ETV Bharat / state

ଗଣେଶ ପୂଜା ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Sep 24, 2023, 8:07 AM IST

Updated : Sep 24, 2023, 11:17 AM IST

Dharmendra Pradhan offers prayer to lord ganesha
ଗଣେଶ ପୂଜା ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଗ୍ରପୂଜ୍ୟ ପ୍ରଭୁ ଗଣେଶ ପୂଜା ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବର ସ୍ଥିତ ସହିଦନଗରରେ ପ୍ରଦର୍ଶିତ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମେଢ ପରିଦର୍ଶନ କରିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଗଣେଶ ପୂଜା ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଦ୍ୟା ବୁଦ୍ଧିଦାତା ଭଗବାନ ଶ୍ରୀଗଣେଶ । ଗଜାନନଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ରାଜଧାନୀ ଭୁବନେଶ୍ୱରରେ ଅଗ୍ରପୂଜ୍ୟଙ୍କ ପୂଜାକୁ ବେଶ ଧୁମ ଧାମରେ ପାଳନ କରାଯାଉଛି । ଭୁବନେଶ୍ବର ସ୍ଥିତ ସହିଦନଗରରେ ପ୍ରଦର୍ଶିତ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମେଢ ପରିଦର୍ଶନ କରିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣେଶଙ୍କୁ ଦର୍ଶନ କରି ଆନନ୍ଦିତ ଅନୁଭବ କରିଥିବା ଟ୍ବିଟ୍‌ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ ।

    ଆଜି ଭୁବନେଶ୍ୱର ସ୍ଥିତ ସହିଦନଗରରେ ପ୍ରଦର୍ଶିତ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମେଢ଼ ପରିଦର୍ଶନ କରି ଆନନ୍ଦିତ । pic.twitter.com/BLNinxfHE7

    — Dharmendra Pradhan (@dpradhanbjp) September 23, 2023 " class="align-text-top noRightClick twitterSection" data=" ">

ସହିଦନଗର ଜନପଥ ଗେଟ୍‌ ଆସୋସିଏସନରେ ଵୀଣା ବାଦନ ବେଶରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । ପିତା ଦେବ ଦେବ ମହାଦେବ ଗଣେଶଙ୍କୁ ଗୀତ ଶିଖାଉଛନ୍ତି । ଆଉ ପିତା ପୁତ୍ରଙ୍କ ଏହି ଅପୂର୍ବ ଦୃଶ୍ୟ ଲୋକଙ୍କୁ ବେଶ ଆକର୍ଷଣ କରୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ଏହି ନିଆରା ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରି ଖୁସି ହେବା ସହ ଗଜାନନଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ । ସମସ୍ତଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି ।

ଏହା ବି ପଢନ୍ତୁ...Ganesh Puja 2023: ଏଠି ପୂଜା ପାଉଛନ୍ତି ଜଗନ୍ନାଥ ଗଣେଶ

ସେ କହିଛନ୍ତି,''ଓଡିଶା ହେଉଛି ଏକ ପାର୍ବଣମୂଖର ଓ ଉତ୍ସବମୁଖର ରାଜ୍ୟ । ଖାଲି ରାଜ୍ୟ ନୁହେଁ ଆଜି ଦେଶ ବି ଉତ୍ସବ ମୁଖର ହୋଇଛି। ଆଉ ଏହି ଗଣେଶ ପୂଜାରେ ବିଭିନ୍ନ କ୍ଷେତ୍ରର ସଫଳତାକୁ ନେଇ ଭାରତ ଓ ଭାରତୀୟ ଗଣତନ୍ତ୍ର ଆଜି ଇତିହାସ ରଚିଛି । ତେଣୁ ଏଭଳି ଆନନ୍ଦ ଅବସରରେ ମୁଁ ଏଠାକୁ ଆସିଛି ସେଥିପାଇଁ ଆସୋସିଏସନର ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛି ।'' ଯୁବ ଶକ୍ତି ରାଷ୍ଟ୍ର ବିକାଶର ପ୍ରକୃତ ଶକ୍ତି ହୋଇଥିବା ବେଳେ ଚାଲନ୍ତୁ ସମସ୍ତେ ମିଶି ଏକ ଉତ୍ତମ ଓ ବିକଶିତ ରାଷ୍ଟ୍ର ଗଢି ତୋଳିବା ପାଇଁ ଉପସ୍ଥିତ ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ବିକାଶର ଧାରାରେ ଜଣେ ଜଣେ ଓଡ଼ିଆ ଭାବେ ଆମ ରାଜ୍ୟକୁ ଦେଶରେ ନମ୍ବର 1 କରିବାର ସଂକଳ୍ପ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଏହା ବି ପଢନ୍ତୁ...ମହିଳା ସଂରକ୍ଷଣ ବିଲ୍‌କୁ ଗାଁ ଗାଁରେ ପ୍ରଚାର କରିବ ବିଜେପି: ଧର୍ମେନ୍ଦ୍ର ପ୍ରଧାନ

ରାଜଧାନୀର ସବୁଠାର ବଡ଼ଗଡ଼ ଗଣେଶ ପୂଜାରେ ମଧ୍ୟ ସାମିଲ ହୋଇଥିଲେ ଧର୍ମେନ୍ଦ୍ର । ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଆର୍ଶୀବାଦ ନେଇଥିଲେ । ସେଠାରେ ପୂଜା କମିଟିର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁଦିନର ସଦସ୍ୟତା ପଦ ଗ୍ରହଣ କରିଥିଲେ । ଅନ୍ୟପଟେ ପୂଜା ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 24, 2023, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.