ETV Bharat / state

କଲିକତାରୁ ଦୁଇ ସାଇବର ଠକ ଗିରଫ, ଇ-ୱାଲେଟ ଅଫର ଦେଇ ଲୁଟୁଥିଲେ ଟଙ୍କା

author img

By

Published : Feb 9, 2023, 7:32 AM IST

କଲିକତାରୁ ଦୁଇ ସାଇବର ଠକ ଗିରଫ
କଲିକତାରୁ ଦୁଇ ସାଇବର ଠକ ଗିରଫ

ଇନଷ୍ଟା, ଟେଲିଗ୍ରାମ ଭଳି ସୋସିଆଲ ମିଡିଆରେ ବିଛାଇଥିଲେ ଠକେଇର ଫନ୍ଦି । ଚଳୁ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ବରରୁ ଅଭିଯୋଗ ପରେ ୨ଜଣଙ୍କୁ କୋଲକାତାରୁ ବାନ୍ଧିଲା କମିସନରେଟ ପୋଲିସ । ଅଧିକ ପଢନ୍ତୁ

କଲିକତାରୁ ଦୁଇ ସାଇବର ଠକ ଗିରଫ

ଭୁବନେଶ୍ବର: ଅନଲାଇନରେ ଇ-ଓ୍ବାଲେଟ ଟ୍ରାନଜାକ୍ସନ କରୁଛନ୍ତି କି ? ହୋଇଯାନ୍ତୁ ସାବଧାନ ଇ ଓ୍ବାଲେଟ ହୋଇନପାରେ ଆକାଉଣ୍ଟକୁ ଟ୍ରାନ୍ସଫର । କାରଣ ଇ ଓ୍ବାଲେଟର ଲୋଭ ଦେଇ ଠକୁଛନ୍ତି ସାଇବର‌ ଲୁଟେରା । ବିଭିନ୍ନ ବିଜନେସ ବିଲ ଆଳରେ ଲୋଭନୀୟ ଅଫର ଦେଇ ଠକୁଛନ୍ତି । ଏମିତି ଏକ ଠକାମିର ଶିକାର ହୋଇ ଭୁବନେଶ୍ୱରର ସାଇବର ଓ ଅର୍ଥନୈତିକ ଶାଖାରେ ଅଭିଯୋଗ ପରେ କଲିକତାରୁ ଦୁଇ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନେ ହେଲେ ସାଇକତ ପଲ ଓ ଆନନ୍ଦ ରୋଇଦାସ । ହେଲେ ଏଥିରେ ସମ୍ପୃକ୍ତ ରହିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ କାବୁ କରିବା ପାଇଁ କୋଲକାତାରେ ଡେରା ପକାଇଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ।

ଏମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶୁଭସ୍ମିତା ଗୁରୁ ଏବଂ କୁହେଳି ଭଟ୍ଟାଚାର୍ଯ୍ୟ । ଶୁଭସ୍ମିତା ଗୁରୁଙ୍କ ଅଭିଯୋଗ ଅନୁଯାୟୀ ସାଇବର ଥାନା କେସ ସଂଖ୍ୟା ୪୭/୨୨ ଏବଂ ଅଭିଯୋଗକାରିଣୀ କୁହେଳି ଭଟ୍ଟାଚାର୍ୟଙ୍କ ଅଭିଯୋଗ ଅନୁଯାୟୀ ସାଇବର ଥାନା କେସ ସଂଖ୍ୟା ୦୨/୨୩ ଦୁଇଟି ପୃଥକ ପୃଥକ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିଲା । ଜଣଙ୍କର ୨୪ଲକ୍ଷ ଆଉ ଜଣଙ୍କର ୭୫ଲକ୍ଷର ଠକେଇ ତଦନ୍ତ କରି ଏହି ରାକେଟରେ ଟେର ପାଇଥିଲେ । ତେବେ ମାତ୍ର ୪ଲକ୍ଷ ମିଳିଥିବା ବେଳେ କମିସନରେଟ ପୋଲିସ ଏଭଳି ଇନଭେଷ୍ଟମେଣ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଥମେ ସେମାନେ ଲୋକମାନଙ୍କୁ ଇନଷ୍ଟାଗ୍ରାମ, ଟେଲିଗ୍ରାମ, ହ୍ବାର୍ଟ୍ସଆପ ଆଦିରେ ନିଜକୁ ବଡ ବଡ କମ୍ପାନୀର ବଡ ବଡ ପଦବୀରେ ଥିବାର ମିଥ୍ୟା ସୂଚନା ଦେଇ ବିଶ୍ବାସ ଜନ୍ମାଉ ଥିଲେ । ପ୍ରଥମେ ଯେତେବେଳେ ଲୋକମାନେ ଅଳ୍ପ ପଇସା ଲଗାଉଥିଲେ, ସେତେବେଳେ ସେମାନେ ବିନିଯୋଗକାରିକୁ ମୂଳ ପଇସା ସହିତ କିଛି କମିଶନ ଯୁକ୍ତ କରି ସେମାନଙ୍କ ଆକାଉଣ୍ଟକୁ ପଠାଇ ଦେଉଥିଲେ ।

