ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘ

author img

By

Published : May 30, 2023, 7:43 AM IST

ସମାନ କାମକୁ ସମାନ ଦାବି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ବିକ୍ଷୋଭ
ସମାନ କାମକୁ ସମାନ ଦାବି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ବିକ୍ଷୋଭ

ସମାନ କାମକୁ ସମାନ ଦରମା ସହ ଚାକିରି ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଧନ୍ଦାମୂଳକ ପ୍ରଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ସମାନ କାମକୁ ସମାନ ଦାବି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ବିକ୍ଷୋଭ

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ବିକ୍ଷୋଭ । ସମାନ କାମକୁ ସମାନ ଦରମା ସହ ଚାକିରି ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ସଂଘ । ରାଜ୍ୟରେ ୨୦୧୬ରୁ ଭୋକେସନାଲ ଶିକ୍ଷା ଆରମ୍ଭ ହୋଇ 7 ବର୍ଷ ଅତିକ୍ରାନ୍ତ ହୋଇଛି । ଏହାରି ଭିତରେ ସ୍ଥାୟୀ ନିଯୁକ୍ତି ସର୍ତ୍ତାବଳି ପ୍ରଣୟନ ଓ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା ଦାବି କରିଆସୁଛନ୍ତି ଶିକ୍ଷକମାନେ । ଏହାକୁ ନେଇ ସରକାରଙ୍କୁ ଅନେକ ଥର ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଆଭିଯୋଗ ହୋଇଛି । କାର୍ଯ୍ୟରତ ୨୧୨୨ ଭୋକେସନାଲ ପ୍ରଶିକ୍ଷକ ଏବେ ମଧ୍ୟ ବିଭିନ୍ନ ସମସ୍ୟା ଭିତରେ ରହିଥିବା ବେଳେ ନାର୍ଯ୍ୟ ଦାବିକୁ ନେଇ ଏବେ ରାଜରାସ୍ତାକୁ ଆସିଛନ୍ତି ।

ସେମାନଙ୍କର ଦାବି ହେଉଛି ଯେ, ସ୍ଥାୟୀ ନିଯୁକ୍ତି ସର୍ତ୍ତାବଳି ପ୍ରଣୟନ ଓ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା । ସମାନ କାମକୁ ସମାନ ଦରମା । ଏନେଇ ସଂଘ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଉପସ୍ଥାପନା ଓ ଧାରଣା ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉପରୋକ୍ତ ଦାବିଗୁଡିକୁ ଏକ ନିର୍ଦ୍ଧିଷ୍ଟ ନିୟମ ପ୍ରଣୟନ କରି ଭୋକେସନାଲ ଟ୍ରେନରମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସଂଘ ଦାବି କରିଛି ।

ଚାକିରି ସୁରକ୍ଷା ଓ ପୂର୍ଣ୍ଣ ଶିକ୍ଷକତା ଦାବି ନେଇ ଧନ୍ଦାମୂଳକ ଶିକ୍ଷକଙ୍କର ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି । ରାଜ୍ୟରେ ପାଖାପାଖି ୨୧୨୨ ଜଣ ଧନ୍ଦାମୂଳକ ଶିକ୍ଷକ ରହିଛନ୍ତି । ପାଖାପାଖି ୧ ହଜାରରୁ ଊର୍ଦ୍ଧ୍ବ ଧନ୍ଦାମୂଳକ ପ୍ରଶିକ୍ଷକ 5T ସ୍କୁଲ୍‌ରେ ନିଯୁକ୍ତି ହୋଇଛନ୍ତି । ଯାହା ଏକ ଘରୋଇ କମ୍ପାନୀ ଦ୍ଵାରା ଏମାନେ ସମସ୍ତେ ପରିଚାଳିତ ହେଉଛନ୍ତି । ତେବେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସମସ୍ୟା ରହିଥିବାରୁ ସଂଘ ପକ୍ଷରୁ ଲୋୟର ପିଏମଜିରେ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି । ରାଜ୍ୟରେ ୨୦୧୬ରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଥିଲା । ବର୍ତ୍ତମାନ ୭ ବର୍ଷ ଅତିକ୍ରାନ୍ତ ହୋଇଛି ଏହି ଧନ୍ଦାମୂଳକ ଶିକ୍ଷାକୁ, ହେଲେ ସରକାର ନା ସ୍ଥାୟୀ ନିଯୁକ୍ତି ଦେଉଛି ନା ସମାନ ଦରମା ବୋଲି ଅଭିଯୋଗ କରିଛି ଶିକ୍ଷକ ସଂଘ ।

ତେବେ ଖାଲି ଧନ୍ଦାମୂଳକ ଶିକ୍ଷକ ନିହେଁ ସମାନ କମାକୁ ସମାନ ଦାବି, ସ୍ଥାୟୀ ନିଯୁକ୍ତି ଦାବିରେ ହାଇସ୍କୁଲ ଶିକ୍ଷକ ସଂଘ, ଅମଲା ସଂଘ ପକ୍ଷରୁ ମଧ୍ୟ ବାରବାର ଦାବି ସହ ଆନ୍ଦୋଳନ କରାଯାଉଛି । ତେବେ ସରକାର ଶିକ୍ଷକଙ୍କ ଦାବି ପୂରଣ କରୁଛନ୍ତି ଦେଖିବାକୁ ବାକି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.