ETV Bharat / state

'ଉତ୍କର୍ଷ ତାଲିମ କେନ୍ଦ୍ରରେ ପରିଣତ ହେବ ମହିଳା ଓ ଶିଶୁ ବିକାଶ କେନ୍ଦ୍ର '

author img

By ETV Bharat Odisha Team

Published : Oct 5, 2023, 8:33 AM IST

Etv Bharat
Etv Bharat

ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର। ଅଧିକ ପଢନ୍ତୁ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ବୈଠକରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରାଯାଉଛି । ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ପରିଣତ ହେବ ବୋଲି ମତ ରଖିଥିଲେ ମନ୍ତ୍ରୀ ।

Women and Child Development Training Centre
Women and Child Development Training Centre

ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ସହଯୋଗର ଆବଶ୍ୟକତା ରହିଛି । ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପୁଷ୍ଟି ସାଧନା କ୍ଷେତ୍ରରେ ଦେଶରେ ଓଡିଶା ଆଗୁଆ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ


ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ସଚିବ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ବୁଝାମୁଣା ପତ୍ର ସ୍ୱାକ୍ଷର କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା କହିଛନ୍ତି ଯେ, ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହେବା ଆମ ପାଇଁ ଏକ ଗୌରବର ବିଷୟ । ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ । ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବ । ଏହା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ।

ଏହି ବୁଝାମଣା ଦ୍ୱାରା ପଞ୍ଚାୟତ ସ୍ତରରେ ମାଆ ମାନଙ୍କର କାର୍ଯ୍ୟ ଦକ୍ଷତାରେ ଉନ୍ନତି ଆସିବ ବୋଲି ରାଜ୍ୟ ଉନ୍ନନୟ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଆଶା ପ୍ରକାଶ କରିଛନ୍ତି । ମିଳିତ ସହଯୋଗରେ ହିଁ ଆମେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରର ରୂପାନ୍ତରିତ କରିପାରିବା ବୋଲି ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି କହିଥିଲେ । ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ସ୍ୱାଗତ ଅଭିଭାଷଣ ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.