ଏହିପରି ଭାବରେ ବିଶ୍ବାସ ଜନ୍ମାଇଲା ପରେ, ସେମାନଙ୍କୁ ଅଧିକ ଅର୍ଥ ବିନିଯୋଗ କରିବା ନିମନ୍ତେ ପ୍ରବାର୍ତ୍ତାଇ ଥିଲେ । କିନ୍ତୁ ବିନିଯୋଗକାରୀ ଯେତେବେଳେ ବିପୁଳ ଟଙ୍କା ବିନିଯୋଗ କଲେ ପରେ ସେମାନେ ଇଓ୍ବାଲେଟ ଭାରତର ଜରିଆରେ ଟ୍ରାନଜାକ୍ସନ କରି ପରେ ଏକାଥରକେ ଆକାଉଣ୍ଟକୁ ଟ୍ରାନ୍ସଫର କରିବାର ପ୍ରବର୍ତ୍ତାଉଥିଲେ । ଯେତେବେଳେ କମିଶନ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ସେମାନେ ପୁନର୍ବାର ବିନିଯୋଗ କଲା ପରେ ପ୍ରତ୍ୟାହାର କରିବାର ଆଶ୍ଵାସନା ଦେଉଥିଲେ, କିନ୍ତୁ ବାସ୍ତବରେ ସେ ଟଙ୍କା ପ୍ରତ୍ୟାହାର ହେଇପାରୁ ନଥିଲା ।

ଏହି ପରି ଭାବରେ ସେମାନେ କମିଶନ, ଜିଏସଟି ଆଦି ବିଭିନ୍ନ ପ୍ରକାରର ବାହାନା ଦେଖାଇ ଲୋକମାନଙ୍କ ଠାରୁ ଅଧିକରୁ ଅଧିକ ଡିପୋଜିଟ କରିବାକୁ କହୁଥିଲେ ଏବଂ ନିଜେ ଡିଜାଇନ କରିଥିବା ଇ ୱାଲେଟରେ ଟଙ୍କା ଅଛି ବୋଲି ଲୋକଙ୍କୁ ସେହି ବିଶ୍ବାସ ଦେଖାଉ ଥିଲେ, କିନ୍ତୁ ପୀଡିତା ମାନେ ସେମାନଙ୍କର ଟଙ୍କା ଚାହୁଁଥିଲେ ବି ଉଠେଇ ପାରୁ ନଥିଲେ । ଏମିତି କିଛି ଦିନ ଗଲା ପରେ ଠକମାନେ ପୀଡିତାଙ୍କୁ ବ୍ଲକ କରିଦେଉଥିଲେ । ଘଟଣାର ଅଭିଯୋଗ ପରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଅନୁସନ୍ଧାନ କରିବା ସହିତ ନିମ୍ନୋକ୍ତ ଉଭୟ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରି ସେମାନଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଅକାଉଣ୍ଟରୁ ୪ଲକ୍ଷ ଫ୍ରିଜ କରିଥିଲେ ଏବଂ ଅପରାଧରେ ବ୍ୟବହୃତ ସିମକାର୍ଡ ଗୁଡିକୁ ମଧ୍ୟ ଜବତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.