ETV Bharat / state

5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ଵ

author img

By ETV Bharat Odisha Team

Published : Dec 2, 2023, 11:25 AM IST

VK Pandian Visits Puri: ଆଜି ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭକ୍ତମାନଙ୍କ ପାଇଁ କରାଯାଇଥିବା ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା  ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ

ଭୁବନେଶ୍ୱର: ପୁରୀ ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋରୁ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଏହା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ପଚାରି ବୁଝିଛନ୍ତି । ସେହିପରି ମଠ ଗୁଡିକର ପୁନରୁଦ୍ଧାର କାମ, landscaping କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା  ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ

ଆଜି ଭୋର ୫ଟା ଠାରୁ ସକାଳ ୭ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ । ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ସମୀକ୍ଷା ଅବସରରେ ୫ଟି ଅଧ୍ୟକ୍ଷ ଦୋଳବେଦି ଅଞ୍ଚଳର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ରଙ୍ଗ କାମ ଆଗେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ଭକ୍ତ ମାନଙ୍କ ସ୍ୱଚ୍ଛ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା  ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ

ଏହା ମଧ୍ୟ ପଢନ୍ତୁ.....କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ ଓ ଭାରତନାଟ୍ୟମ


ସେହିପରି ଶ୍ରୀମନ୍ଦିର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର landscaping କାମ ଡିସେମ୍ବର ୯ ସୁଦ୍ଧା ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମଠ ପୁନ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଛନ୍ତି । ସେଠାରେ ଥିବା ବିଭିନ୍ନ ପୋଲ, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା  ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା  ଉପରେ ଗୁରୁତ୍ଵ
5T ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିଦର୍ଶନ; ପରିକ୍ରମା ପ୍ରକଳ୍ପର ସମୀକ୍ଷା, ଦର୍ଶନ ବ୍ୟବସ୍ଥା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ
Effluent treatment plant, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ ସମୟରେ ସରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି, IG, ଓବିସିସି MD ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.