ପୋଲିସ ବାବୁଙ୍କ ଦାଦାଗିରି, ମାଡ଼ ମାରି ପ୍ରାଇଭେଟ ପାର୍ଟରୁ ରକ୍ତ ବାହାର କରିଦେଲେ ସବ୍-ଇନ୍ସପେକ୍ଟର

author img

By

Published : Nov 24, 2022, 12:16 PM IST

ହାତିବାରି ଥାନାରେ ଥାର୍ଡ ଡିଗ୍ରୀ

ପୋଲିସକୁ ଧକ୍କା ଦେବାରୁ ଯୁବକଙ୍କୁ ନିସ୍ତୁକ ମାଡ । ପ୍ରାଇଭେଟ ପାର୍ଟକୁ ମାଡମାରି ଲହୁଲୁହାଣ କଲେ ହାତିବାରି ଥାନା ସବ୍‌-ଇନ୍ସପେକ୍ଟର ।ଅଧିକ ପଢନ୍ତୁ

ରାଉରକେଲା: ପୋଲିସର ବର୍ବରତା । ଯୁବକଙ୍କୁ ନିସ୍ତୁକ ମାଡ ମାରି ହାତ ଭାଙ୍ଗି ଦେଲେ ସବ-ଇନ୍ସପେକ୍ଟର । ଖାଲି ଏତିକି ନୁହଁ ଯୁବକଙ୍କ ପ୍ରାଇଭେଟପାର୍ଟକୁ ମାଡ ମାରି ଲହୁଲୁହାଣ କଲେ ପୋଲିସ ବାବୁ । ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ପୋଲିସକୁ ଧକ୍କା ଦେବାରୁ ହାତିବାରି ଥାନା ସବ ଇନ୍ସପେକ୍ଟର ଯୁବକଙ୍କୁ ଏପରି ମାଡ ମାରିଥିବା ଅଭିଯୋଗ ହୋଇଛି । ପୀଡିତ ଯୁବକ ଜଣକ ହେଉଛନ୍ତି ହାତିବାରି ଥାନା ଅଞ୍ଚଳର ଆଦିତ୍ୟ ମିଶ୍ର ।

ହାତିବାରି ଥାନାରେ ଥାର୍ଡ ଡିଗ୍ରୀ

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଦିନ ଆଦିତ୍ୟ କ୍ଷୀର ନେଇ ଘରକୁ ଯାଉଥିବାବେଳେ, ଦ୍ରୁତ ଗତିରେ ଏକ କାର୍‌ ତାଙ୍କ ପାଖ ଦେଇ ବିପରୀତ ଦିଗରୁ ଯାଇଥିଲା । ଏହି ସମୟରେ କାରର ଲାଇଟ ତାଙ୍କ ଆଖିରେ ପଡିବାରୁ ସେ ପାଖରେ ଥିବା ଅନ୍ୟ ଏକ କାର୍‌ ସହ ପିଟି ହୋଇ ତଳେ ପଡି ଯାଇଥିଲେ । ଫଳରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଏତିକିରେ ହାତିବାରି ଥାନା ସବ ଇନ୍ସପେକ୍ଟର ସାଧା ପୋଷାକରେ ଘଟଣା ସ୍ଥଳରେ ପହଞ୍ଚି ଅଶାଳୀନ ଭାଷାରେ ଯୁବକଙ୍କୁ ଗାଳି ଦେଇଥିଲେ ।

ତେବେ ପୋଲିସ ବାବୁ ଜଣକ ସାଧା ପୋଷାକରେ ଥିବାରୁ ତାହା ଜାଣି ନପାରି ଯୁବକ ଜଣକ ତାଙ୍କୁ ଧକ୍କା ଦେଇଥିଲେ । ଏଥିରେ ରାଗିଯାଇ ହାତିବାରି ଥାନାରେ କାର୍ଯ୍ୟରତ ଥିବା SI ତାଙ୍କୁ ଥାନାକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ଖବର ପାଇ ଆଦିତ୍ୟଙ୍କ ଗର୍ଭବତୀ ସ୍ତ୍ରୀ ଥାନାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ପୋଲିସ ଅସଦାଚରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା: ୧୦ଘଣ୍ଟା ଜେରା ପରେ ବାହାରିଲେ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି

ତେବେ ସବ ଇନ୍ସପେକ୍ଟର ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ହାତ ଭାଙ୍ଗିବା ସହ ଅଣ୍ଟା ତଳକୁ ମାଡ଼ ମାରି ରକ୍ତ ଜମାଟ କରିଦେଇଥିଲେ ଏବଂ ସବୁଠାରୁ ବଡ଼ କଥା ହେଉଛି ଆଦିତ୍ୟଙ୍କ ପ୍ରାଇଭେଟ ପାର୍ଟକୁ ପୋଲିସ ମାଡମାରିଥିଲା । ଫଳରେ ଆହତ ହୋଇଥିବା ଆଦିତ୍ୟ । ଯୁବକଙ୍କୁ ପୋଲିସ ଛାଡିବା ପରେ ସେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ପରେ ସେ ହାତିବାରି ଘରକୁ ଫେରିଥିଲେ ।

ତେବେ ପୁଣି ଅସୁସ୍ଥ ହେବାରୁ ରାଉରକେଲା ସହରକୁ ଚିକିତ୍ସା ପାଇଁ ଯାଇଛନ୍ତି ଆଦିତ୍ୟ ମିଶ୍ର । ବର୍ତ୍ତମାନ ନ୍ୟାୟ ଆଶାରେ ମିଡ଼ିଆ ସାହାଯ୍ୟ ଲୋଡିଛନ୍ତି ଆଦିତ୍ୟ ଓ ତାଙ୍କ ଗର୍ଭବତୀ ପତ୍ନୀ । ଗତକାଲି ବିରମିତ୍ରପୁର SDPOଙ୍କ ପାଖରେ ଆଦିତ୍ୟ ଅଭିଯୋଗ କରିଛନ୍ତି । ଏନେଇ ପୋଲିସକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବର୍ତ୍ତମାନ ନ୍ୟାୟ ଆଶାରେ ଗଣମାଧ୍ୟମର ସାହାଯ୍ୟ ଲୋଡିଛନ୍ତି ଆଦିତ୍ୟ ଓ ତାଙ୍କ ଗର୍ଭବତୀ ପତ୍ନୀ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.