ETV Bharat / state

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଚ୍ଚସ୍ତରୀୟ ବୈଠକ

author img

By

Published : Jan 3, 2023, 6:55 PM IST

Updated : Jan 3, 2023, 7:54 PM IST

Anganwadi workers protest
Anganwadi workers protest

ରାଜ୍ୟରେ ଗତ ୪୫ ଦିନ ଧରି ଚାଲିଥିବା ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ସରକାରଙ୍କ ଲିଖିତ ପ୍ରତିଶୃତି ପରେ ସ୍ଥଗିତ ରହିଲା ଆନ୍ଦୋଳନ । ଅଧିକ ପଢନ୍ତୁ

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ରାଜ୍ୟରେ ଗତ ୪୫ ଦିନ ଧରି ଚାଲିଥିବା ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି (Anganwadi workers protest on hold) । ଆସନ୍ତା ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ହେଲା ସ୍ଥଗିତ । କର୍ମୀମାନେ ୮ ଦଫା ଦାବି ନେଇ ଆନ୍ଦୋଳନରେ ବସିଥିଲେ । ତେବେ ସରକାରଙ୍କ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରେ ସମସ୍ତ ସଂଘ ସହ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ସରକାରଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ । ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଅଙ୍ଗନୱାଡ଼ି କର୍ମୀ । ୮ ଦଫା ଦାବି ନେଇ ଦୀର୍ଘ ୪୪ ଦିନ ଧରି ଲୋୟର ପିଏମଜିରେ ବସିଥିଲେ ଧାରଣା (Anganwadi workers protests at Lower PMG) । ଆଜି ନବୀନ ନିବାସ ଘେରାଉ ପରେ ସରକାରଙ୍କ ସହ ହୋଇଥିଲା ଆଲୋଚନା । ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ପ୍ରତିଶ୍ରୁତି ଦେବା ପରେ ଅଙ୍ଗନୱାଡ଼ି କର୍ମୀ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।

ଏହା ବି ପଢନ୍ତୁ- ଧାରଣାସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡ଼ି କର୍ମୀ

ଅଙ୍ଗନୱାଡ଼ି ସଂଘର ସଭାପତି ସୁମିତା ମହାପାତ୍ର କହିଛନ୍ତି, "ବେତନ ବୃଦ୍ଧିକୁ ଛାଡ଼ି ଦେଇ ବାକି ସମସ୍ତ ଦାବି ଉପରେ ଆଲୋଚନା, ମୃତ୍ୟୁକାଳୀନ ବୀମାକୁ ଉଠାଇ ଦେଇ ଏକକାଳୀନ ସହାୟତା ଦେବା ପାଇଁ ମିଳିଲା ପ୍ରତିଶ୍ରୁତି ଓ ପେନସନ ବାବଦରେ ଅର୍ଥ ବିଭାଗ ସହିତ ହେବ ଆଲୋଚନା ।" ସୂଚନା ଥାଉ କି ଗତ କିଛି ଦିନ ଧରି ରାଜଧାନୀର ଲୋୟର ପିଏମଜିରେ ଲକ୍ଷ ଲକ୍ଷ ଅଙ୍ଗନୱାଡି କର୍ମୀ ୮ ଦଫା ଦାବି ନେଇ ଆନ୍ଦୋଳନରେ ବସିଥିଲେ । ଦୀର୍ଘ ଦିନ ଆନ୍ଦୋଳନରେ ବସିବା ପରେ ଆଜି ସେମାନେ 'ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ' ଅଭିଯାନରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଦାବି ପୂରଣ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନହେଲେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଭାନେତ୍ରୀ କହିଛନ୍ତି ।

ଖାଲି ରାଜଧାନୀରେ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନ କରିଥିଲେ । ଦାବି ପୂରଣ ନେଇ ସେମାନେ ରାଜରାସ୍ତାରେ ହଙ୍ଗାମା କରିଥିଲେ । ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା ପରେ ସରକାରଙ୍କ ସେମାନଙ୍କ ଦାବି ନେଇ ପ୍ରଥମ ଥର ଲିଖିତ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 3, 2023, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.