ETV Bharat / state

ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"

author img

By ETV Bharat Odisha Team

Published : Nov 22, 2023, 1:47 PM IST

ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"
ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"

​Ruckus in Assembly: ​ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହ ଅପରାହ୍ନ 4ଟା ଯାଏଁ ମୁଲତବି । ବିଜେଡିର ବୟାନ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"। ଅଧିକ ପଢ଼ନ୍ତୁ

ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"

ଭୁବନେଶ୍ବର : ଆଜି(ବୁଧବାର) ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସିବା ସହିତ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅନୁରୋଧ ସତ୍ତ୍ବେ ସେମାନେ ନିଜ ନିଜ ଆସନକୁ ଫେରିନଥିଲେ । ପ୍ରଶ୍ନକାଳରେ ବାଚସ୍ପତି, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଉତ୍ତର ପଢୁଥିଲେ ମଧ୍ୟ ତାହା ଶୁଣାଯାଉ ନଥିଲା । ବିରୋଧୀ ସଦସ୍ୟମାନେ ଗୃହରେ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବିରୋଧୀଙ୍କ ଆଭିମୁଖ୍ୟର କଡ଼ା ଜବାବ ରଖିଛି ଶାସକ ବିଜେଡି ।

ଏହା ମଧ୍ଯ ପଢ଼ନ୍ତୁ: ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ଗୃହ ଭିତରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ଆଚରଣକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ସେ କହିଛନ୍ତି ଯେ, ବିରୋଧୀ ଦଳ ବିନା କାରଣରେ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ ତୁଚ୍ଛା ରାଜନୀତି କରୁଛନ୍ତି।

"ଧାରା 244(1) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରି ଆଦିବାସୀ ବିରୋଧୀ ହୋଇ ଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀ ମନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ ହୋଇଯିବ "। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହା କହିଛନ୍ତି। ସେପଟେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଆଦିବାସୀଙ୍କ ଜମି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହା ସ୍ଥଗିତ ରହିଛି । ଆଦିବାସୀଙ୍କ ବିକାଶରେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ଅଛନ୍ତି । ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶ ଲାଗି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।

23 ଜିଲ୍ଲାରେ ଏସଡିସି ଗଠନ ହୋଇଛି । ଆଦିବାସୀଙ୍କ ଶିକ୍ଷା ଲାଗି ହଷ୍ଟେଲର ବ୍ୟବସ୍ଥା ହୋଇଛି । ବିଜେପିର 8 ଜଣ ସାଂସଦ 9 ବର୍ଷ ହେଲା ସଂସଦରେ ଆଦିବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉନାହାନ୍ତି । 60 ବର୍ଷ ଶାସନ ଭିତରେ କଂଗ୍ରେସ ସେହିପରି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ । 10 ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳି ଅଛନ୍ତି । ସେମାନେ ଅଧିକାଂଶ ଆଦିବାସୀ ମହିଳା । କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସଟି 18 ପ୍ରତିଶତ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହାକୁ ଛାଡ଼ କରିବା ଲାଗି ଦାବି କରିଛନ୍ତି । ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରିବା ସହ ଗୋଳିଆ କରି ବିଧାନସଭା ବନ୍ଦ କରୁଥିବା ପାଲଟା ଜବାବ ରଖିଛି ଶାସକ ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.