ETV Bharat / state

ପ୍ରତିଶୃତି ଦେଲା BMC, ୬ ଦିନ ପରେ ଖୋଲିଲା ୟୁନିଟ-୧ ହାଟ

author img

By ETV Bharat Odisha Team

Published : Oct 4, 2023, 9:09 PM IST

ଦୀର୍ଘ 6 ଦିନର ବନ୍ଦ ପରେ ଆଜି ପୁଣି ଥରେ ଖୋଲିଛି ୟୁନିଟି-1 ହାଟ । ବିଏମସି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପ୍ରତିଶୃତି ମିଳିବ ପରେ ହାଟ ଖୋଲିଲେ ବ୍ୟବସାୟୀ। ଅଧିକ ପଢ଼ନ୍ତୁ

୬ ଦିନର ବନ୍ଦ ପରେ ଖୋଲିଲା ୟୁନିଟ-୧ ହାଟ
୬ ଦିନର ବନ୍ଦ ପରେ ଖୋଲିଲା ୟୁନିଟ-୧ ହାଟ

୬ ଦିନର ବନ୍ଦ ପରେ ଖୋଲିଲା ୟୁନିଟ-୧ ହାଟ

ଭୁବନେଶ୍ବର: ଖୋଲିଲା ୟୁନିଟ୍‌-1 ହାଟ । ଦୀର୍ଘ 6 ଦିନର ବନ୍ଦ ପରେ ଆଜି ପୁଣିଥରେ ଖୋଲିଛି ହାଟ । ବିଏମସି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପ୍ରତିଶୃତି ମିଳିବ ପରେ ବ୍ୟବସାୟ ସଂଘ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପୁଣିଥରେ ସ୍ୱାଭାବିକ ହୋଇଛି ହାଟର କିଣାବିକା । ବ୍ୟବସାୟୀମାନେ ଆନ୍ଦୋଳନରୁ ଓହରି ପୁଣି ଥରେ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି ।

ତେବେ ଗତ ଶନିବାରଠୁ ବନ୍ଦ ରହିଥିଲା ୟୁନିଟ-୧ ହାଟ । ପାର୍କିଂ ବ୍ୟବସ୍ଥା ସହ ୭ ଦଫା ଦାବିକୁ ନେଇ ୟୁନିଟ୍ -୧ ହାଟ ବ୍ୟବସାୟୀ ଧାରଣାରେ ବସିଥିଲେ । ଏହାସହ ସମ୍ପୂର୍ଣ୍ଣ ହାଟକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ । ସେପଟେ ଗତକାଲି ବିଏମସିର ଏକ ସ୍ୱତନ୍ତ୍ର ଟିମ ଏବଂ ବିଏମସି ଡେପୁଟି କମିଶନର ମୟୂରୀ ସୂର୍ଯ୍ୟବଂଶୀ ହାଟକୁ ଯାଇ ବୁଲି ସ୍ଥିତି ପରଖିବା ସହ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ୪ ଦିନରେ ଏହାର ସମାଧାନ କରିବା ଦିଗରେ ବିଏମସି ପଦକ୍ଷେପ ନେବା ବୋଲି କହିବା ପରେ ହାଟ ଖୋଲିଛି ।

ସୂଚନା ଅନୁସାରେ, ପାର୍କିଙ୍ଗ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ୟୁନିଟ-୧ ମାର୍କେଟ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ହୋଇଥିଲା । ସେହି ଦିନଠୁ ବ୍ୟବସାୟୀମାନେ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହି କଥାର ସମାଧାନକୁ ନେଇ ବିଏମସିର ହସ୍ତକ୍ଷେପ ଲୋଡିଥିଲା । ଏହାର ସ୍ଥାୟୀ ସମାଧାନକୁ ନେଇ ଶୁକ୍ରବାର ବିଏମସି କମିଶନରଙ୍କ ସହ ଆଲୋଚନା ବିଫଳ ହେବ ପରେ ଶନିବାର ଠାରୁ ଧାରଣାରେ ବସି ରହିଥିଲେ ଶହ ଶହ ବ୍ୟବସାୟୀ ।

ଏହା ମଧ୍ୟ ପଢ଼ନ୍ତୁ....ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ-୧ ହାଟ ବନ୍ଦ, ପାର୍କିଂ ସମସ୍ୟାକୁ ନେଇ ଉପୁଜିଛି ବିବାଦ

ତେବେ ସେମାନଙ୍କର ଅଭିଯୋଗ ମୁତାବିକ ଏଠାରେ ପାର୍କିଙ୍ଗ ବ୍ୟବସ୍ଥା ନାହିଁ, ହାଟ ଚତୁପାର୍ଶ୍ବରେ ଯାତାୟାତ ସବୁବେଳେ ଅବରୋଧ ହୋଇ ରହୁଛି, ଡ୍ରେନେଜ ସମସ୍ୟା ସବୁବେଳେ ଲାଗିଛି ରହୁଛି, ହାଟ ମଧ୍ୟରେ ସଫେଇ ପାନୀୟ ଜଳର ବ୍ୟବସ୍ଥା ନାହିଁ, ପରିସ୍ରାଗାର ଏବଂ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ । ଏତେ ସବୁ ସମସ୍ୟା ଭିତରେ ବର୍ତ୍ତମାନ ପାର୍କିଙ୍ଗ ବ୍ୟବସ୍ଥା ଭୁଶୁଡିବା ଯୋଗୁଁ ଆଉ ବ୍ୟବସାୟ ହେଉନାହିଁ । ତେବେ ଏଭଳି ସମସ୍ୟାକୁ ନେଇ ବ୍ୟବସାୟୀ ବର୍ଷ ବର୍ଷ ଧରି ବ୍ୟବସାୟ କରୁଥିବା ବେଳେ ନୂଆ ଭୂତଳ ପାର୍କିଙ୍ଗ ବ୍ୟବସ୍ଥାକୁ ବିଏମସି ଉଠାଇ ଦେବା ପରଠାରୁ ବ୍ୟବସାୟୀଙ୍କ ବ୍ୟବସାୟ ଠପ ହୋଇଯାଇଛି । ବିଶେଷ କରି ଉଠା ଦୋକାନୀଙ୍କ ପାଦୁର୍ଭାବ ଯୋଗୁଁ ଏଠାରେ ପାର୍କିଙ୍ଗ ସମସ୍ୟା ଉପୁଜିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରି ଧାରଣାରେ ବସିଥିଲେ ବ୍ୟବସାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.