ETV Bharat / state

ରାଷ୍ଟ୍ରୀୟ ଶିକ୍ଷା ନୀତିର ମୂଳ ଯୋଜନା ହେଲା ନୂଆ ପାଠ୍ୟକ୍ରମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ

author img

By

Published : Jan 3, 2023, 9:56 PM IST

Dharmendra Pradhan
Dharmendra Pradhan

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ନୀତି ମୂଳ ଯୋଜନାର ନୂଆ ପାଠ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

Dharmendra Pradhan

ଭୁବନେଶ୍ବର: ରାଷ୍ଟ୍ରିୟ ଶିକ୍ଷା ନୀତିର ମୂଳ ଯୋଜନାର ହେଲା ନୂଆ ପାଠ୍ୟକ୍ରମ। ନ୍ୟାସନାଲ କରିକୁଲମ ଫ୍ରେମ୍ ୱାର୍କର ଷ୍ଟିୟରିଂ କମିଟି ପ୍ରସ୍ତୁତ କରିଛି ସିଲାବସ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏନେଇ ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ଶିକ୍ଷା ନୀତିର ମୂଳ ଯୋଜନା ନୂଆ ପାଠ୍ୟକ୍ରମ । ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ । ବାଲ ବାଟିକା ତିନି ବର୍ଷ ଏବଂ ଷ୍ଟାଣ୍ଡାର୍ଡ ୧ ଏବଂ ୨ ହେଉଛି ପ୍ରଥମ ପାହାଚ।

ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ହେଉଛି ତିନି ବର୍ଷ । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଆଉ ତିନି ବର୍ଷ। ନବମ, ଦଶମ, ଏକାଦଶ ଏବଂ ଦ୍ଵାଦଶ ହେଉଛି ଚାରିବର୍ଷ । ୫+୩+୩+୪ ଅର୍ଥାତ୍ ୧୫ ବର୍ଷର ପାଠ୍ୟକ୍ରମ ୨୦୨୩-୨୪ରେ ପ୍ରକାଶିତ କରାଯିବ । ପ୍ରଥମ ପାଞ୍ଚ ବର୍ଷର ଟିଚିଂ, ଲର୍ଣ୍ଣିଂ ମ୍ୟାଟେରିଆଲ ଟେକ୍ସଟ ବୁକ ପ୍ରସ୍ତୁତ ହୋଇସାରିଲାଣି। ଏନେଇ ସରସ୍ଵତୀ ପୂଜା ଅର୍ଥାତ ଜାନୁଆରୀ 26 ତାରିଖ ସୁଧା ପ୍ରଥମ 5 ବର୍ଷ ର ବହି ଉପଲବ୍ଧ ହୋଇଯିବ।

ପୁଣି ଚଳିତ ବର୍ଷର ବହି କାମ ଆରମ୍ଭ ହୋଇଛି। ନ୍ୟାସନାଲ କରିକୁଲମ ଫ୍ରେମ୍ ୱାର୍କର ଷ୍ଟିୟରିଂ କମିଟି ସିଲାବସ ପ୍ରସ୍ତୁତ କରିଛି। NCERT ସିଲାବସ ଟେଷ୍ଟ ବୁକ ପ୍ରସ୍ତୁତ କରୁଛି। ଏହାସହ NCERT ଓ ଭାରତ ସରକାର ରାଜ୍ୟ ଗୁଡିକଙ୍କ ସହ ମିଶି ରାଜ୍ୟର NCERTକୁ ଏକାଠି କରିକି ରାଜ୍ୟ ଆଧାରିତ ଟେଷ୍ଟ ବୁକ ବନାଯାଉଛି। ଭାରତୀୟ ଭାଷା, ମାତୃଭାଷା ଓ ସ୍ଥାନୀୟ ଭାଷା କୁ ମହତ୍ଵ ଦିଆଯାଉଛି। ଯାହା ଫଳରେ ପିଲାଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରିବ। କିନ୍ତୁ ଶିକ୍ଷା ର ପୂର୍ଣ୍ଣାଙ୍ଗ NEPକୁ ଲାଗୁ କରିବାକୁ ହେଲେ 5 ରୁ 7 ବର୍ଷ ସମୟର ଆବଶ୍ୟକତା ରହିଛି। ଯାହା2022 ଜୁଲାଇ ମାସ ରୁ ଆରମ୍ଭ ହୋଇଛି। କରୋନା କାଳରେ ଆରମ୍ଭ ସମୟରେ ଏହା ଶିଥିଳ ରହିଥିଲା। ଯାହା ଏବେ ପୁଣି ଜୋର ଧରିଛି ।

ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ବାଲ ବାଟିକା ତିନି ବର୍ଷ ଏବଂ ଷ୍ଟାଣ୍ଡାର୍ଡ ୧ ଏବଂ ୨ ହେଉଛି ପ୍ରଥମ ପାହାଚ। ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ହେଉଛି ତିନି ବର୍ଷ। ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଆଉ ତିନି ବର୍ଷ। ନବମ, ଦଶମ, ଏକାଦଶ ଏବଂ ଦ୍ଵାଦଶ ହେଉଛି ଚାରିବର୍ଷ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.