ETV Bharat / state

ବେଙ୍ଗିଟାଙ୍ଗି ଜଙ୍ଗଲରେ ପୋତା ହୋଇଛି ମୃତଦେହ, ହତ୍ଯା ସନ୍ଦେହ

author img

By

Published : Nov 17, 2022, 2:21 PM IST

ମାଟିତଳେ ପୋତା ହୋଇଛି ମୃତଦେହ
ମାଟିତଳେ ପୋତା ହୋଇଛି ମୃତଦେହ

ଖୋର୍ଦ୍ଧା ଜିଲ୍ଲାର ସଦରଥାନା ଗୁଡୁମ ନିକଟ ବେଙ୍ଗିଟାଙ୍ଗି ଜଙ୍ଗଲରେ ଅଭାବନୀୟ ଘଟଣା । ଜଙ୍ଗଲ ଭିତରେ ମାଟିତଳେ ପୋତାଯାଇଥିବା ଏକ ମୃତଦେହ ଉଦ୍ଧାର । ହତ୍ୟାକରି ପୋତାଯାଇଥିବା ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜଙ୍ଗଲ ଭିତରେ ମାଟିତଳେ ପୋତା ହୋଇଛି ମୃତଦେହ । ବ୍ଲିଚିଂ, ବିଶାକ୍ତ ଦାନାଦାର ପକାଇ ମୃତଦେହଟିକୁ ପୋତାଯାଇଥିବା ଖବର ପାଇ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ତେବେ ମୃତଦେହଟି ଜଣେ ପୁରୁଷର ହୋଇଥିବାବେଳେ, ପ୍ଲାନିଂ ଆକାରରେ ହତ୍ୟା କରାଯାଇ ପୋତାଯାଇଥିବା ସନ୍ଦେହ କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲାର ସଦରଥାନା ଗୁଡୁମ ନିକଟ ବେଙ୍ଗିଟାଙ୍ଗି ଜଙ୍ଗଲରେ ଦେଖାଯାଇଛି ଏଭଳି ଘଟଣା।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସମୟରେ କିଛି ଲୋକ ଜଙ୍ଗଲ ପାଖରେ ଦାନାଦାର ଗନ୍ଧ ହେଉଥିବା ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ । ସ୍ଥାନିୟ ସରପଞ୍ଚ ସଦରଥାନା ପୋଲିସକୁ ଖବର ଦେଇଥିଲା । ଖବରପାଇ ପୋଲିସ ପହଞ୍ଚି ରାତିରେ ମୃତଦେହକୁ ଜଗିରହିଥିଲା ।

ମାଟିତଳେ ପୋତା ହୋଇଛି ମୃତଦେହ

ଏହା ମଧ୍ୟ ପଢନ୍ତୁ: Padmapur By Poll: ପ୍ରଥମେ ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା

ଆଜି ସାଇଣ୍ଟିଫିକ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳା ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନିୟ ଲୋକ ଭିଡ ଜମାଇଛନ୍ତି । ତେବେ ମୃତଦେହଟି ଜଣେ ପୁରୁଷର ବୋଲି ଜଣାପଡିଥିବାବେଳେ, ମୃତଦେହଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ବ୍ଲିଚିଂ, ବିଶାକ୍ତ ଦାନାଦାର ପକାଇ ମୃତଦେହଟି କେହି ନଷ୍ଟ କରିବାକୁ ଚେଷ୍ଟା କରିଥିବା ସନ୍ଦେହ ପ୍ରକାଶ କରିଛି ପୋଲିସ ।

ଏନେଇ ଜିଲ୍ଲାପରିଷଦ ସଦସ୍ୟ କହିଛନ୍ତି, "ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକର ଗୁଡୁମ ନିକଟ ବେଙ୍ଗିଟାଙ୍ଗି ଜଙ୍ଗଲରେ ଏକ ପୁରୁଷ ଲୋକଟିକୁ ହତ୍ୟାକରି ପୋତାଯାଇଛି । ପ୍ଲାନିଂ ଅନୁସାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମାଟିତଳେ କ୍ୟାଲେସିୟମ ଦେଇ ମୃତଦେହ ରଖି ଉପରେ ମଧ୍ୟ ଦିଆଯାଇଛି । ବାହାରେ କେଉଁଠି ହତ୍ୟା କରି ଏଠାରେ ପୋତାଯାଇଥିବା ସନ୍ଦେହ କରାଯାଉଛି । ପୁରୁଷ ଲୋକଟିର ଶରୀର ସମୁର୍ଣ୍ଣ ଭାବେ ଝଡିଯାଇଛି । ଏଠାକାର ଲୋକ ହିଁ ଏହି କାମ କରିଥାଇପାରେ ବୋଲି ସନ୍ଦେହ ହେଉଛି। ତଦନ୍ତ ପରେ ସବୁ ଜଣାପଡିବ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.