ETV Bharat / state

Vigilance Raid: ରୁପା ଚାମଚରେ ଖାଉଥିଲେ, ଅୟସ ଜୀବନ ବିତାଉଥିଲେ W&CD ଅଧିକାରିଣୀ ଜୟନ୍ତୀ ବେହେରା

author img

By

Published : Jun 22, 2023, 5:33 PM IST

Updated : Jun 22, 2023, 6:52 PM IST

Etv Bharat
Etv Bharat

ଭଦ୍ରକର ପୂର୍ବତନ ଜିଲ୍ଲାଧିକାରୀ ତଥା ବର୍ତ୍ତମାନ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

ଅଡୁଆରେ W&CD ବିଭାଗର ଅଧିକାରୀ
ରୂପା ଚାମଚରେ ଖାଉଥିଲେ ଜୟନ୍ତୀ

ଭୁବନେଶ୍ବର: ଅଡୁଆରେ ଭଦ୍ରକ ପୂର୍ବତନ ଜିଲ୍ଲାଧିକାରୀ ଜୟନ୍ତୀ ବେହେରା । ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ଏବେ ସେ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କର ୧୧ଟି ସ୍ଥାନରେ‌ ରେଡ କରିଛି ଭିଜିଲାନ୍ସ ଟିମ୍ । ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ରେଡ କରିଛି ଭିଜିଲାନ୍ସ ଟିମ ।

ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ
ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ

ବାଲେଶ୍ବର ସମେତ ଭଦ୍ରକ ଓ ଭୁବନେଶ୍ବର ରେ‌ଡ କରିଛି ଟିମ୍ । ରେଡ ବେଳେ ବାଲେଶ୍ବରରେ ୩ଟି ସ୍ଥାନରେ ସୁଉଚ୍ଚ କୋଠାଘର ସମେତ ଭୁବନେଶ୍ବରରେ ଦୁଇଟି ଫ୍ଲାଟ୍ ଓ ୪ଟି ପ୍ଲଟ ଠାବ ହୋଇଛି । ଏପରିକି ରେଡ ସମୟରେ ଏଯାବତ ୫୩ ଲକ୍ଷର ଇନ୍‌ସୁରାନ୍ସ ଡିପୋଜିଟ ସମେତ ଘରୁ ନଗଦ ୨ଲକ୍ଷ ୭୯ହଜାର ଟଙ୍କା ଠାବ ହୋଇଛି । ଗୋଟିଏ ଚାରି ଚକିଆ ଯାନ ମଧ୍ୟ ଠାବ ହୋଇଛି । ଆଜି ସକାଳୁ ଭିଜିଲାନ୍ସର ୧୧ଟି ଟିମ ବାଲେଶ୍ବରର ସହଦେବ ଖୁଣ୍ଟାରେ ଥିବା ଫିରିଙ୍ଗି ପାଟଣାରେ ପହଞ୍ଚି ରେଡ ଜାରି ରଖିଛନ୍ତି ।

ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ
ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ

ଏହା ବି ପଢନ୍ତୁ- କୋଚିଂ ଯିବା ବାଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ସେହିପରି ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଗଣେଶରପୁର ସିଦ୍ଧେଶ୍ବର କଲୋନିରେ ଜୟନ୍ତୀଙ୍କ ଏକ ଘର ମଧ୍ୟ ରହିଛି। ଗଣେଶରପୁରଠାରେ ସିଦ୍ଧେଶ୍ବର କଲୋନିରେ ମଧ୍ୟ ୨ ମହଲା ବିଶିଷ୍ଟ କୋଠା ଠାବ ହୋଇଛି । ସେହିପରି ଭୁବନେଶ୍ବରରେ କଳ୍ପନା ଛକ ନିକଟ ଗୌତମ ନଗରରେ ଥିବା ରୟାଲ ରେସିଡେନ୍ସିରେ C/44 (3-BHK) ଫ୍ଲାଟ୍ ରହିଛି । ଷ୍ଟଲ ଓ୍ବର୍ଟ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର B-209 (3-BHK) ଘରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଜୟନ୍ତୀଙ୍କ ଅଫିସ ଚାମ୍ବର ତଥା W & CD ଅଫିସ ଭୁବନେଶ୍ବରରେ ମଧ୍ୟ ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି ।

ଭଦ୍ରକରେ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଥିବା ସମୟରେ ନେଇଥିବା ଭଡ଼ାଘରେ ମଧ୍ୟ ଛାନଭିନ ଜାରି ରହିଛି । ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଭଦ୍ରକରେ ଟ୍ରାନ୍ସଫର ହେବା ସତ୍ତ୍ବେ ତାଙ୍କର ଦାୟିତ୍ବ ଏଯାବତ ହସ୍ତାନ୍ତର କରାଯାଇନାହିଁ । ଏନେଇ ଭଦ୍ରକ ଅଫିସରେ ମଧ୍ୟ ରେଡ କରାଯାଉଛି । ଜୟନ୍ତୀଙ୍କ ପୁଅ ରୋହିତ କୁମାର କାମ କରୁଥିବା କଲ ସେଣ୍ଟର ଏକ୍ସିକ୍ୟୁଟିଭ ଅଫିସ ଡିଆରଡିଏ ବାଲେଏଶ୍ବର ପିଠି ଅଫିସରେ ସର୍ଚ୍ଚ ଜାରି ରହିଛି । ସୁନା ହାଟ ବାଲେଶ୍ବରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରିଛନ୍ତି ଅଧିକାରୀ ।

