ETV Bharat / state

Padmapur By Poll: ପ୍ରଥମେ ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା

author img

By

Published : Nov 17, 2022, 1:16 PM IST

ପଦ୍ମପୁର ଉପନିର୍ବାଚନ(Padmapur By Poll) ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ । ପ୍ରତ୍ୟେକ ଦଳ ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଥିବାବେଳେ ଏହାରି ମଧ୍ୟରେ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ
ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ

ବରଗଡ: ପଦ୍ମପୁର ଉପନିର୍ବାଚନ(Padmapur By Poll) ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ପ୍ରଥମ ନାମାଙ୍କନ ପତ୍ର ଦାଖଲ କଲେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା । ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ଲଢେଇ ପାଇଁ ସରଗରମ ହେଉଛି ରାଜନୀତି ।

୧୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଶେଷ ଦିନ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇନଥିବାବେଳେ ପ୍ରଥମ ପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା । ବରଗଡ଼ ଅମ୍ବାପାଲିର ଜୟନ୍ତ ଥାପା ନାମକ ବ୍ୟକ୍ତି ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚାଷୀଙ୍କ ଆନ୍ଦୋଳନ ଏବଂ ପଦ୍ମପୁର ବାସୀଙ୍କ ଜିଲ୍ଲା ଦାବି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଯାଏଁ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନଥିଲା । ଜୟନ୍ତ ଥାପା ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

Padmapur By Poll: ପ୍ରଥମେ ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା

ଏହା ମଧ୍ୟ ପଢନ୍ତୁ: ପଦ୍ମପୁର ଫାଇଟ: ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଏନେଇ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା କହିଛନ୍ତି, "ପଦ୍ମପୁର ବିକାଶକୁ ଆଖିଆଗରେ ରଖି ନାମାଙ୍କନ ପତ୍ର ଦାଖଲ କରିଛି । ଏହାସହ ପଦ୍ମପୁରବାସୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି । ଚାଷୀମାନଙ୍କର ମଧ୍ୟ ସବୁ ସମସ୍ୟାର ସମାଧାନ କରିବି । ସ୍ବାଧିନ ହିସାବରେ ଲଢିବି, ସବୁ ସ୍ବାଧିନ କାମ କରିବି ।"

ପ୍ରକାଶଯାଗ୍ୟ ଯେ, ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆସନ୍ତା ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୮ ତାରିଖରେ ଫଳ ପ୍ରକାଶ ପାଇବ । ବିଜେପି ପକ୍ଷରୁ ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ଦେଇଥିବାବେଳେ, ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.