ETV Bharat / state

Covid-19 Situation In India: ଉପରମୁହାଁ କୋରୋନା, ସୋମବାର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

author img

By

Published : Mar 26, 2023, 5:44 PM IST

high level review meeting on covid 19
କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ

କୋଭିଡ ସ୍ଥିତି ନେଇ ଆସନ୍ତାକାଲି ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ବୈଠକରେ ସାମିଲ ହେବେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦେଶରେ କୋଭିଡ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଯୋଗେ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଆସନ୍ତାକାଲି (ସୋମବାର) କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବିଶେଷ ଭାବରେ କୋଭିଡକୁ କିଭଳି ଭାବରେ ମୁକାବିଲା କରାଯିବ, ଟେଷ୍ଟିଂ ଟ୍ରାକିଂ ଏବଂ ସର୍ଭିଲାନ୍ସ କରାଯିବ । ଏହାସହ ହସ୍ପିଟାଲ ଗୁଡ଼ିକ ସଜାଗ ରଖିବାକୁ ବୈଠକରେ ଆଲୋଚନା ହୋଇପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ରାଜ୍ୟରେ ମଧ୍ୟ ମାମଲା ବଢୁଛି । ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବ ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କ୍ରମାଗତ ଭାବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଆକ୍ଟିଭ କେସ୍ ମଧ୍ୟରୁ କେବଳ ଜଣେ ହିଁ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ରାଜ୍ୟରେ ସର୍ଭେଲାନ୍ସ ଚାଲିଛି, ସେଥିପାଇଁ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯେଉଁମାନଙ୍କ ପାଖରେ ଲକ୍ଷଣ ରହିଛି, ସେମାନେ ଟେଷ୍ଟ କରି ଆଇସୋଲେଟ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଥଣ୍ଡା ଜ୍ବର କାଶ ଥିଲେ ଟେଷ୍ଟ କରାଇବାକୁ ସେ କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୫ ପାଖାପାଖି ରହୁଛି । ବର୍ତ୍ତମାନ ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦ ଉପରେ ରହିଛି । ରାଜ୍ୟରେ ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡ଼ମିସନ ହୋଇଛନ୍ତି । ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂଖ୍ୟା ବୃଦ୍ଧି ଘଟୁଥିବା ନଜରକୁ ଆସିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ ଭଳି ଅନେକ ରାଜ୍ୟରେ ପୁନର୍ବାର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସାରା ଦେଶରେ ୭ ହଜାରରୁ ଅଧିକ ଆକ୍ଟିଭ କେସ ରହିଛି । ବର୍ତ୍ତମାନ ସମୟରେ ଆତଙ୍କିତ ହେଲାଭଳି ସ୍ଥିତି ଉପୁଜିନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏନେଇ ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି ।

ଅଧିକ ଥଣ୍ଡା, କାଶ, ଜ୍ଵର ରୋଗୀ ମାନଙ୍କର କୋଭିଡ ପରୀକ୍ଷା କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିଥିଲେ। ବିଶେଷ ଭାବରେ ସମସ୍ତ ରାଜ୍ୟ ଏନେଇ ସଜାଗ ଓ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତାକାଲି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ହେବାକୁ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.