ETV Bharat / state

ପ୍ରତିଶୋଧ ପରାୟଣ ପ୍ରେମିକ, ପ୍ରେମରେ ବିଫଳ ପରେ କଲା ଛୁରାମାଡ଼

author img

By

Published : Jul 25, 2023, 9:17 PM IST

Updated : Jul 26, 2023, 10:21 AM IST

Woman allegedly stabbed by lover
Woman allegedly stabbed by lover

ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ପ୍ରେମିକ ଶେଷରେ ଆନ୍ଧ୍ରାରୁ ଆସି ଯୁବତୀଙ୍କୁ କରିଛି ଛୁରାମାଡ଼ । ଅଧିକ ପଢନ୍ତୁ

ପ୍ରେମରେ ବିଫଳ ପରେ କଲା ଛୁରାମାଡ଼

କଟକ: 'ତୁ ଯଦି ମୋର ନୁହେଁ ତେବେ କାହାର ନୁହେଁ । 5 ବର୍ଷ ଧରି ଭଲ ପାଇବା ପରେ ମୋଠୁ ଭଲ ପୁଅ ମିଳିବା ପରେ ମତେ କାହିଁକି ଠକିଲୁ ?' ଏହା ସେହି ଆକ୍ରମଣକାରୀର ବୟାନ । ଯିଏ ସୋମବାର ବିଳମ୍ବିତ ରାତିରେ ଦୋଳମୁଣ୍ଡାଇ ନିକଟରେ ଯୁବତୀଙ୍କୁ ଛୁରୀରେ କରିଥିଲା ଆକ୍ରମଣ । ପ୍ରେମରେ ବିଫଳ ହୋଇ ପ୍ରେମିକାକୁ ଜୀବନରୁ ଶେଷ କରିବାକୁ ଛୁରା ମାଡ କଲା ପ୍ରେମିକ । ପ୍ରେମ ପାଇଁ ପ୍ରତିଶୋଧ ନେବା ଲାଗି ଉଦ୍ୟମ କରିଥିବା ପ୍ରେମିକ ତଥା ଆକ୍ରମଣକାରୀ ଗିରଫ କରିଛି ପୁରୀ ଘାଟ ପୋଲିସ ।

ସୋମବାର ସନ୍ଧ୍ୟା ଠିକ 9ଟା ସମୟରେ କଟକ ସହରର ଜନଗହଳିପୂର୍ଣ୍ଣ ଦୋଳ ମୁଣ୍ଡାଇ ଅଞ୍ଚଳରେ ଜଣେ ଚୁଡ଼ି ଦୋକାନରେ ସେଲ୍ସ ମ୍ୟାନ ଭାବରେ କାର୍ଯ୍ୟ କରୁଥିବା ପୁଷ୍ପା ରାଓ ଦୋକାନରୁ ଫେରୁଥିଲା ବେଳେ ସେତେବଳେ ଜଗି ବସିଥିଲା ସୈତାନ ପ୍ରେମିକ । ଆଉ ଏକାକୀ ଦେଖି ବାରମ୍ବାର ପୁଷ୍ପାଙ୍କୁ କରିଥିଲା ଛୁରା ମାଡ଼ । ଯେତେବେଳେ ଯୁବତୀ ଜଣକ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ସେତେବେଳେ ଆକ୍ରମଣକାରୀ ଫେରାର ହୋଇଯାଇଥିଲା । ସେଠାକାର ଲୋକେ ଝିଅକୁ ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ନେଇ ଚିକିତ୍ସା କରାଇଥିଲେ ।

ଏହା ବି ପଢନ୍ତୁ- କଟକରେ ଯୁବତୀଙ୍କୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

ଏହା ପରେ ଜଣାପଡ଼ିଥିଲା ଯେ ଆକ୍ରମଣକାରୀ ଯୁବକ ଜଣକ ହେଲା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲାମର ଏନ ସନ୍ତୋଷ । ପୁଷ୍ପା ଯେତେବେଳେ ତାଙ୍କର ଆଈଙ୍କ ଘରେ ଅର୍ଥାତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରେ ରହି ପଢୁଥିଲେ ସେତେବେଳେ ସେ ସନ୍ତୋଷ ସହ ସମ୍ପର୍କରେ ଆସିଥିଲେ । ଆକ୍ରମଣକାରୀ ସନ୍ତୋଷ ଏକତରଫା ପ୍ରେମ ପାଇଁ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ଝିଅଙ୍କ ବାପା ଜଗନ୍ନାଥ ରାଓ । ସେ କହିଛନ୍ତି କି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀକୁ ଆଇନ ଅନୁସାରେ କଠୋର ଶାସ୍ତି ଦିଆଯାଉ ।

ସେପଟେ ଆକ୍ରମଣ କରିଥିବା ସନ୍ତୋଷ ଦେଇଛି ଚାଞ୍ଚଲ୍ୟକର ବୟାନ । ଏକତରଫା ପ୍ରେମ ନୁହେଁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବୋଲି ସେ କହିଛି । ଏନେଇ ଅଭିଯୁକ୍ତ କହିଛି, "ପୁଷ୍ପା ବଡ଼ ଘର ପିଲା ଖୋଜି ମୋତେ ଦୂରେଇ ଦେଇଛି । ଯଦି ପୁଷ୍ପା ମୋର ନ ହୋଇ ପାରିଲା ତେବେ ସେ କାହାର ହେବ ନାହିଁ । ସେଥିପାଇଁ ଜୀବନରୁ ମାରି ଦେବାକୁ ଆସିଥିଲି ।"

ଏହି ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ହେଉଛି । ବିଫଳ ପ୍ରେମକୁ ସଫଳ କରିବା ପାଇଁ ଅନେକ ସତ୍‌ ରାସ୍ତା ରହିଛି, ଯାହା ଠାରୁ ବେଶ ଅପହଞ୍ଚରେ ରହିଛନ୍ତି ଆଜିର ଯୁବପୀଢି । ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେବାକୁ ବି ପଛାଉ ନାହାନ୍ତି । ଏହି ଘଟଣାରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

Last Updated :Jul 26, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.