ETV Bharat / state

Winter Session Of Odisha Assembly: ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗୃହ ମୁଲତବୀ, 26 କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଅଧିବେଶନ

author img

By

Published : Dec 2, 2022, 7:52 PM IST

Etv Bharat
Etv Bharat

ମାତ୍ର 8 ଦିନ ଚାଲିଲା ବିଧାନସଭା ଶୀତକାଳୀନ ଅଧିବେଶନ (Winter session of Odisha Assembly) । ଧାର୍ଯ୍ୟ ଦିବସର 26 ଦିନ ପୂର୍ବରୁ ସରିଲା ଅଧିବେଶନ । ତରବରିଆ ଭାବେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିକ ପଢନ୍ତୁ

ଭୁବନେଶ୍ବର: ମାତ୍ର 8 ଦିନ ଚାଲିଲା ବିଧାନସଭା ଶୀତକାଳୀନ ଅଧିବେଶନ (Winter session of Odisha Assembly) । ଧାର୍ଯ୍ୟ ଦିବସର 26 ଦିନ ପୂର୍ବରୁ ସରିଲା ଅଧିବେଶନ । ତରବରିଆ ଭାବେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଏହାବି ପଢନ୍ତୁ- Assembly News: ଚାଷୀ ପ୍ରସଙ୍ଗରେ ବିଜେପିର ହଟ୍ଟଗୋଳ, ଶାସକ ଦଳ କହିଲା ରାଜନୀତି ପ୍ରଣୋଦିତ

ଯାହା ବିରୋଧୀ ଆଶଙ୍କା କରୁଥିଲେ ତାହା ସତ ପ୍ରମାଣିତ ହୋଇଛି । ଆଗୁଆ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ନିର୍ଦ୍ଧାରିତ କାର୍ଯ୍ୟ ଦିବସର 26 ଦିନ ପୂର୍ବରୁ ସରିଛି ଅଧିବେଶନ । ଚଳିତ ଶୀତ ଅଧିବେଶନ ମାତ୍ର 8 ଦିନରେ ସମାପ୍ତ ହୋଇଛି । ନଭେମ୍ବର 24ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ମୋଟ କାର୍ଯ୍ୟ ଦିବସ ଥିଲା 33 ଦିନ । ଏହି ଅଧିବେଶନରେ 8 ଦିନ ବୈଠକ ଦିବସ ଥିବାବେଳେ ସରକାରୀ କାର୍ଯ୍ୟ ଦିବସ 7 ଓ ଗୋଟିଏ ଦିନ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା ।

ଏହାବି ପଢନ୍ତୁ- Padmapur By Poll: ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ

ବିଧାନସଭା ଆରମ୍ଭ ଦିନ ପରଲୋକଗତ 6 ଜଣ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ ହୋଇଥିଲା । 628ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିବାବେଳେ 14ଟି ତାରକା ଚିହ୍ନିତ ପ୍ରଶ୍ନର ମୌଖିକ ଉତ୍ତର ରଖାଯାଇଛି । 898ଟି ଅଣ ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିବାବେଳେ 1190ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ କରାଯାଇଛି । 38ଟି କାଗଜ ଉପସ୍ଥାପନ, 10 ଟି ବାର୍ଷିକ ରିପୋର୍ଟ, 2ଟି କମିଟି ରିପୋର୍ଟ, 2ଟି ବିବୃତି, 2ଟି ସରକାରୀ ବିଧେୟକ ପ୍ରସ୍ଥାପନ, 3ଟି ସରକାରୀ ବିଧେୟକ ପାରିତ, 5ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ, 3 ମୁଲତବୀ ପ୍ରସ୍ତାବ ଆଲୋଚନା, 3ଟି ସିଏଜି ରିପୋର୍ଟ ଉପସ୍ଥାପନ, 4ଟି ଖର୍ଚ୍ଚ ଦାବି ଆଲୋଚନା ଓ 20 ଟି ଆବେଦନ ଉପସ୍ଥାପନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.