ETV Bharat / state

‘ଯୋଜନା ଓ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରି କାର୍ଯ୍ୟଧାରାକୁ କର କ୍ରିୟାଶୀଳ’

author img

By

Published : Jun 30, 2023, 8:59 AM IST

ଯୋଜନା ଓ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରି କାର୍ଯ୍ୟଧାରାକୁ କର କ୍ରିୟାଶୀଳ
ଯୋଜନା ଓ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରି କାର୍ଯ୍ୟଧାରାକୁ କର କ୍ରିୟାଶୀଳ

ମୁଖ୍ୟବକ୍ତା ଭାବରେ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ତ ତଥା ଭାରତ ସରକାରଙ୍କ ପୂର୍ବତନ ପରିସଂଖ୍ୟାନ ସଚିବ ଟି.ସି.ଏ ଅନନ୍ତ ଯୋଗ ଦେଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଏବଂ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରାଯାଇ ସରକାରୀ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଅଧିକ ପଢନ୍ତୁ

ଯୋଜନା ଓ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରି କାର୍ଯ୍ୟଧାରାକୁ କର କ୍ରିୟାଶୀଳ

ଭୁବନେଶ୍ବର: ଭାରତୀୟ ପରିସଂଖ୍ୟାନର ଜନକ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କର ଗତକାଲି ଥିଲା ୧୩୦ତମ ଜୟନ୍ତୀ । ଏହି ଦିବସ ଉପଲକ୍ଷେ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦେଶାଳୟ ପକ୍ଷରୁ ୧୭ ତମ ରାଜ୍ୟସ୍ତରୀୟ ପରିସଂଖ୍ୟାନ ଦିବସ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କର ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଛନ୍ତି । ବିଭାଗର କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିବା ସହିତ ବିଶିଷ୍ଠ ପରିସଂଖ୍ୟାନବିତଙ୍କ ଉପଦେଶକୁ କାର୍ଯ୍ୟଧାରାରେ ପରିଣତ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି ।

ମୁଖ୍ୟବକ୍ତା ଭାବରେ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ତ ତଥା ଭାରତ ସରକାରଙ୍କ ପୂର୍ବତନ ପରିସଂଖ୍ୟାନ ସଚିବ ଟି.ସି.ଏ ଅନନ୍ତ ଯୋଗ ଦେଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଏବଂ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରାଯାଇ ସରକାରୀ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ସେ ଓଡିଶାର ହୀରାକୁଦ ନଦୀବନ୍ଧର ଯୋଜନା ସମୟରେ ମହାଲନୋବିସଙ୍କ ଅବଦାନକୁ ସ୍ମରଣ କରିଛନ୍ତି । ସରକାରଙ୍କ ପ୍ରତ୍ୟେକ ଯୋଜନା ଏବଂ କାର୍ଯ୍ୟକ୍ରମ ରୂପାୟନ ସମୟରେ ପରିସଂଖ୍ୟାନ ଅଧିକାରୀଙ୍କୁ ସାମିଲ କରାଗଲେ କାର୍ଯ୍ୟକ୍ରମର ସୁଫଳ ମିଳିପାରିବ ବୋଲି ସେ କହିଛନ୍ତି ।

ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇ ତଥ୍ୟ ଏବଂ ଯୋଜନା ପ୍ରସ୍ତୁତିରେ ବୈଷୟିକ କୌଶଳ ପ୍ରୟୋଗ କରି ଆଧୁନିକ ପଦ୍ଧତିରେ ତଥ୍ୟ ସଂଗ୍ରହ ଏବଂ ପର୍ଯାଲୋଚନା ଉପରେ ଗୁରୁତ୍ଵ ଦେଇଛନ୍ତି । ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ସଚିବ ଚିଥ୍ରା ଅରୁମୁଙ୍ଗମ ଯୋଗ ଦେଇ Sustainable Development Goal ସୁନ୍ଦର ଭାବରେ ଓଡିଶା ରାଜ୍ୟ ବିଷୟରେ ଆଲୋକପାତ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦେଶାଳୟର ନିର୍ଦ୍ଦେଶକ ଡ. ବିଜୟ ଭୂଷଣ ନନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ତଥ୍ୟ ସଂଗ୍ରହ ସଂପର୍କିତ ତିନୋଟି ଯୋଜନାର digitisation ପ୍ରକ୍ରିୟାକୁ ମନ୍ତ୍ରୀ ଉଦ୍ଦଘାଟନ କରିଛନ୍ତି । ଏହା ସହିତ ନିର୍ଦ୍ଦେଶାଳୟର ବାର୍ଷିକ ପତ୍ରିକା ସମୀକ୍ଷା ସମେତ ନଅଟି ତଥ୍ୟ ସମ୍ବଳିତ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

କାର୍ଯ୍ୟକ୍ରମରେ ସମସ୍ତ ପରିସଂଖ୍ୟାନ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଛି । ଏହା ସହିତ ନିର୍ଦେଶାଳୟର କାର୍ଯ୍ୟବଳି ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଛି । ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହାପରେ ବୈଷୟିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉତ୍ସବରେ ଯୋଜନା ଓ ସଂଯୋଜନ ଏବଂ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦେଶାଳୟର କର୍ମଚାରୀ ଉପସ୍ଥିତ ଥିଲେ । ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ସଚିବ ନିୟତି ପଟ୍ଟନାୟକ, ଦେବେନ୍ଦ୍ର କୁମାର ଜେନା, ଓଏସଡି ତଥା ସ୍ଵତନ୍ତ୍ର ସଚିବ ଅକ୍ଷୟ କୁମାର ପାଟ୍ଟଜୋଶୀ, ଅର୍ଥନୀତି ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉତ୍ସବରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.