ETV Bharat / state

ଆଉ ବର୍ଷେ ମାଗଣା ଚାଉଳ, ଖର୍ଚ୍ଚ ହେବ 185 କୋଟି

author img

By

Published : Jan 3, 2023, 7:55 PM IST

Updated : Jan 3, 2023, 8:58 PM IST

SFSS ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ, ଖର୍ଚ୍ଚ ହେବ 185 କୋଟି
SFSS ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ, ଖର୍ଚ୍ଚ ହେବ 185 କୋଟି

ନୂଆ ବର୍ଷରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଲାଗି ଖୁସି ଖବର । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ବର୍ଷେ ମାଗଣା ଚାଉଳ । ମାସକୁ 5 କେଜି ଲେଖାଏଁ ହିତାଧିକାରୀଙ୍କୁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଜାନୁଆରୀ ମାସ 23 ତାରିଖରୁ ଡିସେମ୍ବର ମାସ ଯାଏ ଲାଗୁ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟର ( State Food Security Scheme) ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ । ହିତାଧିକାରୀଙ୍କୁ ଜାନୁଆରୀ 23ରୁ ଡିସେମ୍ବର 23 ଯାଏଁ ମିଳିବ ଚାଉଳ । 5 କିଲୋ ଚାଉଳ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ରାଜ୍ୟର ପ୍ରାୟ 8 ଲକ୍ଷ ପରିବାର । ଏବାବଦରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ 185 କୋଟି ଟଙ୍କା ।

ଏହାବି ପଢନ୍ତୁ- GANGRAPE: ୫୦ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ! ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

ନୂଆ ବର୍ଷରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଲାଗି ଖୁସି ଖବର । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ବର୍ଷେ ମାଗଣା ଚାଉଳ । ମାସକୁ 5 କେଜି ଲେଖାଏଁ ହିତାଧିକାରୀଙ୍କୁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଜାନୁଆରୀ ମାସ 23 ତାରିଖରୁ ଡିସେମ୍ବର ମାସ ଯାଏ ଲାଗୁ ହେବ । ରାଜ୍ୟର ପ୍ରାୟ 8 ଲକ୍ଷ ପରିବାର ଏଥିରେ ଉପକୃତ ହେବେ । ଏଥିପାଇଁ ପ୍ରାୟ 24000 ଟନ ଚାଉଳ ରାଜ୍ୟ ସରକାର ପ୍ରଦାନ କରିବେ ।

ଏହାବି ପଢନ୍ତୁ- ଚର୍ଚ୍ଚାରେ ଓଡିଆ ଛାତ୍ର କିଶନ କୁମାର ସାହୁଙ୍କ ଅଭିଭାଷଣ, ଲୋକସଭା ବାଚସ୍ପତି କଲେ ପ୍ରଂଶସା

ରାଜ୍ୟରନିଜସ୍ୱ ପାଣ୍ଠିରୁ 185 କୋଟି ଖର୍ଚ୍ଚ ହେବ । ରାଜ୍ୟର ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା 2018 ଅକ୍ଟୋବର ମାସରୁ ଚାଲୁଛି । ଏହି ହିତାଧିକାରୀଙ୍କୁ କୋଭିଡ ସଂକ୍ରମଣ ସମୟରେ ଅତିରିକ୍ତ ଚାଉଳ 28 ମାସ ବଣ୍ଟନ କରାଯାଇଛି । ଏହା ସହିତ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କୁ 1000 ଟଙ୍କା ଲେଖାଏଁ ସହାୟତା ରାଶି ଦୁଇଥର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 3, 2023, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.