ETV Bharat / state

Assembly News: ଚାଷୀ ପ୍ରସଙ୍ଗରେ ବିଜେପିର ହଟ୍ଟଗୋଳ, ଶାସକ ଦଳ କହିଲା ରାଜନୀତି ପ୍ରଣୋଦିତ

author img

By

Published : Dec 2, 2022, 6:10 PM IST

Etv Bharat
Etv Bharat

ଶୀତକାଳୀନ ଅଧିବେଶନ (Winter session of Odisha Assembly ) ର ଅଷ୍ଟମ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ବିଜେପି ବିଧାୟକଙ୍କ ପକ୍ଷରୁ ବିକ୍ଷୋଭ ଓ ହଟ୍ଟଗୋଳ । ଗୃହ ମଧ୍ୟ ଭାଗକୁ ଆସି ଚାଷୀ ପ୍ରସଙ୍ଗ ଉଠେଇଛନ୍ତି ବିଜେପି ବିଧାୟକ । ଆନ୍ଦୋଳନରତ ବିଧାୟକଙ୍କୁ ବୁଝାଇବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍ୟମ କରିଛନ୍ତି । ହେଲେ ବିରୋଧୀ ଦଳ ମାନିନଥିଲେ । ବିଜେପି ବିଧାୟକ ମାନେ ପୋଷ୍ଟର ଧରିରେ ହଟ୍ଟଗୋଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ଆଜି ବିଜେପିର ବିଧାୟକ । ବାଚସ୍ପତି ଓ ଶାସକ ଦଳ ପକ୍ଷରୁ ବିରୋଧୀଙ୍କୁ ବୁଝାସୁଝା ଉଦ୍ୟମ ହୋଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଗୃହ 11.30 ଯାଏଁ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି । ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ଶାସକ ଦଳ ।

ଏହାବି ପଢନ୍ତୁ- Padmapur By Poll: ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ

ଶୀତକାଳୀନ ଅଧିବେଶନ (Winter session of Odisha Assembly ) ର ଅଷ୍ଟମ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ବିଜେପି ବିଧାୟକଙ୍କ ପକ୍ଷରୁ ବିକ୍ଷୋଭ ଓ ହଟ୍ଟଗୋଳ । ଗୃହ ମଧ୍ୟ ଭାଗକୁ ଆସି ଚାଷୀ ପ୍ରସଙ୍ଗ ଉଠେଇଛନ୍ତି ବିଜେପି ବିଧାୟକ । ଆନ୍ଦୋଳନରତ ବିଧାୟକଙ୍କୁ ବୁଝାଇବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍ୟମ କରିଛନ୍ତି । ହେଲେ ବିରୋଧୀ ଦଳ ମାନିନଥିଲେ । ବିଜେପି ବିଧାୟକ ମାନେ ପୋଷ୍ଟର ଧରି ହଟ୍ଟଗୋଳ କରିବାରୁ ଗୃହ ଅପରାହ୍ନ 11.30 ଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ବିଧାୟକ ।

ପ୍ଲାଏ କାର୍ଡ ଧରି ନାରାବାଜି କରିଛନ୍ତି ବିଜେପି ସଦସ୍ୟ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥ ନେଇ ବିରୋଧୀ ଦଳ ପ୍ରସଙ୍ଗ କରୁଛନ୍ତି । ହେଲେ ସରକାର ଶୁଣୁନାହାନ୍ତି । ଜବାବ ଦେବାକୁ ଗୃହରେ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ନାହାନ୍ତି । ଶୂନ୍ୟକାଳରେ ଗୃହରେ ମଧ୍ୟ ହଟ୍ଟଗୋଳ କରିଛନ୍ତି ବିଜେପି ବିଧାୟକ । ପୋଡ଼ିଅମ ତଳେ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି ବିଜେପି ବିଧାୟକ । ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଚାଷୀ ପ୍ରସଙ୍ଗ ଉତଥାପନ କରିଥିଲେ ।

ଏହାବି ପଢନ୍ତୁ- ବ୍ରିଜ୍-ଟ୍ରେନଇଞ୍ଜିନ-ମୋବାଇଲ୍ ଟାଓ୍ୱାର ପରେ ଚୋରି ହେଲା ରାସ୍ତା, ଲୋକେ କାବା

ସେପଟେ ପୋଡ଼ିଅମ ତଳେ ବିଜେପି ବିଧାୟକଙ୍କ ପ୍ରତିବାଦ ଜାରି ରହିଥିଲା । ପରେ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ । ବାଚସ୍ପତିଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଜେପି ବିଧାୟକଙ୍କୁ ଗାନ୍ଧୀ ମୂର୍ତ୍ତି ତଳେ ବୁଝାସୁଝା କରି ବିଫଳ ହୋଇଛନ୍ତି । ସେପଟେ ବିଜେପି ବିଧାୟକ ମାନେ ବିଧାନସଭାରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବୀମା କମ୍ପାନୀ ଚାଷୀଙ୍କୁ ପଇସା ଦେବ । ଚାଷୀଙ୍କୁ ରାଜ୍ୟ କି କେନ୍ଦ୍ର ସରକାର ଦେବେନି । ଯେଉଁ ବୀମା ସଂସ୍ଥା ପ୍ରିମିୟମ ନେଇଥିଲା ସେ ବର୍ତ୍ତମାନ ଅର୍ଥ ଦେଉନାହିଁ । ଏଥିରେ ସମ୍ପୂର୍ଣ ଭାବେ କେନ୍ଦ୍ର ଦାୟୀ । କାରଣ ବୀମା କମ୍ପାନୀ ତାଲିକା କେନ୍ଦ୍ର ଦେଇଥିଲେ । ରାଜ୍ୟ ସରକାର ବି ଦାୟୀ । ସେ କାହିଁକି ଏହି ଯୋଜନାକୁ ଲାଗୁ କରିଥିଲେ ବୋଲି ନରସିଂହ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲରେ ମୁଖ୍ୟମନ୍ତ୍ରୀ ରାଜି ହୋଇଯାଆନ୍ତି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ କରାଯାଉଛି । ପଦ୍ମପୁର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏପରି କରୁଥିବା ବିଜେଡି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.