ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା, 2023 ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ

author img

By

Published : Jan 3, 2023, 8:33 PM IST

ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା

ଧର୍ମେନ୍ଦ୍ର କହିଛନ୍ତି, ‘‘ନିର୍ବାଚନ ଯେବେ ହେଉ କିନ୍ତୁ ଗୋଟେ ଦାୟିତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଦଳ ହିସାବରେ ବିଜେପିର ଦୁଇଟି କାମ ଅଛି । ଅର୍ଥାତ ଦୁଇ ସୂତ୍ରୀ ଫର୍ମୁଲା ।"

ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା, 2023 ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ (General Election 2024) ପୂର୍ବ ବର୍ଷ ହେଉଛି 2023 । ଚଳିତ ବର୍ଷ ରାଜ୍ୟ ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏଠି (ଓଡିଶା) ଶୁଣାଯାଉଛି ଆଗୁଆ ନିର୍ବାଚନ କଥା । ନିର୍ବାଚନ ଯେବେ ବି ହେଉ ଏକ ଶକ୍ତିଶାଳୀ ରାଜନୈତିକ ଦଳ ଭାବେ ବିଜେପି ଲଢେଇ କରିବ । ବିଜେପି 37 ହଜାର ବୁଥରେ ସଂଗଠନକୁ ଶକ୍ତିଶାଳୀ କରିବ । ଏକ ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଲଢିବ । ଏଥିପାଇଁ ଦଳ ଦୁଇ ସୂତ୍ରୀ ଫର୍ମୁଲା ଉପରେ କାମ କରୁଛି । ଆଜି ଭୁବନେଶ୍ବର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଏହି ସୂଚନା ଦେଇ ପୁଣି ଥରେ ନିର୍ବାଚନର ମାହୋଲ ସୃଷ୍ଟି କରିଛନ୍ତି ।

ଏହାବି ପଢନ୍ତୁ- ଆଉ ବର୍ଷେ ମାଗଣା ଚାଉଳ, ଖର୍ଚ୍ଚ ହେବ 185 କୋଟି

ଧର୍ମେନ୍ଦ୍ର କହିଛନ୍ତି, ‘‘ନିର୍ବାଚନ ଯେବେ ହେଉ କିନ୍ତୁ ଗୋଟିଏ ଦାୟିତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଦଳ ହିସାବରେ ବିଜେପିର ଦୁଇଟି କାମ ଅଛି । ଅର୍ଥାତ ଦୁଇ ସୂତ୍ରୀ ଫର୍ମୁଲା। ଗୋଟିଏ ହେଲା ସ୍ଥାନୀୟ ସରକାର ବିରୋଧରେ ଯେଉଁ ଅବ୍ୟବସ୍ଥା ଅସନ୍ତୋଷର ବାତାବରଣ ଅଛି ତାର ପ୍ରବକ୍ତା ହେବ ବିଜେପି । ଗରିବ, ପଛୁଆ ଅନୁସୂଚିତ ଜାତି ଜନଜାତି ମହିଳା, ଯୁବକଙ୍କ ରୋଜଗାର ପାଇଁ ପ୍ରତିନିଧିତ୍ବ କରିବ ବିଜେପି। ଦ୍ଵିତୀୟଟି ହେଉଛି ସୁଦୃଢ ସଂଗଠନର ଆବଶ୍ୟକତା ଅଛି । ଓଡିଶାରେ 37 ହଜାର ବୁଥରେ ସଂଗଠନ କାର୍ଯ୍ୟକ୍ରମ ତୁଲାଇ ମଜବୁତ କରିବାକୁ ପଡ଼ିବ। ଏହି ଦୁଇଟି ଫର୍ମୁଲା କୁ ବିଜେପି ଅନୁସରଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।’’

ଏହାବି ପଢନ୍ତୁ- ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଚ୍ଚସ୍ତରୀୟ ବୈଠକ

ସେହିପରି କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (Bjp President JP Nadda) ଉଠାଇଥିବା ପ୍ରସଙ୍ଗ, ରାଜ୍ୟରେ କିଏ ଶାସନ କରୁଛି, କୁ ଦୋହରାଇ ଧର୍ମେନ୍ଦ୍ର କହିଛନ୍ତି ଦଳ ଏଥିପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । କାର୍ଯ୍ୟକ୍ରମ ଏବଂ ପ୍ରବାସ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବ । ସେହିପରି ଲୋକସଭା ସିଟ ଉପରେ ବିଜେପିର ନଜର ରହିଥିହା ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଆଗକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ଆସନ ଉପରେ କେବଳ ନୁହେଁ ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ବିକାଶ ଉପରେ ନଜର ରହିଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.