ETV Bharat / state

ଧାରଣାସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡ଼ି କର୍ମୀ

author img

By

Published : Nov 24, 2022, 1:45 PM IST

ଧାରଣା ସ୍ଥଳରେ ମାଣବସା ଗୁରୁବାର କଲେ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ । ଶଙ୍ଖନାଦ, ଭୋଗ ଓ ଧୂପ ବାସ୍ନାରେ ମହକିଲା ରାଜଧାନୀର ଲୋୟର ପିଏମଜି। ଅଧିକ ପଢନ୍ତୁ

ଧାରଣାସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡ଼ି କର୍ମୀ
ଧାରଣାସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ବର: ରାଜରାସ୍ତାରେ ଝୋଟି ସାଙ୍ଗକୁ ପଡିଲା ହୁଳହୁଳି । ଶଙ୍ଖନାଦ, ଭୋଗ ଓ ଧୂପ ବାସ୍ନାରେ ମହକିଲା ରାଜଧାନୀର ଲୋୟର ପିଏମଜି । ଧାରଣା ସ୍ଥଳରେ ମାଣବସା ଗୁରୁବାର କରିଛନ୍ତି ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ । ରାସ୍ତା ମଝିରେ ମାଆଙ୍କ ଫଟୋ ରଖି ଝୋଟି ପକାଇବା ସହ ଦୀପ, ଧୂପ, ଫୁଲ, ଭୋଗ ଲଗାଇ ମା’ ମହାଲକ୍ଷ୍ମୀଙ୍କୁ ପୂଜା କରିଛନ୍ତି ଅଙ୍ଗନବାଡ଼ି କର୍ମୀ ।

ଧାରଣାସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡ଼ି କର୍ମୀ

୮ ଦଫା ଦାବି ନେଇ ପିଏମଜିରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ । ଆଜି ମାର୍ଗଶିର ମାସ ଗୁରୁବାର ଥିବାରୁ ରାସ୍ତାରେ ଝୋଟି ପକାଇ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ପିଠାପଣା, ଭୋଗ ଖେଚୁଡି, ଡାଲମା ଆଦି ଭୋଗ ଲଗାଇ ପୂଜା କରିଥିଲେ । ଯେ ପର୍ଯ୍ୟନ୍ତ ସରକାର ଦାବି ପୂରଣ କରିନାହାନ୍ତି ସେହି ପର୍ଯ୍ୟନ୍ତ ରାଜରାସ୍ତାରେ ବସି ଧାରଣା ଦେବେ ବୋଲି ଅଙ୍ଗନବାଡ଼ି ସଂଘର ସୁମିତ୍ରା ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ-ପୋଲିସ ବାବୁଙ୍କ ଦାଦାଗିରି, ମାଡ଼ ମାରି ପ୍ରାଇଭେଟ ପାର୍ଟରୁ ରକ୍ତ ବାହାର କରିଦେଲେ ସବ୍-ଇନ୍ସପେକ୍ଟର

ସୁମିତ୍ରା ମହାପାତ୍ର କହିଛନ୍ତି, ''ଯେଉଁ ମାନେ ଲୋକଙ୍କ ପାଇଁ ଓ ପିଲାଙ୍କ ପାଇଁ କାମ କରୁଛନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଖୁବଶୀଘ୍ର ଆମ ସମସ୍ୟାର ସମାଧାନ କରାଯାଉ । ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଯେଭଳି ଭାବରେ କମ ହୋଇପାରିବ ସେନେଇ ଭଲ କାମ କରିପାରିବୁ ବୋଲି କହିଛନ୍ତି ସୁମିତ୍ରା''।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.