସନିଷ୍ଟ ଜଣଙ୍କ ଆକ୍ରମଣରେ ଗୁରୁତର ହୋଇଥିବାବେଳେ ଆକ୍ରମଣକାରୀକୁ ଏକ ଆପାର୍ଟମେଣ୍ଟରୁ ଠାବ କରାଯାଇଛି । ଆକ୍ରମଣକାରୀଜଣକ ଅନ୍ୟ କେହି ନୁହେଁ, ବରଂ ସମ୍ପୃକ୍ତ ରିସେପସନିଷ୍ଟଙ୍କ ସ୍ବାମୀ ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଲେଡି ରିସେପସନିଷ୍ଟ ହେଉଛନ୍ତି ମଧୁସ୍ମିତା ଦାସ ।

ସୂଚନା ଅନୁସାରେ, ଏକ ଛୁରୀରେ ୫ରୁ ୬ଥର ମରଣାନ୍ତକ ଭାବେ ଆକ୍ରମଣ କରି ରକ୍ତାକ୍ତ କରିଛି । ଏକ ଧାରୁଆ ଛୁରି ଯୋଗେ ଅଫିସ ଷ୍ଟାଫଙ୍କ ଉପସ୍ଥିତିରେ ଆକ୍ରମଣ ହୋଇଛି । ଯାହାକୁ ଦେଖି ଅଫିସ ଲୋକେ ଭୟରେ ଥର ହର ହୋଇ ଦୌଡିବାକୁ ଆରମ୍ଭ କରିଥିଲେ। ଏନେଇ ଆକ୍ରମଣରକାରୀ ଜଣକ ଖସି ଯାଉଥିବାବେଳେ କାବୁ କରିଥିଲେ ଅଫିସ କର୍ମଚାରୀ । ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କର ସ୍ବାମୀ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗିରହିଥିଲା । ଏନେଇ କିଛି ଭୁଲ ବୁଝାମଣା ପାଇଁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଅଭିଯୁକ୍ତକୁ ପୋଲିସ ପଚରାଉଚରା କରିଛି । ମହିଳା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବେକ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତେବେ ଅଫିସରେ ପଶି ଏଭଳି ଆକ୍ରମଣ ପଛର କାରଣ କଣ ? କାହିଁକି ଏହି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ ଆକ୍ରମଣ କରିଛନ୍ତି ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ।

ଏହା ବି ପଢନ୍ତୁ...ପ୍ରତିଶୋଧ ପରାୟଣ ପ୍ରେମିକ, ପ୍ରେମରେ ବିଫଳ ପରେ କଲା ଛୁରାମାଡ଼

ଏହା ବି ପଢନ୍ତୁ...କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଗଳା କାଟିଲେ ରୁମ ମେଟ୍ !

ଏହା ବି ପଢନ୍ତୁ...ମାୟାନଗରୀରେ ଅପରାଧ: ରାସ୍ତାକଡରେ ପଡିଥିବା ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରିି

ରାଜଧାନୀରେ ଏଭଳି ଘଟଣା କିଛି ନୂଆ ନୁହେଁ । ୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ‌ ସ୍ତ୍ରୀକୁ ଛୁରାମାଡ କରିଥିଲା ସ୍ବାମୀ । ଲକ୍ଷ୍ମୀସୀଗର ସ୍ଥିତ ବୁଦ୍ଧେଶ୍ବରୀ କଲୋନିରେ ଘଟିଥିଲା ଏଭଳି ଘଟଣା। ବୁଦ୍ଧେଶ୍ବର କଲୋନୀରେ ରହୁଥିବା ଦୁର୍ଗାଶଙ୍କର ମହାପାତ୍ର ଭିଆଇଥିଲେ ଏଭଳିକାଣ୍ଡ । ପାରିବାରିକ କଳହକୁ ନେଇ ପତ୍ନୀ କଳ୍ପନା ମହାପାତ୍ରଙ୍କୁ ସେ ଆକ୍ରମଣ କରିଥିଲେ । ମାମଲାରେ ଦୁର୍ଗାଶଙ୍କର ମହାପାତ୍ରକୁ ଥାନାରେ ଅଟକ ରଖି ପରେ ଆକ୍ସନ ନେଇଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.