ETV Bharat / state

ଶୁଦ୍ଧିକ୍ରିୟାରେ ସାମିଲ ନ ହେବାରୁ ସ୍ତ୍ରୀକୁ ଛୁରାମାଡ, ସ୍ୱାମୀ ଗିରଫ

author img

By ETV Bharat Odisha Team

Published : Nov 21, 2023, 1:29 PM IST

ଗିରଫ ହେଲା ଅଭିଯୁକ୍ତ ସ୍ବାମୀ
ଗିରଫ ହେଲା ଅଭିଯୁକ୍ତ ସ୍ବାମୀ

ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଛୁରାମାଡ ଘଟଣା । ଗିରଫ ହେଲା ଅଭିଯୁକ୍ତ ସ୍ବାମୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଛୁରାମାଡ ଘଟଣା । ଗିରଫ ହେଲା ଅଭିଯୁକ୍ତ ସ୍ବାମୀ । ବଡବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ନହେବାରୁ କ୍ରୋଧାନ୍ବିତ ହୋଇ ଆକ୍ରମଣ କରିଥିବା ସୂଚନା ରହିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗତକାଲି (ସୋମବାର) ଭୁବନେଶ୍ବର ଭରତପୁର କୃତି ବନ୍ଧୁ ଆପାର୍ଟମେଣ୍ଟ ସ୍ଥିତ ଏକ ବିଲଡର ଅଫିସରେ କାର୍ଯ୍ୟରତ ଅବସ୍ଥାରେ ମହିଳା ରିସେପସନିଷ୍ଟଙ୍କୁ ଛୁରାମାଡ କରାଯାଇଥିଲା । ଛୁରାମାଡ କରିଥିବା ବ୍ୟକ୍ତି ଜଣଙ୍କ ମହିଳାଙ୍କ ସ୍ବାମୀ ହୋଇଥିବା ବେଳେ ପାରିବାରିକ କାରଣରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସ୍ବାମୀଙ୍କ ବଡବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ନହେବାରୁ ଉତକ୍ଷିପ୍ତ ହୋଇ ସ୍ୱାମୀ ଜଣକ ସ୍ତ୍ରୀ ଉପରକୁ ଛୁରାମାଡ କରିଥିଲେ । ମହିଳାଙ୍କ ଶରୀରରେ ପାଖାପାଖି 5ର 6 ଥର ଆକ୍ରମଣ କରାଯାଇଛି ।

ସୂଚନା ଅନୁଯାୟୀ, ବିଲଡର ଅଫିସରେ କାର୍ଯ୍ୟ କରୁଥିବା ରିସେପସନିଷ୍ଟ ଜଣକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ମଧୁସ୍ମିତା ଦାସ । ମଧୁସ୍ମିତା ମାତ୍ର ଏକ ସପ୍ତାହ ତଳେ ଏହି ଅଫିସରେ ଯୋଗ ଦେଇଥିଲେ । ତାଙ୍କ ସ୍ବାମୀ ରୋଷେୟା ଭାବେ ରାଜ୍ୟ ବାହାରେ କାମ କରନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ବେଳେ ସ୍ତ୍ରୀ କିଛି ଦିନ ତଳେ ବାଲେଶ୍ବରରୁ ଆସି ଭୁବନେଶ୍ବରରେ ରହିଥିଲେ ଓ କୃତି ବନ୍ଧୁ ଆପାର୍ଟମେଣ୍ଟରେ ଏକ ବିଲଡର ଅଫିସରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଏହାମଧ୍ୟ ପଢନ୍ତୁ..ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଆକ୍ରମଣ, ଛୁରୀ ଭୁସି ରକ୍ତାକ୍ତ କଲା ସ୍ବାମୀ

କିଛି ଦିନ ତଳେ ତାଙ୍କ ସ୍ୱାମୀଙ୍କ ବଡବାପାଙ୍କ ମୃତ୍ୟୁ ହୋଇଥିବା ବେଳେ କମ ଦିନ ଅଫିସରରେ ଯୋଗ ଦେଇଥିବା କାରଣରୁ ଶୁଦ୍ଧିକ୍ରିୟାରେ ସାମିଲ ହୋଇନଥିଲେ ମଧୁସ୍ମିତା । ଯେଉଁଥିରେ କ୍ରୋଧାନ୍ବିତ ହେବା ସହ ତାଙ୍କ ମଧ୍ୟରେ କଳହ ଉଗ୍ର ରୂପ ନେଇଥିଲା । ବିଲଡର ଅଫିସ ଭିତରକୁ ଆସି ବଚସା କରିବା ସହ ବ୍ୟାଗ ଭିତରେ ଆଣିଥିବା ଏକ ଛୁରୀରେ ଅଚାନକ ମଧୁସ୍ମିତାଙ୍କ ଉପରେ ଛୁରାମାଡ କରିଥିଲେ ସ୍ବାମୀ । ମଧୁସ୍ମିତାଙ୍କ ବେକ, ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ପାଖାପାଖି 5ରୁ 6 ଥର ଆକ୍ରମଣ ହୋଇଥିବା ଜଣାପଡିଛି ।

ତେବେ ମଧୁସ୍ମିତା ଚିତ୍କାର କରିବାରୁ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ ଓ ମଧୁସ୍ମିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ମଧୁସ୍ମିତାଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.