ଜୟନ୍ତୀ ବେହେରାଙ୍କ ସହ କାମ କରୁଥିବା ଛତୁଆ କଣ୍ଟ୍ରାକ୍ଟର ଘରେ ଚିଡିଆପୋଲା ବାଲେଶ୍ବରରେ ଭିଜିଲାନ୍ସ ଅଧିକାରିୀ ରେଡ ଜାରି ରଖିଛନ୍ତି । ତେବେ ଏନେଇ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ଅଭିଯାନ ରହିଛି । ଲାଞ୍ଚୁଆ ଅଧିକାରୀଙ୍କ ଉପରେ ନଜର ପକାଇଛି ଭିଜିଲାନ୍ସ । ଲାଞ୍ଚ କାରବାର ବା ଲାଞ୍ଚ ନେଇ ବେଆଇନ ସମ୍ପତି ଠୁଳ କରୁଥିବା କର୍ମଚାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଭିଜିଲାନ୍ସ । ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବା ଭିଜିଲାନ୍ସ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ରୂପା ଚାମଚରେ ଖାଉଥିଲେ:- ଜୟନ୍ତୀଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଜୟନ୍ତୀ ବେଆଇନ ଭାବେ ଅର୍ଥ ଠୁଳ କରିବା ସହ ଅୟସ ଆରାମରେ ଜୀବନ ବିତାଉଥିଲେ । ରୂପା ଚାମଚରେ ଖାଉଥିଲେ, ସମାଜ ମଙ୍ଗଳ ଟଙ୍କାକୁ ନିଜ ମଙ୍ଗଳରେ ଲଗାଉଥିଲେ । ୩ ଜିଲ୍ଲାରେ ତାଙ୍କର ଆଲିଶାନ ଘର ସାଙ୍ଗକୁ ପ୍ଲଟ ରହିଛି । ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଓ ଜମା ରାଶି ଠାବ ହୋଇଛି । ଭୁବନେଶ୍ୱର, ଭଦ୍ରକ ଓ ବାଲେଶ୍ୱରରେ ଚାଲିଛି ଚଢ଼ଉ । ଚଢ଼ଉ ବେଳେ ଜୟନ୍ତୀ ବେହେରାଙ୍କ ଘରୁ ଠାବ ହୋଇଛି ୧କୋଟି ୪୦ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ଇନ୍ସୁରାନ୍ସ ଜମା ଜମା କରିଛନ୍ତି କୁବେର ମାଡାମ । ୨କେଜି ରୂପା ଅଳଙ୍କାର, ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ ଓ ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ ।



ତେବେ ଜୟନ୍ତୀ ବେହେରାଙ୍କର ବାଲେଶ୍ୱରରେ ରହିଛି ୩ଟି ଆଲିଶାନ କୋଠା ଓ ପ୍ରାଇମ ଲୋକେସନରେ ରହିଛି ୪ଟି ପ୍ଲଟ । ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାଵ କରିଛି ଭିଜିଲାନ୍ସ ଟିମ । ଏ ସବୁର ମୂଲ୍ୟ ଏବଂ ମାପ ନିର୍ଦ୍ଧାରଣ କରୁଛନ୍ତି ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ । ଜୟନ୍ତୀ ବେହେରାଙ୍କର ଜୁନ ମାସରେ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି ହୋଇଥିଲା । ଜୟନ୍ତୀଙ୍କ ନାଁରେ ଭିଜିଲାନ୍ସରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇ ଆସିଥିଲା । ତେବେ ଆଜି ଭୋର ସମୟରେ ରେଡ କରିଥିଲା ଭିଜିଲାନ୍ସ ଟିମ । ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସର୍ଚ୍ଚ ୱାରେଣ୍ଟ ଇସୁ କରିଥିଲେ । ସେପଟେ ଜୟନ୍ତୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ଜୟନ୍ତୀ କେତେ ଟଙ୍କା ସମ୍ପତିର ମାଲିକାଣୀ ହୋଇପାରିଛନ୍ତି, ଆୟ ଠାରୁ କେତେ ଅଧିକ ରାଜଗାର କରିଛନ୍ତି । ତଦନ୍ତ ବେଳେ ଜୟନ୍ତୀଙ୍କୁ ନିଜ ଆୟତକୁ ନେଇଛି ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 22, 2023, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.